• Skip to primary navigation
  • Skip to main content
  • Skip to primary sidebar
  • Careers
  • Our Advertisers
  • Copyright
  • Frequently Asked Questions (FAQ)
  • Contact Us
  • About Us

LocalWire

The hyper local news platform

  • Home
  • Odia
    • ବିଶେଷ
    • ମନୋରଞ୍ଜନ
    • ଘଟଣା
    • କାର୍ଯ୍ୟକ୍ରମ
    • ରାଜନୀତି
    • କୃଷି
    • ଅର୍ଥନୀତି
    • ପରିବେଶ
    • ଖାଦ୍ୟ
    • ଖେଳ
  • English
    • Happenings
    • Special
    • Bhubaneswar
    • Politics
    • Environment
    • Agriculture
    • Business
    • Government
    • Health
    • Heritage
    • Interview
    • Entertainment
  • Special
  • Bhubaneswar
  • Business
  • Agriculture
  • Education
  • Politics
ଅନଲାଇନରେ ହେବ ବଡ଼ଦିନ, ସ୍ୱତନ୍ତ୍ର କାର୍ଯ୍ୟକ୍ରମ ୱାଚ୍ ନାଇଟସ୍

ଅନଲାଇନରେ ହେବ ବଡ଼ଦିନ, ସ୍ୱତନ୍ତ୍ର କାର୍ଯ୍ୟକ୍ରମ ୱାଚ୍ ନାଇଟସ୍

December 8, 2020 By LocalWire Leave a Comment

ଭୁବନେଶ୍ୱର, ଡିସେମ୍ବର ୮(ଲୋକାଲ ୱାୟାର): ଏଥର ଅନଲାଇନରେ ହେବ ଖ୍ରୀଷ୍ଟ ମାସ ।

୮ ମାସ ହେଲାଣି କରୋନା ଯୋଗୁଁ ସବୁ ଧାର୍ମିକ ଅନୁଷ୍ଠାନ ବନ୍ଦ ରହିଥିବା ବେଳେ ଡିସେମ୍ବର ବେଳକୁ ସବୁ ସ୍ୱାଭାବିକ ହେବ ବୋଲି ଆଶା କରାଯାଉଥିଲା ।

ମାତ୍ର ଏବେ ଯାଏଁଁ କରୋନାର ଦ୍ୱିତୀୟ ଲହରି ଆସିବାର ଆଶଙ୍କା ରହିଥିବାରୁ ଧାର୍ମିକ ଅନୁଷ୍ଠାନକୁ ଖୋଲିବାକୁ ଅନୁମତି ମିଳିନାହିଁ ।

ଯାହା ଭକ୍ତମାନଙ୍କୁ ନିରାଶ କରିଛି । ଖ୍ରୀଷ୍ଟମାସ ପାଇଁ ମାସକ ଆଗରୁ ପ୍ରସ୍ତୁତି କରାଯାଉଥିବା ବେଳେ ଚଳିତ ବର୍ଷ କରୋନା ଯୋଗୁଁ ଏ ପର୍ଯ୍ୟନ୍ତ ଚର୍ଚ୍ଚ ପରିସର ଖାଁ ଖାଁ ରହିଛି ।

ଖ୍ରୀଷ୍ଟମାସ ପାଇଁ ଆଉ ଦିନ କେଇଟା ଥିଲେ ବି କୌଣସି ପ୍ରସ୍ତୁତି ଆରମ୍ଭ ହୋଇନି । ଏ ବାବଦରେ ଏକ ଚର୍ଚ୍ଚର ଫାଦର କହିଛନ୍ତି ଚଳିତ ବର୍ଷ ଅନଲାଇନରେ ଆମେ ସାମୁହିକ ପ୍ରାର୍ଥନା କରିବୁ ।

ଏଥିପାଇଁ ୱାଚ୍ ନାଇଟସ ନାମରେ ସ୍ୱତନ୍ତ୍ର କାର୍ଯ୍ୟକ୍ରମ କରାଯିବ । ଡିସେମ୍ବର ୨୪ ତାରିଖ ରାତି ସାଢେ ୧୧ଟାରୁ ଏହି ୱାଚ୍ ନାଇଟ୍ ମାସ୍ ହେବ । ସାମୂହିକ ପ୍ରାର୍ଥନା ମାଧ୍ୟମରେ ପ୍ରଭୁ ଯୀଶୁ ଧରାବତରଣ କରିବେ ।

ସେହିପରି ୨୫ ତାରିଖ ଦିନ ଫେସବୁକ୍ ଲାଇଭ୍, ୟୁ-ଟୁ୍ୟବ୍, ଜୁମ୍ ଆପ୍ ମାଧ୍ୟମରେ ପ୍ରାର୍ଥନା କରାଯିବ ।

ତା ଛଡ଼ା ବିଭିନ୍ନ ପ୍ରକାର ସାଂସ୍କୃତିକ କାର୍ଯ୍ୟକ୍ରମ ବିଭିନ୍ନ ଥିମ୍ ଅନୁସାରେ କରାଯିବାକୁ ସ୍ଥିର କରାଯାଇଥିବା ବେଳେ ଏସବୁ ବି ଅନ୍ ଲାଇନରେ ହେବ ।

ଏ ବାବଦରେ ଏକ କାଥୋଲିକ୍ ଚର୍ଚ୍ଚର ଫାଦର କହିଛନ୍ତି ଖ୍ରୀଷ୍ଟମାସ ପାଳନ ନେଇ ସରକାରଙ୍କ କୌଣସି ଗାଇଡ଼ଲାଇନ୍ ଆସିନାହିଁ ।

୮ମାସ ହେବ ଚର୍ଚ୍ଚ ବନ୍ଦ ରହିଛି । ଏଥର ଖ୍ରୀଷ୍ଟମାସ ପାଇଁ କୌଣସି ପ୍ରସ୍ତୁତି ଆରମ୍ଭ ହୋଇନାହିଁ । କାରଣ କୋଭିଡ଼ ପାଇଁ କେହି କାହା ଘରକୁ ଯିବାକୁ ଭୟ କରୁଛନ୍ତି ।

ହାତରେ କେକ୍ ଦେଲେ କେହି ଖାଇବେନି । ତେଣୁ କେକ୍ ମଧ୍ୟ କଟାଯିବାର ଯୋଜନା ନାହିଁ ।

ପୁରୁଣା ଖ୍ରୀଷ୍ଟମାସ ଟ୍ରି ବା ରେଡିମେଡ ଟ୍ରିରେ କାମ ଚଳାଯିବ । ଆସନ୍ତା ବର୍ଷ ଆମେ ଏହାକୁ ନିଶ୍ଚିତ ଭାବେ ଧୂମଧାମ୍ରେ ପାଳନ କରିବୁ ।

ଲୋକାଲ ୱାୟାର

Filed Under: Odia Tagged With: ଓଡିଶା

Download LocalWire App for Hyperlocal  Odisha News any time anywhere

 

 

About LocalWire

Reader Interactions

Leave a Reply Cancel reply

Your email address will not be published. Required fields are marked *

This site uses Akismet to reduce spam. Learn how your comment data is processed.

Primary Sidebar

ଲୋକପ୍ରିୟ

ଶବହେବାକୁ ଭାବିଥିଲେ, ଏବେ ଶବକୁ ସାଥୀ କରିଛନ୍ତି ସାଥୀ ଋତୁରାଣୀ (ସ୍ୱତନ୍ତ୍ର)

ଏମିତି ଜଣେ ମହିଳା ହେଲେ ଋତୁରାଣୀ ସେନାପତି । ନିଜ ଘର ବାଲେଶ୍ୱର ହୋଇଥିଲେ ବି ରହୁଛନ୍ତି ପୁରୁଣା ଭୁବନେଶ୍ୱର ଅଞ୍ଚଳରେ ।

ଅନ୍ୟ ଝିଅମାନଙ୍କ ଭଳି ସେ ବି ସ୍ୱପ୍ନ ଦେଖିଥିଲେ । ବିବାହ କରିବେ, ସ୍ୱାମୀ, ପରିବାର, ପିଲାମାନଙ୍କ ସହ ସମୟ କାଟିବେ ।

ତିନି ହଜାର ବର୍ଷର ଇତିହାସର ଗନ୍ତାଘର- ଓଡ଼ିଶା ରାଜ୍ୟ ସଂଗ୍ରହାଳୟ

ସଂଗ୍ରହାଳୟର ସମୃଦ୍ଧ ତାଳପତ୍ର ପାଣ୍ଡୁଲିପି ଗ୍ୟାଲେରିରେ ୨୭ଟି ବିଷୟରେ ୨୦ ହଜାରରୁ ଅଧିକ ପାଣ୍ଡୁଲିପି ସ୍ଥାନ ପାଇଛି ।

ସେହିପରି ପ୍ରତ୍ୱତତ୍ତ୍ୱ ବିଭାଗରେ ଖ୍ରୀଷ୍ଟପୂର୍ବ ତୃତୀୟ ଶତାବ୍ଦୀରୁ ଆରମ୍ଭ କରି ମଧ୍ୟଯୁଗ ଶେଷ ପର୍ଯ୍ୟନ୍ତ ବିଭିନ୍ନ ସମୟର ସ୍ଥାପତ୍ୟ ତିନିଟି ବିରାଟ ହଲରେ ପ୍ରଦର୍ଶିତ ହେଉଛି ।

ସେଲିବ୍ରିଟି କହିଲେ ମେରି ଖ୍ରୀଷ୍ଟମାସ୍

କେହି କାହାକୁ ଦେଖା ନହୋଇପାରିଲେ କ’ଣ ହେଲା କିନ୍ତୁ ମେରି ଖ୍ରୀଷ୍ଟମାସ୍ କହିବାକୁ ଭୁଲି ନାହାନ୍ତି ।

ଖାସ୍ କରି ବଡ଼ଦିନ ପୂର୍ବରୁ ଆମ ଓଲିଉଡର ତାରକାମାନେ ପ୍ରଶଂସକଙ୍କୁ ମେରି ଖ୍ରୀଷ୍ଟମାସ୍ କହି ବଡ଼ଦିନର ଶୁଭେଚ୍ଛା ଓ ଶୁଭକାମନା ଜଣାଇଛନ୍ତି ।

ମାଓଗଡରେ ପିଲାଙ୍କୁ ଶିକ୍ଷିତ କରାଉଛନ୍ତି ଦୁଇ ଝିଅ

କଠିନ ପରିସ୍ଥିତିମଧ୍ୟରେ ଏହି ଝିଅମାନଙ୍କର ଦୃଢ ଆତ୍ମବିଶ୍ୱାସ ଓ ନିରନ୍ତର ପ୍ରୟାସ ସମସ୍ତଙ୍କ ପାଇଁ ଉଦାହରଣ ସୃଷ୍ଟି କରିଛି ।

ମାଓଗଡରେ ବୋମା ବନ୍ଧୁକର ଗର୍ଜନକୁ ନ ଡରି ସେମାନେ ସ୍ୱାଭାବିକ ଭାବେ ଶିକ୍ଷାର ବାତାବରଣ ଗଢି ତୋଳୁଛନ୍ତି ।

ଓଡ଼ିଶାରେ ଭୋକାଲ ଫର୍ ଲୋକାଲ କ୍ରେଜ୍

ଭୋକାଲ୍ ଫର ଲୋକାଲର ମନ୍ତ୍ରକୁ ଆପଣେଇ ବକୁଲ୍ ଫାଉଣ୍ଡେସନ୍ ଭିନ୍ନ ଅନ୍ଦାଜରେ ଏହି କ୍ୟାମ୍ପେନ୍ ଆରମ୍ଭ କରିଛି ।

ଯେଉଁଥିରେ ପ୍ରିୟଜନଙ୍କୁ ଉପହାର ଆକାରରେ ଓ ଅଭ୍ୟର୍ଥନା ସ୍ୱରୂପ ଗଛଟିଏ ଉପହାର ଦେବାକୁ ପ୍ରୋତ୍ସାହିତ କରାଯାଉଛି ।

ପାହାଡ଼ି ମହିଳାଙ୍କ ହସ୍ତତନ୍ତ ଏବେ ଫ୍ଲିପକାର୍ଟରେ, ସଫଳତାର କାହାଣୀ କହୁଛି ସିଲକ୍ ପାର୍କ

ଘରର ଚାରିକାନ୍ଥ ଡେଇଁ ଏମାନେ ବାହାରିଛନ୍ତି ବାହାରକୁ । ନିଜ ହାତରେ ନିଜେ ବୁଣିଛନ୍ତି ସ୍ୱପ୍ନର ମିନାର ।

କଠିନ ପରିଶ୍ରମ ଓ ବୃତ୍ତି ପ୍ରତି ଆସକ୍ତି ହିଁ ସେମାନଙ୍କୁ ରେଶମ ଦୁନିଆରେ ଦେଇଛି ନୂଆ ପରିଚୟ ।

ଅଧିକ ବିଶେଷ ଖବର

Newsletter






Copyright © 2021 · LocalWire