• Skip to primary navigation
  • Skip to main content
  • Skip to primary sidebar
  • Careers
  • Our Advertisers
  • Copyright
  • Frequently Asked Questions (FAQ)
  • Contact Us
  • About Us

LocalWire

The hyper local news platform

  • Home
  • Odia
    • ବିଶେଷ
    • ମନୋରଞ୍ଜନ
    • ଘଟଣା
    • କାର୍ଯ୍ୟକ୍ରମ
    • ରାଜନୀତି
    • କୃଷି
    • ଅର୍ଥନୀତି
    • ପରିବେଶ
    • ଖାଦ୍ୟ
    • ଖେଳ
  • English
    • Happenings
    • Special
    • Bhubaneswar
    • Politics
    • Environment
    • Agriculture
    • Business
    • Government
    • Health
    • Heritage
    • Interview
    • Entertainment
  • Special
  • Bhubaneswar
  • Business
  • Agriculture
  • Education
  • Politics
ଅଦିନିଆ ବର୍ଷାରେ ଫସଲ ନଷ୍ଟ, ଚାଷୀ  ଚିନ୍ତାରେ

ଅଦିନିଆ ବର୍ଷାରେ ଫସଲ ନଷ୍ଟ, ଚାଷୀ ଚିନ୍ତାରେ

April 27, 2020 By Ashis Senapati Leave a Comment

କେନ୍ଦ୍ରାପଡ଼ା, ଏପ୍ରିଲ ୨୭(ଲୋକାଲ ୱାୟାର): ରାଜ୍ୟରେ ଗତ ଦୁଇଦିନ ହେଲାଣି ହୋଇଥିବା ବର୍ଷା ଯୋଗୁଁ ଏବେ କେନ୍ଦ୍ରାପଡ଼ା ଜିଲ୍ଲା ଉପକୂଳବର୍ତ୍ତୀ ଅଞ୍ଚଳର ଚାଷୀକୁଳ ଚିନ୍ତାରେ ।

ଜିଲ୍ଲାର ଚାଷୀମାନେ ଏହି ସମୟରେ ପନିପରିବା ଓ ମୁଗଚାଷ କରୁଥିବା ବେଳେ ଅଦିନିଆ ବର୍ଷା ଏସବୁକୁ ନଷ୍ଟ କରିଦେଇଛି ।

ଜିଲ୍ଲାର ମହାକାଳପଡ଼ା, ରାଜନଗର, ମାର୍ଶାଘାଇ, ଗରଦପୁର ବ୍ଲକ୍ ଆଦି ଅଞ୍ଚଳର ଅଧିକାଂଶ ଗାଁରେ ବର୍ଷା ଯୋଗୁଁ ପନିପରିବା ଓ ମୁଗ ଫସଲ ନଷ୍ଟ ହୋଇଥିବାର ଚାଷୀମାନେ ଅଭିଯୋଗ କରିଛନ୍ତି ।

ବିଶେଷ କରି ଶୁକ୍ରବାର ଓ ଶନିବାର ଦିନର ବର୍ଷା ଜିଲ୍ଲାରେ ଅଧିକ ପରିମାଣରେ ଫସଲ ନଷ୍ଟ କରି ଦେଇଛି ।

କୃଷକ ନେତା ଉମେଶ ଚନ୍ଦ୍ର ସିଂହ ବର୍ଷା ଯୋଗୁଁ ହୋଇଥିବା ଫସଲ ନଷ୍ଟର ଆକଳନ କରି କ୍ଷତିଗ୍ରସ୍ତ ଚାଷୀଙ୍କୁ ଉପଯୁକ୍ତ ମୂଲ୍ୟ ଦେବାକୁ ସରକାରଙ୍କୁ ଅପିଲ କରିଛନ୍ତି ।

ଗରଦପୁର ଗାଁର ମୁଗ ଚାଷୀ ହରମୋହନ ବେହରା କହିଛନ୍ତି ଅଦିନିଆ ବର୍ଷା ଯୋଗୁଁ ମୁଗ ଫସଲ ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଛି । ତେଣୁ ଏବେ କିପରି ଆମେ ବ୍ୟାଙ୍କ ଋଣ ସୁଝିବା ତାହା ସବୁଠାରୁ ବଡ଼ ଚିନ୍ତାର ବିଷୟ ।

କେବଳ ମୁଗ ନୁହେଁ ଜିଲ୍ଲାର ଉପକୂଳବର୍ତ୍ତୀ ଅଞ୍ଚଳରେ ବାଇଗଣ, ବିଲାତି, ଭେଣ୍ଡି ଓ ପାନ ବରଜ ମଧ୍ୟ ବ୍ୟାପକ କ୍ଷତି ହୋଇଛି ।

ଆସନ୍ତା ଏକ ସପ୍ତାହ ଭିତରେ ଯଦି ଜମିରୁ ପାଣି ବାହାର କରାନଯାଏ ତେବେ ଫସଲ ଆହୁରି ନଷ୍ଟ ହୋଇଯିବ ବୋଲି ପଟ୍ଟାମୁଣ୍ଡାଇ ଅଞ୍ଚଳର ଚାଷୀ ସଂଗ୍ରାମ ଦାଶ ସୂଚନା ଦେଇଛନ୍ତି ।

ରାଜକନିକା ଅଞ୍ଚଳର ଚାଷୀ ମହାଦେବ ଦାଶ କହିଛନ୍ତି କେବଳ ଫସଲ ନଷ୍ଟ ହୋଇଛି ତା ନୁହେଁ ଏବେ ମୁଗସବୁ ବର୍ଷା ପାଣିରେ ବତୁରି ହୋଇ ରହିବା ଦ୍ୱାରା ତା’ର ଗୁଣାତ୍ମକମାନ ମଧ୍ୟ ନଷ୍ଟ ହୋଇଯିବ । ଫଳରେ ଗ୍ରାହକ ଏସବୁ କିଣିବାରେ ଆଗ୍ରହ ନେବେନି ।

ଏବେ ବର୍ଷାକୁ ନେଇ ପାଣିପାଗ ବିଭାଗର ପୂର୍ବାନୁମାନ ଚାଷୀଙ୍କୁ ବ୍ୟତିବ୍ୟସ୍ତ କରିଛି । ପାଣିପାଗ ବିଭାଗ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ ଦକ୍ଷିଣ ପୂର୍ବ ବଙ୍ଗୋପସାଗରରେ ଏକ ଲଘୁଚାପ ସୃଷ୍ଟି ହେଉଛି ।

ତେଣୁ ଏପ୍ରିଲ ୨୯ ତାରିଖ ପର୍ଯ୍ୟନ୍ତ ଓଡ଼ିଶାର ବିଭିନ୍ନ ସ୍ଥାନରେ ବର୍ଷାର ସମ୍ଭବାନା ଦେଖାଦେଇଛି ।

ଗୋଟିଏ ପଟେ ଦେଶବ୍ୟାପୀ ଲକ୍ ଡାଉନ୍ ଯୋଗୁଁ ଜିଲ୍ଲାର ଅଧିକାଂଶ ଚାଷୀ ନିଜ ଫସଲର ଉଚିତ ମୂଲ୍ୟ ପାଇ ପାରୁନଥିବା ବେଳେ ଗାଁ ଲୋକଙ୍କୁ କମ୍ ଦାମରେ ବିକ୍ରି କରିବାକୁ ବାଧ୍ୟ ହେଉଛନ୍ତି ।

ପରିସ୍ଥିତି ଏପରି ହେଉଛି ଯେ ଜୀବଜନ୍ତୁଙ୍କୁ ଖାଇବାକୁ ବି ଦେଇ ଦେଉଛନ୍ତି । ଅପରପକ୍ଷେ ଏବେ ରାଜ୍ୟରେ ଦେଖାଦେଉଥିବା ଅଦିନିଆ ବର୍ଷା ଚାଷୀଙ୍କ ବୋଝ ଉପରେ ନଳିତା ବିଡ଼ା ସାବ୍ୟସ୍ତ ହେଉଛି ବୋଲି କେନ୍ଦ୍ରାପଡା ଅଞ୍ଚଳର ଚାଷୀ ମହମ୍ମଦ ସକିଲ କହିଛନ୍ତି ।

ପାନ ଚାଷୀ ଶଙ୍କର ମଣ୍ଡଳ କହିଛନ୍ତି ବର୍ଷା ଯୋଗୁଁ ପାନ ବରଜ ସବୁ ନଷ୍ଟ ହୋଇଯାଇଛି । ବର୍ଷା ଓ ପବନରେ ପାନ ଗଛସବୁ ଭାଙ୍ଗି ଯାଇଥିବା ବେଳେ ତା ଉପରେ ପାଣି ମାଡି ଯାଇଛି ।

ପ୍ରତିବର୍ଷ ବନ୍ୟା, ଅଦିନିଆ ବର୍ଷା ଓ ମରୁଡ଼ି ଯୋଗୁଁ ଏହି ଅଞ୍ଚଳର ଚାଷୀମାନେ ଫସଲ ନଷ୍ଟ ହାନିର ସମ୍ମୁଖୀନ ହୋଇଥାନ୍ତି ।

ମାତ୍ର ସରକାର ସୀମିତ ସହାୟତା ପ୍ରଦାନ କରିଥାନ୍ତି ବୋଲି ଜିଲ୍ଲା କୃଷକ ସଭା ସଭାପତି ଗୟାଧର ଧଳ ସୂଚନା ଦେଇଛନ୍ତି ।

ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ଅଶୋକ ମହାସୁଆର କହିଛନ୍ତି ଜିଲ୍ଲାରେ ଅଦିନିଆ ବର୍ଷା ଯୋଗୁଁ ହୋଇଥିବା କ୍ଷୟକ୍ଷତିର ଆକଳନ କରି ଏକ ରିପୋର୍ଟ ଦେବାକୁ ମୁଁ ସମସ୍ତ ବ୍ଲକ୍ କୃଷି ଅଧିକାରୀଙ୍କୁ ନିଦେ୍ର୍ଦଶ ଦେଇଛି ।

ସମସ୍ତ କୃଷି ଅଧିକାରୀ କ୍ଷୟକ୍ଷତିର ଆକଳନ କରୁଛନ୍ତି । ରିପୋର୍ଟ ପାଇବା ପରେ ଆମେ ଏଦିଗରେ କାର୍ଯ୍ୟାନୁଷ୍ଠାନ ନେବୁ ।

ଲୋକାଲ ୱାୟାର

Filed Under: Odia, କୃଷି Tagged With: ଓଡିଶା, କୃଷି, କେନ୍ଦ୍ରାପଡା

Download LocalWire App for Hyperlocal  Odisha News any time anywhere

 

 

Reader Interactions

Leave a Reply Cancel reply

Your email address will not be published. Required fields are marked *

This site uses Akismet to reduce spam. Learn how your comment data is processed.

Primary Sidebar

ଲୋକପ୍ରିୟ

ଶବହେବାକୁ ଭାବିଥିଲେ, ଏବେ ଶବକୁ ସାଥୀ କରିଛନ୍ତି ସାଥୀ ଋତୁରାଣୀ (ସ୍ୱତନ୍ତ୍ର)

ଏମିତି ଜଣେ ମହିଳା ହେଲେ ଋତୁରାଣୀ ସେନାପତି । ନିଜ ଘର ବାଲେଶ୍ୱର ହୋଇଥିଲେ ବି ରହୁଛନ୍ତି ପୁରୁଣା ଭୁବନେଶ୍ୱର ଅଞ୍ଚଳରେ ।

ଅନ୍ୟ ଝିଅମାନଙ୍କ ଭଳି ସେ ବି ସ୍ୱପ୍ନ ଦେଖିଥିଲେ । ବିବାହ କରିବେ, ସ୍ୱାମୀ, ପରିବାର, ପିଲାମାନଙ୍କ ସହ ସମୟ କାଟିବେ ।

ତିନି ହଜାର ବର୍ଷର ଇତିହାସର ଗନ୍ତାଘର- ଓଡ଼ିଶା ରାଜ୍ୟ ସଂଗ୍ରହାଳୟ

ସଂଗ୍ରହାଳୟର ସମୃଦ୍ଧ ତାଳପତ୍ର ପାଣ୍ଡୁଲିପି ଗ୍ୟାଲେରିରେ ୨୭ଟି ବିଷୟରେ ୨୦ ହଜାରରୁ ଅଧିକ ପାଣ୍ଡୁଲିପି ସ୍ଥାନ ପାଇଛି ।

ସେହିପରି ପ୍ରତ୍ୱତତ୍ତ୍ୱ ବିଭାଗରେ ଖ୍ରୀଷ୍ଟପୂର୍ବ ତୃତୀୟ ଶତାବ୍ଦୀରୁ ଆରମ୍ଭ କରି ମଧ୍ୟଯୁଗ ଶେଷ ପର୍ଯ୍ୟନ୍ତ ବିଭିନ୍ନ ସମୟର ସ୍ଥାପତ୍ୟ ତିନିଟି ବିରାଟ ହଲରେ ପ୍ରଦର୍ଶିତ ହେଉଛି ।

ସେଲିବ୍ରିଟି କହିଲେ ମେରି ଖ୍ରୀଷ୍ଟମାସ୍

କେହି କାହାକୁ ଦେଖା ନହୋଇପାରିଲେ କ’ଣ ହେଲା କିନ୍ତୁ ମେରି ଖ୍ରୀଷ୍ଟମାସ୍ କହିବାକୁ ଭୁଲି ନାହାନ୍ତି ।

ଖାସ୍ କରି ବଡ଼ଦିନ ପୂର୍ବରୁ ଆମ ଓଲିଉଡର ତାରକାମାନେ ପ୍ରଶଂସକଙ୍କୁ ମେରି ଖ୍ରୀଷ୍ଟମାସ୍ କହି ବଡ଼ଦିନର ଶୁଭେଚ୍ଛା ଓ ଶୁଭକାମନା ଜଣାଇଛନ୍ତି ।

ମାଓଗଡରେ ପିଲାଙ୍କୁ ଶିକ୍ଷିତ କରାଉଛନ୍ତି ଦୁଇ ଝିଅ

କଠିନ ପରିସ୍ଥିତିମଧ୍ୟରେ ଏହି ଝିଅମାନଙ୍କର ଦୃଢ ଆତ୍ମବିଶ୍ୱାସ ଓ ନିରନ୍ତର ପ୍ରୟାସ ସମସ୍ତଙ୍କ ପାଇଁ ଉଦାହରଣ ସୃଷ୍ଟି କରିଛି ।

ମାଓଗଡରେ ବୋମା ବନ୍ଧୁକର ଗର୍ଜନକୁ ନ ଡରି ସେମାନେ ସ୍ୱାଭାବିକ ଭାବେ ଶିକ୍ଷାର ବାତାବରଣ ଗଢି ତୋଳୁଛନ୍ତି ।

ଓଡ଼ିଶାରେ ଭୋକାଲ ଫର୍ ଲୋକାଲ କ୍ରେଜ୍

ଭୋକାଲ୍ ଫର ଲୋକାଲର ମନ୍ତ୍ରକୁ ଆପଣେଇ ବକୁଲ୍ ଫାଉଣ୍ଡେସନ୍ ଭିନ୍ନ ଅନ୍ଦାଜରେ ଏହି କ୍ୟାମ୍ପେନ୍ ଆରମ୍ଭ କରିଛି ।

ଯେଉଁଥିରେ ପ୍ରିୟଜନଙ୍କୁ ଉପହାର ଆକାରରେ ଓ ଅଭ୍ୟର୍ଥନା ସ୍ୱରୂପ ଗଛଟିଏ ଉପହାର ଦେବାକୁ ପ୍ରୋତ୍ସାହିତ କରାଯାଉଛି ।

ପାହାଡ଼ି ମହିଳାଙ୍କ ହସ୍ତତନ୍ତ ଏବେ ଫ୍ଲିପକାର୍ଟରେ, ସଫଳତାର କାହାଣୀ କହୁଛି ସିଲକ୍ ପାର୍କ

ଘରର ଚାରିକାନ୍ଥ ଡେଇଁ ଏମାନେ ବାହାରିଛନ୍ତି ବାହାରକୁ । ନିଜ ହାତରେ ନିଜେ ବୁଣିଛନ୍ତି ସ୍ୱପ୍ନର ମିନାର ।

କଠିନ ପରିଶ୍ରମ ଓ ବୃତ୍ତି ପ୍ରତି ଆସକ୍ତି ହିଁ ସେମାନଙ୍କୁ ରେଶମ ଦୁନିଆରେ ଦେଇଛି ନୂଆ ପରିଚୟ ।

ଅଧିକ ବିଶେଷ ଖବର

Newsletter






Copyright © 2021 · LocalWire