କେନ୍ଦ୍ରାପଡ଼ା, ମାର୍ଚ୍ଚ ୩୦ (ଲୋକାଲ ୱାୟାର): କେନ୍ଦ୍ରାପଡ଼ା ସହର ନିକଟ ଦିଲାରପୁର ଗାଁରେ ନିଆଁ ଲାଗି ୧୦ ଚାଳଘର ଜଳିଯିବା ସହ ୫ ଆହତ ହୋଇଛନ୍ତି ।
ଅଗ୍ନିକାଣ୍ଡରେ ପ୍ରାୟ ୨୦ ଲକ୍ଷ ଟଙ୍କାର ସମ୍ପତ୍ତି ନଷ୍ଟ ହୋଇଛି । ଚୁଲିରୁ ନିଆଁ ଉଠି ଚାଳରେ ଲାଗିଥିବା ଅନୁମାନ କରାଯାଉଛି ।
ଖବର ପାଇବା ମାତ୍ରେ ଅଗ୍ନିଶମ ବିଭାଗ ଗାଡ଼ି ଆସିଥିଲେ ନିଆଁ ଆୟତ ହୋଇ ପାରିଥାନ୍ତା, ହେଲେ ପ୍ରାୟ ଘଣ୍ଟାକ ପରେ ଅଗ୍ନିଶମ ବିଭାଗ ଗାଡ଼ି ଆସିଥିଲା ବୋଲି ଅଭିଯୋଗ କରିଛନ୍ତି ଅଗ୍ନିକାଣ୍ଡ ପୀଡ଼ିତ ମାଜୁ ଖାନ୍ ।
ଅଗ୍ନିକାଣ୍ଡ ଖବର ପାଇ ସ୍ଥାନୀୟ ତହସିଲଦାର, ପୁଲିସ ଅଧିକାରୀ ଓ ଅନ୍ୟ ସରକାରୀ କର୍ମଚାରୀମାନେ ଘଟଣାସ୍ଥଳ ପରିଦର୍ଶନ କରିଛନ୍ତି ।
ଜିଲ୍ଲା ପ୍ରଶାସନ ପକ୍ଷରୁ ସମସ୍ତ ଅଗ୍ନିକାଣ୍ଡ ପୀଡ଼ିତଙ୍କୁ ସାହାଯ୍ୟ କରାଯିବ ବୋଲି ଅତିରିକ୍ତ ଜିଲ୍ଲା ମାଜିଷ୍ଟ୍ରେଟ, କେନ୍ଦ୍ରାପଡ଼ା ବସନ୍ତ କୁମାର ରାଉତ କହିଛନ୍ତି ।
ଲୋକାଲ ୱାୟାର
Leave a Reply