ଭୁବନେଶ୍ୱର, ଜାନୁଆରୀ ୨୯(ଲୋକାଲ ୱାୟାର): ଓଡ଼ିଆ ଚଳଚ୍ଚିତ୍ର ଜଗତର ଜଣେ ବିଚକ୍ଷଣ ପ୍ରତିଭା, ଜଣାଶୁଣା ତଥା ଘରେ ଘରେ ଅତି ପରିଚିତା ଡଲି ଅପା । ଅଭିନେତ୍ରୀ ନମ୍ରତା ଦାସ ।
ଓଡ଼ିଆ ଚଳଚ୍ଚିତ୍ର ଜଗତକୁ ତାଙ୍କର ଜୀବନବ୍ୟାପୀ ସାଧନାର ସ୍ୱୀକୃତି ସ୍ୱରୂପ ଚଳିତ ବର୍ଷ ଓଡ଼ିଶା ଚଳଚ୍ଚିତ୍ର କଳାକାର ସଂଘର ତା’ର ବାର୍ଷିକ ଉତ୍ସବ ଅବସରରେ ‘ଭୂମିକନ୍ୟା’ ପୁରସ୍କାରରେ ପୁରସ୍କୃତ କରିଛି ।
ପୁରସ୍କାର ସ୍ୱରୂପ ତାଙ୍କୁ ଏକ ଲକ୍ଷ ଟଙ୍କାର ଅର୍ଥରାଶି ଚେକ୍ ସହ ମାନପତ୍ର ଓ ଉତ୍ତରୀୟ ପ୍ରଦାନ କରାଯାଇଛି । ରବିବାର ସନ୍ଧ୍ୟାରେ ଭୁବନେଶ୍ୱର ଉତ୍କଳ ମଣ୍ଡପଠାରେ ଓଡ଼ିଶା ଚଳଚ୍ଚିତ୍ର କଳାକାର ସଂଘ(ଓସିଏଏ)ର ବାର୍ଷିକ ଉତ୍ସବରେ ଆୟୋଜିତ ସାଂସ୍କୃତିକ ସମାରୋହରେ ନମ୍ରତା ଦାସଙ୍କୁ ଏହି ସମ୍ମାନ ପ୍ରଦାନ କରାଯାଇଛି ।
ଏହି କାର୍ଯ୍ୟକ୍ରମରେ ସଂଘର ସଭାପତି ସିଦ୍ଧାନ୍ତ ମହାପାତ୍ର, ସମ୍ପାଦକ ଶ୍ରୀତମ ଦାସ, ବରିଷ୍ଠ ଅଭିନେତା ସୁରେଶ ମିଶ୍ର, ପ୍ରଦ୍ୟୁମ୍ନ ଲେଙ୍କା, ମହେଶ୍ୱତା ରାୟ ଓ ଅନ୍ୟମାନେ ଉପସ୍ଥିତ ଥିଲେ ।
ସମସ୍ତେ ଉପସ୍ଥିତ ରହି ଏହି ସମ୍ମାନ ପ୍ରଦାନ କରିଥିଲେ । ଏହି ଅବସରରେ ସଂଘର ସ୍ମରଣିକା ଉନ୍ମୋଚନ, କଳାକାରଙ୍କୁ ପେନସନ୍ ପ୍ରଦାନ ସାଙ୍ଗକୁ ସିନେ କଳାକାରମାନଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା ।
ଲୋକାଲ ୱାୟାର
Leave a Reply