ଭୁବନେଶ୍ୱର, ଜାନୁଆରୀ ୨୧(ଲୋକାଲ ୱାୟାର): ରାଜଧାନୀ ଭୁବନେଶ୍ୱରର ୟୁନିଟ-୧ ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ ମଙ୍ଗଳବାର ଅଷ୍ଟମ ରାଜ୍ୟସ୍ତରୀୟ ବିଜ୍ଞାନ ପ୍ରଦର୍ଶନୀ ଓ ପ୍ରକଳ୍ପ ପ୍ରତିଯୋଗିତାକୁ ରାଜ୍ୟ ପ୍ରକଳ୍ପ ନିର୍ଦ୍ଦେଶକ (ଓସେପା) ଭୁପେନ୍ଦ୍ର ସିଂ ପୁନିଆ ଉଦଘାଟନ କରିଛନ୍ତି ।
ରାଜ୍ୟସ୍ତରୀୟ ଇନସ୍ପେୟାର ପ୍ରତିଯୋଗିତାରେ ୧୪୪ଟି ପ୍ରକଳ୍ପ ସ୍ଥାନ ପାଇଛି ।
କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି କୁନି ବୈଜ୍ଞାନିକମାନଙ୍କୁ ଭବିଷ୍ୟତରେ ମାନବ ଜୀବନକୁ କିପରି ଗୁଣାତ୍ମକ ବିକାଶ ତଥା ଉନ୍ନତ ଶୀର୍ଷରେ ପହଞ୍ଚାଇବା ଓ ଦୈନନ୍ଦିନ ଜୀବନରେ ଘଟୁଥିବା ସମସ୍ୟାଗୁଡ଼ିକୁ ବିଜ୍ଞାନ, ଶୈଖିକ ଓ ଗବେଷଣାତ୍ମକ ଦିଗରେ ନୂତନ ଅଭୀପ୍ସା ନେଇ ପରିବର୍ତ୍ତନ କରିବାକୁ ଆହ୍ୱାନ କରିଥିଲେ ।
କାର୍ଯ୍ୟକ୍ରମରେ ଓସେପା ଯୁଗ୍ମ ନିର୍ଦ୍ଦେଶକ ଡ. ବିଜୟା ପାତ୍ର, ଓସେପା ଏଡିପି ଡ. କାର୍ତ୍ତିକ ଚନ୍ଦ୍ର ଦାସ, ଖୋର୍ଦ୍ଧା ଜିଲ୍ଲା ଶିକ୍ଷା ଅଧିକାରୀ ବନ୍ଦନା ମହାପାତ୍ର, ଏନଆଇଏଫ ନୂଆଦିଲ୍ଲୀର ବରିଷ୍ଠ ପ୍ରୋଗ୍ରାମ ଅଫିସର ବିବେକ କୁମାର ୩୦ଟି ଜିଲ୍ଲାରୁ ଆସିଥିବା କୁନି ବୈଜ୍ଞାନିକମାନଙ୍କୁ ମୂଲ୍ୟବାନ ଉପଦେଶ ପ୍ରଦାନ କରିଥିଲେ ।
ଲୋକାଲ ୱାୟାର
Leave a Reply