• Skip to primary navigation
  • Skip to main content
  • Skip to primary sidebar
  • Careers
  • Our Advertisers
  • Copyright
  • Frequently Asked Questions (FAQ)
  • Contact Us
  • About Us

LocalWire

The hyper local news platform

  • Home
  • Odia
    • ବିଶେଷ
    • ମନୋରଞ୍ଜନ
    • ଘଟଣା
    • କାର୍ଯ୍ୟକ୍ରମ
    • ରାଜନୀତି
    • କୃଷି
    • ଅର୍ଥନୀତି
    • ପରିବେଶ
    • ଖାଦ୍ୟ
    • ଖେଳ
  • English
    • Happenings
    • Special
    • Bhubaneswar
    • Politics
    • Environment
    • Agriculture
    • Business
    • Government
    • Health
    • Heritage
    • Interview
    • Entertainment
  • Special
  • Bhubaneswar
  • Business
  • Agriculture
  • Education
  • Politics
ଅଣ୍ଟା ସଳଖୁଛି ସବାଇ ଘାସ ଶିଳ୍ପ

ଅଣ୍ଟା ସଳଖୁଛି ସବାଇ ଘାସ ଶିଳ୍ପ

January 4, 2021 By Ashis Senapati Leave a Comment

କେନ୍ଦ୍ରାପଡା, ଜାନୁଆରୀ ୪ (ଲୋକାଲ ୱାୟାର): ଲକଡାଉନ ଯୋଗୁଁ ସବାଇ ଘାସ କଳା ବିପନ୍ନ ହୋଇ ପଡ଼ିଥିଲା ।

ପ୍ରସ୍ତତ ସାମଗ୍ରୀଗୁଡିକ ବିକ୍ରି ହେଉ ନଥିବାରୁ କାରିଗରମାନେ କାମ ବନ୍ଦ କରି ଦେଇଥିଲେ । ତେବେ ଓଡ଼ିଶା ଜୀବିକା ମିଶନର ହସ୍ତକ୍ଷେପ ଯୋଗୁଁ ଅକ୍ଟୋବର ଠାରୁ ସ୍ଥିତି ବଦଳିବାରେ ଲାଗିଛି ।

ଆର୍ଥିକ ସହାୟତା ପ୍ରଦାନ ସହ ପ୍ରସ୍ତୁତ ସାମଗ୍ରୀଗୁଡ଼ିକ କିଣି ନେଉଥିବାରୁ କାରିଗରମାନେ ପୁଣି ସବାଇ ଘାସ ସାମଗ୍ରୀ ପ୍ରସ୍ତୁତିରେ ଲାଗି ପଡ଼ିଲେଣି ବୋଲି କହିଛନ୍ତି ଓଡ଼ିଶା ଜୀବିକା ମିଶନ, କେନ୍ଦ୍ରାପଡ଼ା ଜିଲ୍ଲା ପ୍ରକଳ୍ପ ପ୍ରବନ୍ଧକ ସତ୍ୟଭାମା ପ୍ରଧାନ ।

୧୫ ଜଣ ମହିଳାଙ୍କୁ ନେଇ ଗଠିତ ଆମ ସ୍ୱୟଂ ସହାୟକ ଗୋଷ୍ଠୀ ସବାଇ ଘାସର ଟୋପି, ଝୁଡି, ହାତପଙ୍ଖା ଭଳି ସାମଗ୍ରୀ ପ୍ରସ୍ତୁତ କରୁଛି । କୋଭିଡ-୧୯ ଯୋଗୁଁ ସାମଗ୍ରୀ ପ୍ରସ୍ତୁତି ପ୍ରାୟ ବନ୍ଦ ହୋଇ ଯାଇଥିଲା ।

ହେଲେ ଏବେ ପୁଣି ଆମେ କାମରେ ଲାଗି ପଡିଛୁ ବୋଲି ବାରୋ ଗାଁର ସ୍ୱର୍ଣ୍ଣଲତା ଜେନା କହିଛନ୍ତି ।

ବାରୋ, ଜଜାଙ୍ଗ ଓ ଅନ୍ୟ ଗାଁର ୩ ହଜାରରୁ ଅଧିକ ମହିଳା ପ୍ରାୟ ୧୦୦ଟି ଏସଏଚଜି ଗଢ଼ି ସବାଇ ଘାସ ଶିଳ୍ପକୁ ବଞ୍ଚାଇ ରଖିଛନ୍ତି ।

ସବାଇ ଘାସ ତିଆରି ସାମଗ୍ରୀଗୁଡ଼ିକ ଦୀର୍ଘସ୍ଥାୟୀ ଓ ମଜବୁତ ହୋଇଥିବାରୁ ସେଗୁଡ଼ିକର ବଜାର ଚାହିଦା ରହିଛି । ପ୍ଲାଷ୍ଟିକ ବଦଳରେ ଲୋକେ ସବାଇ ସାମଗ୍ରୀ ପସନ୍ଦ କରୁଛନ୍ତି ।

ଲକଡାଉନ ଯୋଗୁଁ ଚାକିରି ଚାଲି ଯିବାରୁ ୬ ମାସ ପୂର୍ବେ ଜଜାଙ୍ଗ ଗାଁର କନକ ବେହେରା (୨୮)ଙ୍କ ସ୍ୱାମୀ ଚେନ୍ନାଇରୁ ଫେରି ଆସିଥିଲେ ।

ପରିବାର ଚଳାଇବା ଚିନ୍ତା ତାଙ୍କୁ ଘାରିଥିଲା । ତେବେ ମା ପାର୍ବତୀ ଏସଏଚଜିରେ ଯୋଗ ଦେବା ପରେ କନକଙ୍କ ପରିବାର ଖୁସିରେ ଚଳୁଛି ।

ସବାଇ ଘାସ ସାମଗ୍ରୀ ପ୍ରସ୍ତୁତ କରି କନକ ମାସକୁ ୪ରୁ ୬ ହଜାର ଟଙ୍କା ରୋଜଗାର କରୁଛନ୍ତି । କାମ ଅନ୍ୱେଷଣରେ ସ୍ୱାମୀ ଆଉ ଓଡିଶା ବାହାରକୁ ନଯିବାକୁ ନିଷ୍ପତ୍ତି ନେଇଛନ୍ତି ବୋଲି କନକ କହିଛନ୍ତି ।

ପୁରୁଷ ଅଧ୍ୟୁଷିତ ସମାଜରେ ଶହ ଶହ ମହିଳାଙ୍କୁ ଆର୍ଥିକ ଓ ସାମାଜିକ ସଶକ୍ତିକରଣରେ ସହାୟତା କରୁଛି ସବାଇ ଘାସ ଶିଳ୍ପ ।

ଲୋକାଲ ୱାୟାର

Filed Under: Odia Tagged With: ଓଡିଶା, କେନ୍ଦ୍ରାପଡା

Download LocalWire App for Hyperlocal  Odisha News any time anywhere

 

 

Reader Interactions

Leave a Reply Cancel reply

Your email address will not be published. Required fields are marked *

This site uses Akismet to reduce spam. Learn how your comment data is processed.

Primary Sidebar

ଲୋକପ୍ରିୟ

ଶବହେବାକୁ ଭାବିଥିଲେ, ଏବେ ଶବକୁ ସାଥୀ କରିଛନ୍ତି ସାଥୀ ଋତୁରାଣୀ (ସ୍ୱତନ୍ତ୍ର)

ଏମିତି ଜଣେ ମହିଳା ହେଲେ ଋତୁରାଣୀ ସେନାପତି । ନିଜ ଘର ବାଲେଶ୍ୱର ହୋଇଥିଲେ ବି ରହୁଛନ୍ତି ପୁରୁଣା ଭୁବନେଶ୍ୱର ଅଞ୍ଚଳରେ ।

ଅନ୍ୟ ଝିଅମାନଙ୍କ ଭଳି ସେ ବି ସ୍ୱପ୍ନ ଦେଖିଥିଲେ । ବିବାହ କରିବେ, ସ୍ୱାମୀ, ପରିବାର, ପିଲାମାନଙ୍କ ସହ ସମୟ କାଟିବେ ।

ତିନି ହଜାର ବର୍ଷର ଇତିହାସର ଗନ୍ତାଘର- ଓଡ଼ିଶା ରାଜ୍ୟ ସଂଗ୍ରହାଳୟ

ସଂଗ୍ରହାଳୟର ସମୃଦ୍ଧ ତାଳପତ୍ର ପାଣ୍ଡୁଲିପି ଗ୍ୟାଲେରିରେ ୨୭ଟି ବିଷୟରେ ୨୦ ହଜାରରୁ ଅଧିକ ପାଣ୍ଡୁଲିପି ସ୍ଥାନ ପାଇଛି ।

ସେହିପରି ପ୍ରତ୍ୱତତ୍ତ୍ୱ ବିଭାଗରେ ଖ୍ରୀଷ୍ଟପୂର୍ବ ତୃତୀୟ ଶତାବ୍ଦୀରୁ ଆରମ୍ଭ କରି ମଧ୍ୟଯୁଗ ଶେଷ ପର୍ଯ୍ୟନ୍ତ ବିଭିନ୍ନ ସମୟର ସ୍ଥାପତ୍ୟ ତିନିଟି ବିରାଟ ହଲରେ ପ୍ରଦର୍ଶିତ ହେଉଛି ।

ସେଲିବ୍ରିଟି କହିଲେ ମେରି ଖ୍ରୀଷ୍ଟମାସ୍

କେହି କାହାକୁ ଦେଖା ନହୋଇପାରିଲେ କ’ଣ ହେଲା କିନ୍ତୁ ମେରି ଖ୍ରୀଷ୍ଟମାସ୍ କହିବାକୁ ଭୁଲି ନାହାନ୍ତି ।

ଖାସ୍ କରି ବଡ଼ଦିନ ପୂର୍ବରୁ ଆମ ଓଲିଉଡର ତାରକାମାନେ ପ୍ରଶଂସକଙ୍କୁ ମେରି ଖ୍ରୀଷ୍ଟମାସ୍ କହି ବଡ଼ଦିନର ଶୁଭେଚ୍ଛା ଓ ଶୁଭକାମନା ଜଣାଇଛନ୍ତି ।

ମାଓଗଡରେ ପିଲାଙ୍କୁ ଶିକ୍ଷିତ କରାଉଛନ୍ତି ଦୁଇ ଝିଅ

କଠିନ ପରିସ୍ଥିତିମଧ୍ୟରେ ଏହି ଝିଅମାନଙ୍କର ଦୃଢ ଆତ୍ମବିଶ୍ୱାସ ଓ ନିରନ୍ତର ପ୍ରୟାସ ସମସ୍ତଙ୍କ ପାଇଁ ଉଦାହରଣ ସୃଷ୍ଟି କରିଛି ।

ମାଓଗଡରେ ବୋମା ବନ୍ଧୁକର ଗର୍ଜନକୁ ନ ଡରି ସେମାନେ ସ୍ୱାଭାବିକ ଭାବେ ଶିକ୍ଷାର ବାତାବରଣ ଗଢି ତୋଳୁଛନ୍ତି ।

ଓଡ଼ିଶାରେ ଭୋକାଲ ଫର୍ ଲୋକାଲ କ୍ରେଜ୍

ଭୋକାଲ୍ ଫର ଲୋକାଲର ମନ୍ତ୍ରକୁ ଆପଣେଇ ବକୁଲ୍ ଫାଉଣ୍ଡେସନ୍ ଭିନ୍ନ ଅନ୍ଦାଜରେ ଏହି କ୍ୟାମ୍ପେନ୍ ଆରମ୍ଭ କରିଛି ।

ଯେଉଁଥିରେ ପ୍ରିୟଜନଙ୍କୁ ଉପହାର ଆକାରରେ ଓ ଅଭ୍ୟର୍ଥନା ସ୍ୱରୂପ ଗଛଟିଏ ଉପହାର ଦେବାକୁ ପ୍ରୋତ୍ସାହିତ କରାଯାଉଛି ।

ପାହାଡ଼ି ମହିଳାଙ୍କ ହସ୍ତତନ୍ତ ଏବେ ଫ୍ଲିପକାର୍ଟରେ, ସଫଳତାର କାହାଣୀ କହୁଛି ସିଲକ୍ ପାର୍କ

ଘରର ଚାରିକାନ୍ଥ ଡେଇଁ ଏମାନେ ବାହାରିଛନ୍ତି ବାହାରକୁ । ନିଜ ହାତରେ ନିଜେ ବୁଣିଛନ୍ତି ସ୍ୱପ୍ନର ମିନାର ।

କଠିନ ପରିଶ୍ରମ ଓ ବୃତ୍ତି ପ୍ରତି ଆସକ୍ତି ହିଁ ସେମାନଙ୍କୁ ରେଶମ ଦୁନିଆରେ ଦେଇଛି ନୂଆ ପରିଚୟ ।

ଅଧିକ ବିଶେଷ ଖବର

Newsletter






Copyright © 2021 · LocalWire