ଭୁବନେଶ୍ୱର, ଅକ୍ଟୋବର ୨୪(ଲୋକାଲ ୱାୟାର): ଦୁର୍ଗତିନାଶିନୀଙ୍କ ଅବତାରରେ ଉଭା ହୋଇଛନ୍ତି ଓଲିଉଡ ଚୁଲବୁଲି ନାୟିକା ଅର୍ଚ୍ଚିତା ସାହୁ ।
ଦଶହରା ଉପଲକ୍ଷେ ସେ ଏକ ସ୍ୱତନ୍ତ୍ର ଭିଡିଓ ନିଜ ୟୁଟୁ୍ୟବ୍ ଚ୍ୟାନେଲରେ ଅପଲୋଡ୍ କରି ଶୁଭେଚ୍ଛା ଜଣାଇଛନ୍ତି । ଭିଡିଓର ଶୀର୍ଷକ ରହିଛି ‘ଦୁର୍ଗତିନାଶିନୀ’ ।
ଏଥିରେ ଅର୍ଚ୍ଚିତା ମା’ଙ୍କ ରୂପରେ ସଜେଇ ହୋଇ ଏକ ମନ୍ଦିର ସାମ୍ନାରେ ଛିଡ଼ା ହୋଇ କିଛି ପରିବର୍ତ୍ତନର ଆଭାସ ଦେଉଛନ୍ତି ।
ଏହି ଅବସରରେ ଅର୍ଚ୍ଚିତା କହିଛନ୍ତି, ଏଥର ଦୁର୍ଗାପୂଜା ପାଳନ ହୁଏତ ଆଗଭଳି ନହୋଇ ପାରେ କିନ୍ତୁ ମା’ଙ୍କ ଆଗମନରେ ସମାନ ଖୁସି ଓ ଆକର୍ଷଣ ରହିବ । ପୂଜାରେ ଆପଣମାନଙ୍କ ପାଇଁ ମୋର ଏ ସ୍ୱତନ୍ତ୍ର ଉପହାର ।
ଲୋକାଲ ୱାୟାର
Leave a Reply