ଭୁବନେଶ୍ୱର, ଅଗଷ୍ଟ ୨୧(ଲୋକାଲ ୱାୟାର): ସୋସିଆଲ୍ ମିଡିଆରେ ରାତାରାତି ଷ୍ଟାର୍ ପାଲଟି ଯାଇଥିବା ଏବଂ ଅନେକଙ୍କୁ ଦିୱାନା ବନେଇ ଦେଇଥିବା ଅଭିନେତ୍ରୀ ଓଡ଼ିଆ ଝିଅ ଅପସରା ରାଣୀ ସସପେଣ୍ଡ ।
ମାନେ ତାଙ୍କ ଟ୍ୱିଟର୍ ଆକାଉଣ୍ଟକୁ ସସପେଣ୍ଡ କରାଯାଇଛି । ଟ୍ୱିଟର୍ ନିୟମ ଉଲ୍ଲଂଘନ କରିଥିବା ଅଭିଯୋଗରେ ଏହି କାର୍ଯ୍ୟାନୁଷ୍ଠାନ ହୋଇଛି ।
ବଲିଉଡର ରଙ୍ଗୀଲା ନିଦେ୍ର୍ଦଶକ ରାମଗୋପାଳ ବର୍ମାଙ୍କ ଫିଲ୍ମ ‘ଥ୍ରୀଲର’ରେ ବଲିଉଡକୁ ଏଣ୍ଟ୍ରି କରି ବେଶ୍ ଚର୍ଚ୍ଚାରେ ଥିଲେ ଅପସରା ।
ଫିଲ୍ମର ପୋଷ୍ଟର ପ୍ରମୋସନରୁ ରିଲିଜ୍ ପର୍ଯ୍ୟନ୍ତ ନିଜର ବୋଲ୍ଡ ଏବଂ ସେକ୍ସି ଷ୍ଟାଇଲ୍ ପାଇଁ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ।
ଏମିତି ହୋଇଥିଲା ଯେତେବେଳେ ରାମଗୋପାଳ ପ୍ରଥମେ ଅପସରାଙ୍କ ଫଟୋ ପୋଷ୍ଟ କରି ସୂଚନା ଦେଲେ ସେତେବେଳେ ୭-୮ଘଣ୍ଟାରେ ୧୫ହଜାର ଦର୍ଶକ ଯୋଡ଼ି ହୋଇଯାଇଥିଲେ ।
ଏମିତିକି ୩-୪ ଦିନ ମଧ୍ୟରେ ୫୦ରୁ ଅଧିକ ଫେକ୍ ଆକାଉଣ୍ଟ ତାଙ୍କ ନାଁରେ ଖୋଲିଯାଇଥିଲା । ଅପସରାଙ୍କ ଅଫିସିଆଲ୍ ଆକାଉଣ୍ଟରେ ୪୫ହଜାର ଫଲୋର୍ସ ଥିଲେ । ବିଭିନ୍ନ ସମୟରେ ତାଙ୍କୁ ଟ୍ରୋଲ୍ କରୁଥିଲେ ।
ଲୋକାଲ ୱାୟାର
Leave a Reply