ଭୁବନେଶ୍ୱର, ଅଗଷ୍ଟ ୧(ଲୋକାଲ ୱାୟାର): କରୋନା ସଂକ୍ରମଣ ସ୍ଥିତିରେ ରାଜ୍ୟର ସମସ୍ତ ଅଙ୍ଗନବାଡ଼ି କେନ୍ଦ୍ର ଗୁଡ଼ିକୁ ଅଗଷ୍ଟ ୩୧ ତାରିଖ ପର୍ଯ୍ୟନ୍ତ ବନ୍ଦ ରଖାଯାଇଥିବା ବେଳେ ହିତାଧିକାରୀମାନଙ୍କ ଘରେ ଶୁଖିଲା ରାସନ ପହଞ୍ଚାଯାଇଥିବା ବିଭାଗ ପକ୍ଷରୁ କୁହାଯାଇଛି ।
ରାଜ୍ୟର ୩୩୮ଟି ଆଇସିଡିଏସ୍ ପ୍ରକଳ୍ପ ଅଧୀନରେ ସମନ୍ୱିତ ପୁଷ୍ଟି ସାଧନ ଯୋଜନାରେ ୪୨ ଲକ୍ଷ ମହିଳା ଓ ଶିଶୁ ଉପକୃତ ହେଉଛନ୍ତି ।
ମହିଳା ଓ ଶିଶୁ ବିକାଶ ଏବଂ ମିଶନ ଶକ୍ତି ବିଭାଗ ପକ୍ଷରୁ ଗର୍ଭବତୀ ଓ ପ୍ରସୂତି ମହିଳା ତଥା ଶିଶୁମାନଙ୍କ ପାଇଁ କାର୍ଯ୍ୟକାରୀ ହେଉଥିବା ସମନ୍ୱିତ ଶିଶୁ ବିକାଶ ଯୋଜନାରେ ଅତିରିକ୍ତ ପୁଷ୍ଟିସାଧନ କାର୍ଯ୍ୟକ୍ରମ ଯେପରି ବାଧାପ୍ରାପ୍ତ ନ ହୁଏ ସେଥିପ୍ରତି ଦୃଷ୍ଟି ଦିଆଯାଇ ହିତାଧିକାରୀମାନଙ୍କ ଘରେ ଶୁଖିଲା ରାସନ ପହଞ୍ଚାଇ ଦିଆଯାଇଛି ।
ଲୋକାଲ ୱାୟାର
Leave a Reply