• Skip to primary navigation
  • Skip to main content
  • Skip to primary sidebar
  • Careers
  • Our Advertisers
  • Copyright
  • Frequently Asked Questions (FAQ)
  • Contact Us
  • About Us

LocalWire

The hyper local news platform

  • Home
  • Odia
    • ବିଶେଷ
    • ମନୋରଞ୍ଜନ
    • ଘଟଣା
    • କାର୍ଯ୍ୟକ୍ରମ
    • ରାଜନୀତି
    • କୃଷି
    • ଅର୍ଥନୀତି
    • ପରିବେଶ
    • ଖାଦ୍ୟ
    • ଖେଳ
  • English
    • Happenings
    • Special
    • Bhubaneswar
    • Politics
    • Environment
    • Agriculture
    • Business
    • Government
    • Health
    • Heritage
    • Interview
    • Entertainment
  • Special
  • Bhubaneswar
  • Business
  • Agriculture
  • Education
  • Politics
ଅଣୁଯୋଜନା ଜରିଆରେ ବିପର୍ଯ୍ୟୟ ପରିଚାଳନାର ନିଆରା ଧାରା ସୃଷ୍ଟି କରିଛି ସିୱାଇଏସ୍‍ଡ଼ି

ଅଣୁଯୋଜନା ଜରିଆରେ ବିପର୍ଯ୍ୟୟ ପରିଚାଳନାର ନିଆରା ଧାରା ସୃଷ୍ଟି କରିଛି ସିୱାଇଏସ୍‍ଡ଼ି

March 24, 2021 By LocalWire Leave a Comment

ଭୁବନେଶ୍ୱର, ମାର୍ଚ୍ଚ ୨୩ (ଲୋକାଲ ୱାୟାର) ରାଜ୍ୟ ସରକାର ଓ ଅଗ୍ରଣୀ ସ୍ଵେଚ୍ଛାସେବୀ ସଂଗଠନ ସିୱାଇଏସ୍‍ଡ଼ି ମିଳିତ ଭାବେ ବିଭିନ୍ନ ଗ୍ରାମରେ ଲୋକଙ୍କୁ ନେଇ ଅଣୁ ଯୋଜନା ପ୍ରସ୍ତୁତ କରି ସେମାନଙ୍କ ସହଯୋଗରେ କିପରି ବିପର୍ଯ୍ୟୟ ପ୍ରଶମନ କରାଯାଇପାରେ ତାର ଉଦାହରଣ ସୃଷ୍ଟି କରିଛନ୍ତି।

ରାଜ୍ୟର ସାତୋଟି ଜିଲ୍ଳାର ୧୦ ବ୍ଲକ୍‍ର ୫୩୦ ଗାଁରେ ଏହି ଭଳି ଭାବେ ତିଆରି ହୋଇଛି କମିଟି ଓ ସେମାନେ ତିଆରି କରିଛନ୍ତି ଅଣୁଯୋଜନା ।

ବିଭିନ୍ନ ସମୟରେ ଓଡ଼ିଶା ସାମନା କରୁଥିବା ବିପର୍ଯ୍ୟୟ ଯାହା ରାଜ୍ୟର ସାମାଜିକ-ଅର୍ଥନୈତିକ ଜୀବନକୁ ଦୁର୍ବିସହ କରି ଆସୁଛି ତାହା ହେଲା ବନ୍ୟା, ବାତ୍ୟା, ମରୁଡ଼ି, ଅଂଶୁଘାତ ଓ ରୋଗ ପୋକ ଇତ୍ୟାଦି ଅନେକ ।

ଠିକ ସେହି ପରି ଜଳବାୟୁ ପରିବର୍ତ୍ତନଜନିତ ପ୍ରଭାବରେ ଖରାଦିନ ଲମ୍ବା ହେଉଥିବାବେଳେ ଶୀତ ଋତୁ ସଂକ୍ଷିପ୍ତ ହେବାରେ ଲାଗିଛି । ଶରତ, ହେମନ୍ତ ଓ ବସନ୍ତ ନିଖୋଜ ହୋଇଯାଇଛି । ଅନିୟମିତ ବର୍ଷା ଓ ବନ୍ୟା ବିପତ୍ତିର କାରଣ ସାଜିଛି । ଏଭଳି ବିପତ୍ତିରୁ ଲୋକଙ୍କୁ କିଭଳି ସୁରକ୍ଷା ଦିଆଯାଇପାରିବ, ସେ ଦିଗରେ ଏହି ଗ୍ରାମ୍ୟ କମିଟି କାମ କରୁଛି।

କୋରାପୁଟ ଜିଲ୍ଳା ଜୟପୁର ବ୍ଲକ୍‍ ବାଲିଆ ପଂଚାୟତର ତମବିଷୋୟୀପୁଟ ଏକ ରାଜସ୍ୱ ଗ୍ରାମ । ଗାଁର ଉପରମୁଣ୍ଡରେ ପାହାଡ଼ ଓ ତଳେ ସତୀ ନଦୀ । ପାହାଡ଼ର ପ୍ରବହମାନ ବର୍ଷା ଜଳ ପ୍ରତିବର୍ଷ ଚାଷ ଜମିକୁ ନଷ୍ଟ କରିଦିଏ । ନଦୀ ମଧ୍ୟ କୂଳ ଖାଏ ।

ଅଜଣା ରୋଗ ଓ ପୋକ ସଂକ୍ରମଣରେ ଚାଷୀ ତା’ର ଜୀବିକା ହରାଉଥିବା ବେଳେ ଅନିୟମିତ ବର୍ଷା ମଧ୍ୟ ଦାଉ ସାଧେ । ଗାଁ ଭୋଗୁଥିବା ବିପର୍ଯ୍ୟୟର ପ୍ରଭାବ କିଭଳି କମିବ, ସେ ଦିଗରେ ଗ୍ରାମବାସୀ ଏକାଠି ହୋଇ ବ୍ୟାପକ ଆଲୋଚନା କରିଥିଲେ ।

ଗାଁରେ ଗଢ଼ା ଯାଇଥିଲା ବିପର୍ଯ୍ୟୟ ପରିଚାଳନା କମିଟି ଓ ୯ଟି ଆନୁଷଙ୍ଗିକ ଉପକମିଟି । ବିପଦ ସଂକୁଳ ବର୍ଗ ଚିହ୍ନଟ ମଧ୍ୟ କରାଗଲା ।

ପାହାଡ଼ ଉପରେ ଓ ନଦୀ କୂଳରେ ବନୀକରଣ ସହିତ ଏ ସବୁ ବିପର୍ଯ୍ୟୟ କିଭଳି କମିବ; ସେ ଦିଗରେ ନିର୍ଦ୍ଦିଷ୍ଟ ଯୋଜନା ପ୍ରସ୍ତୁତ କରାଯାଇ ଜିଲ୍ଳା ପ୍ରଶାସନକୁ ଦିଆଗଲା । ଗ୍ରାମସଭା ଅନୁମୋଦନ କରିଥିବା ଏହି ଯୋଜନା କାର୍ଯ୍ୟକାରୀ ହେଲେ ଗାଁଟି ବିପର୍ଯ୍ୟୟରୁ ନିୟମିତ ରକ୍ଷା ପାଇପାରିବ ବୋଲି ଆଶା କରାଯାଉଛି।

ଅନୁରୂପଭାବେ ମାଲକାନଗିରି, କୋରାପୁଟ, ରାୟଗଡ଼ା, ପୁରୀ, ଖୋର୍ଦ୍ଧା, କେନ୍ଦୁଝର ଓ ମୟୂରଭଞ୍ଜ ଜିଲ୍ଳାର ୧୦ଟି ବ୍ଲକ୍‍ ୫୩୦ ଗ୍ରାମର ବାସିନ୍ଦା ଏକାଠି ହୋଇ ପ୍ରାକୃତିକ ବିପର୍ଯ୍ୟୟ ପରିଚାଳନା ସମ୍ପର୍କିତ ଅଣୁଯୋଜନା ପ୍ରସ୍ତୁତ କରି ଗ୍ରାମସଭାର ଅନୁମୋଦନ କ୍ରମେ ଜିଲ୍ଳାପାଳଙ୍କ ନିକଟରେ ଉପସ୍ଥାପନ କରିଛନ୍ତି ।

ବିପତ୍ତି ପୂର୍ବରୁ ଏଭଳି ପ୍ରସ୍ତୁତି, କ୍ଷୟକ୍ଷତିକୁ ରୋକିବାରେ ସହାୟତା କରିପାରିବ ବୋଲି ସିୱାଇଏସ୍‍ଡ଼ି କହିଛି । ୨୪ ମାର୍ଚ୍ଚରେ ୩୯ବର୍ଷରେ ପାଦ ଥାପିଥିବା ସିୱାଇଏସ୍‍ଡ଼ି ତା’ର ଯାତ୍ରାପଥରେ ପ୍ରାକୃତିକ ବିପର୍ଯ୍ୟୟ ପରିଚାଳନାକୁ ନେଇ ପ୍ରଭାବୀ ଭୂମିକା ନିର୍ବାହ କରିଆସିଥିବା ବେଳେ ୧୯୯୯ ମହାବାତ୍ୟା ବେଳେ ଏହି ସଙ୍ଗଠନ ଉଦ୍ଧାର, ରିଲିଫ୍‍ ଓ ଥଇଥାନ କାର୍ଯ୍ୟରେ ଉଦାହରଣ ସୃଷ୍ଟି କରିଥିଲା ।

ସେହିପରି ସାମୁଦ୍ରିକ ବାତ୍ୟା ଫାଇଲିନ୍‍ ଓ ଫନୀରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରି ଜନଜୀବନରେ ଆଶ୍ୱସ୍ତି ଆଣିଦେଇଥିଲା । ଏବେ ଏହି ସଙ୍ଗଠନ ପକ୍ଷରୁ ଗ୍ରାମ୍ୟସ୍ତରରେ ଅଣୁଯୋଜନା ଜରିଆରେ ବିପର୍ଯ୍ୟୟ ପ୍ରଭାବ ହ୍ରାସ ପାଇଁ ବ୍ୟାପକ ପ୍ରୟାସ ହାତକୁ ନିଆଯାଇଥିବା ଜଣାଯାଇ ସଂଗଠନ କହିଛି ।

ସୂଚନାଯୋଗ୍ୟ ଯେ ୨୪ ମାର୍ଚ୍ଚରେ ଏଇ ସଙ୍ଗଠନ ନିଜର ୩୮ ବର୍ଷର ସଂଘର୍ଷ ଓ ସଫଳତାପୂର୍ଣ୍ଣ ଯାତ୍ରାପଥ ଅତିକ୍ରମ କରିଛି ।

ଏହି ଦୀର୍ଘ ଯାତ୍ରାପଥରେ ବହୁ ବାଧା ବିଘ୍ନ ସତ୍ତ୍ୱେ ବିଭିନ୍ନ ଅଂଶୀଦାରମାନଙ୍କ ସହିତ ଉପସ୍ଥିତ ରହି ଗୁରୁତ୍ୱପୂର୍ଣ୍ଣ ଭୂମିକା ତୁଲାଇଆସିଛି । ପରିବର୍ତ୍ତନର ବାହକ, କୋଭିଡ଼୍‍ ଯୋଦ୍ଧା, ସ୍ୱେଚ୍ଛାସେବୀ ଓ ବିଭିନ୍ନ ଗୋଷ୍ଠୀର ମୂରବୀମାନଙ୍କ ସହିତ ସିୱାଇଏସ୍‍ଡ଼ି ତା’ର ୩୯ତମ ବାର୍ଷିକୋତ୍ସବ ବୁଧବାର ଦିନ ପାଳନ କରିଛି।

ଗ୍ରାମ୍ୟସ୍ତରୀୟ ବିପର୍ଯ୍ୟୟ ପରିଚାଳନା ଯୋଜନା ପଂଚାୟତସ୍ତରରେ ଏକାଠି କରାଯାଇ ପାରିଲେ ଏହା ନିକଟ ଅତୀତରେ ପଂଚଦଶ ଅର୍ଥ କମିଶନ ଅନୁମୋଦନ କରିଥିବା ବିପର୍ଯ୍ୟୟ ପ୍ରଶମନ ପାଣ୍ଠି ସୁବିନିଯୋଗ ହେବାରେ ଓଡ଼ିଶା ଦେଶରେ ଆଗୁଆ ହେବ ବୋଲି ସିୱାଇଏସ୍‍ଡ଼ିର ମାର୍ଗଦର୍ଶକ ତଥା ପ୍ରାକ୍ତନ ସୂଚନା କମିଶନର ଜଗଦାନନ୍ଦ କହିଛନ୍ତି ।

ଲୋକାଲ ୱାୟାର

Filed Under: Odia Tagged With: ଓଡିଶା, ଭୁବନେଶ୍ୱର

Download LocalWire App for Hyperlocal  Odisha News any time anywhere

 

 

About LocalWire

Reader Interactions

Leave a Reply Cancel reply

Your email address will not be published. Required fields are marked *

This site uses Akismet to reduce spam. Learn how your comment data is processed.

Primary Sidebar

ଲୋକାଲ ୱାୟାର ନୂଆ ଡିଜାଇନ

ଲୋକପ୍ରିୟ

କୋଭିଡ-୧୯ ମହାମାରୀ ବିରୋଧରେ ଓଡିଶାର ଲଢେଇ: ଏକ ବିହଙ୍ଗାବଲୋକନ

କୋଭିଡ-୧୯ ନିୟନ୍ତ୍ରଣ ଓ ମୁକାବିଲାରେ ଦେଶର ଶୀର୍ଷ ଦୁଇଟି ରାଜ୍ୟ ମଧ୍ୟରେ ଥିବାରୁ କେନ୍ଦ୍ର ସରକାର ଓଡ଼ିଶାକୁ ପ୍ରଶଂସା କରିଛନ୍ତି ।

କୋଭିଡ-୧୯ ସଙ୍କଟକୁ ସଫଳ ଭାବେ ମୁକାବିଲା କରିଥିବା କେରଳ ଓ ଓଡ଼ିଶାକୁ ବିଶ୍ୱ ଅର୍ଥନୈତିକ ଫୋରମ ପ୍ରଶଂସା କରିଛି ।

ଶବହେବାକୁ ଭାବିଥିଲେ, ଏବେ ଶବକୁ ସାଥୀ କରିଛନ୍ତି ସାଥୀ ଋତୁରାଣୀ (ସ୍ୱତନ୍ତ୍ର)

ଏମିତି ଜଣେ ମହିଳା ହେଲେ ଋତୁରାଣୀ ସେନାପତି । ନିଜ ଘର ବାଲେଶ୍ୱର ହୋଇଥିଲେ ବି ରହୁଛନ୍ତି ପୁରୁଣା ଭୁବନେଶ୍ୱର ଅଞ୍ଚଳରେ ।

ଅନ୍ୟ ଝିଅମାନଙ୍କ ଭଳି ସେ ବି ସ୍ୱପ୍ନ ଦେଖିଥିଲେ । ବିବାହ କରିବେ, ସ୍ୱାମୀ, ପରିବାର, ପିଲାମାନଙ୍କ ସହ ସମୟ କାଟିବେ ।

ତିନି ହଜାର ବର୍ଷର ଇତିହାସର ଗନ୍ତାଘର- ଓଡ଼ିଶା ରାଜ୍ୟ ସଂଗ୍ରହାଳୟ

ସଂଗ୍ରହାଳୟର ସମୃଦ୍ଧ ତାଳପତ୍ର ପାଣ୍ଡୁଲିପି ଗ୍ୟାଲେରିରେ ୨୭ଟି ବିଷୟରେ ୨୦ ହଜାରରୁ ଅଧିକ ପାଣ୍ଡୁଲିପି ସ୍ଥାନ ପାଇଛି ।

ସେହିପରି ପ୍ରତ୍ୱତତ୍ତ୍ୱ ବିଭାଗରେ ଖ୍ରୀଷ୍ଟପୂର୍ବ ତୃତୀୟ ଶତାବ୍ଦୀରୁ ଆରମ୍ଭ କରି ମଧ୍ୟଯୁଗ ଶେଷ ପର୍ଯ୍ୟନ୍ତ ବିଭିନ୍ନ ସମୟର ସ୍ଥାପତ୍ୟ ତିନିଟି ବିରାଟ ହଲରେ ପ୍ରଦର୍ଶିତ ହେଉଛି ।

ସେଲିବ୍ରିଟି କହିଲେ ମେରି ଖ୍ରୀଷ୍ଟମାସ୍

କେହି କାହାକୁ ଦେଖା ନହୋଇପାରିଲେ କ’ଣ ହେଲା କିନ୍ତୁ ମେରି ଖ୍ରୀଷ୍ଟମାସ୍ କହିବାକୁ ଭୁଲି ନାହାନ୍ତି ।

ଖାସ୍ କରି ବଡ଼ଦିନ ପୂର୍ବରୁ ଆମ ଓଲିଉଡର ତାରକାମାନେ ପ୍ରଶଂସକଙ୍କୁ ମେରି ଖ୍ରୀଷ୍ଟମାସ୍ କହି ବଡ଼ଦିନର ଶୁଭେଚ୍ଛା ଓ ଶୁଭକାମନା ଜଣାଇଛନ୍ତି ।

ମାଓଗଡରେ ପିଲାଙ୍କୁ ଶିକ୍ଷିତ କରାଉଛନ୍ତି ଦୁଇ ଝିଅ

କଠିନ ପରିସ୍ଥିତିମଧ୍ୟରେ ଏହି ଝିଅମାନଙ୍କର ଦୃଢ ଆତ୍ମବିଶ୍ୱାସ ଓ ନିରନ୍ତର ପ୍ରୟାସ ସମସ୍ତଙ୍କ ପାଇଁ ଉଦାହରଣ ସୃଷ୍ଟି କରିଛି ।

ମାଓଗଡରେ ବୋମା ବନ୍ଧୁକର ଗର୍ଜନକୁ ନ ଡରି ସେମାନେ ସ୍ୱାଭାବିକ ଭାବେ ଶିକ୍ଷାର ବାତାବରଣ ଗଢି ତୋଳୁଛନ୍ତି ।

ଓଡ଼ିଶାରେ ଭୋକାଲ ଫର୍ ଲୋକାଲ କ୍ରେଜ୍

ଭୋକାଲ୍ ଫର ଲୋକାଲର ମନ୍ତ୍ରକୁ ଆପଣେଇ ବକୁଲ୍ ଫାଉଣ୍ଡେସନ୍ ଭିନ୍ନ ଅନ୍ଦାଜରେ ଏହି କ୍ୟାମ୍ପେନ୍ ଆରମ୍ଭ କରିଛି ।

ଯେଉଁଥିରେ ପ୍ରିୟଜନଙ୍କୁ ଉପହାର ଆକାରରେ ଓ ଅଭ୍ୟର୍ଥନା ସ୍ୱରୂପ ଗଛଟିଏ ଉପହାର ଦେବାକୁ ପ୍ରୋତ୍ସାହିତ କରାଯାଉଛି ।

ଅଧିକ ବିଶେଷ ଖବର

Copyright © 2021 · LocalWire