ଭୁବନେଶ୍ୱର, ଜାନୁଆରୀ ୧(ଲୋକାଲ ୱାୟାର): ସାରା ରାଜ୍ୟର ବିଭିନ୍ନ ଜିଲ୍ଲାରେ ଥିବା ଅଙ୍ଗନବାଡ଼ି କେନ୍ଦ୍ର ଓ ଶିଶୁ ଯତ୍ନ କେନ୍ଦ୍ର ଗୁଡ଼ିକରେ ଇଂରାଜୀ ନବ ବର୍ଷ ବୁଧବାର ଉତ୍ସାହର ସହ ପାଳିତ ହୋଇ ଯାଇଛି ।
ଅଙ୍ଗନବାଡ଼ି କେନ୍ଦ୍ର ଗୁଡ଼ିକରେ କୁନି କୁନି କୋମଳମତି ଶିଶୁମାନଙ୍କ ଦ୍ୱାରା ନୃତ୍ୟ, ସଙ୍ଗୀତ ପରିବେଷଣ ବେଶ୍ ଆକର୍ଷଣୀୟ ହୋଇଥିଲା ।
ଅଙ୍ଗନବାଡ଼ି କେନ୍ଦ୍ର ପରିସରକୁ ମଧ୍ୟ ପାରମ୍ପରିକ ପୁଷ୍ପ, ଝୋଟି, ଚିତା ଆଦିରେ ସାଜସଜ୍ଜା କରାଯାଇଥିଲା ।
ଅଙ୍ଗନବାଡ଼ି କର୍ମୀ, ସହାୟିକା, ପିତାମାତା, ଅଭିଭାବକ, ଜେଜେ ବାପା ଓ ଜେଜେମା ଆଦି ସମସ୍ତେ ଉପସ୍ଥିତ ରହି ହର୍ଷ ଉଲ୍ଲାସରେ ନୂତନ ବର୍ଷକୁ ସ୍ୱାଗତ କରିଥିଲେ ।
ଏହି ଅବସରରେ ପିଲାମାନଙ୍କୁ ଶିକ୍ଷଣୀୟ ପୁସ୍ତକ ପ୍ରଦାନ କରାଯାଇଥିଲା ।
ଆଜି ମଧ୍ୟ ମାସର ତାରିଖ ହୋଇଥିବାରୁ ସମସ୍ତ ଅଙ୍ଗନବାଡ଼ି କେନ୍ଦ୍ରରେ ମହିଳା, ଶିଶୁ ଓ କିଶୋରୀମାନଙ୍କ ନିମନ୍ତେ ନିର୍ଦ୍ଦିଷ୍ଟ ଦିନ ଛତୁଆ ବଣ୍ଟନ କାର୍ଯ୍ୟକ୍ରମରେ ଟେକ୍ ହୋମ୍ ରାସନ ବଣ୍ଟନ କରାଯାଇଥିଲା ।
ଲୋକାଲ ୱାୟାର
Leave a Reply