ଭୁବନେଶ୍ୱର, ଅଗଷ୍ଟ ୨୬(ଲୋକାଲ ୱାୟାର): ଏ ମୌସମ୍ ଥିଲା କିଛି ସେମିତି । ପାଗ ବଦଳିଯାଇଥିଲା । ଆକାଶରେ ଭସା ମେଘ ।
ତା’ସାଙ୍ଗକୁ ଲଘୁଚାପ ବର୍ଷା । ଅନେକ ଦିନ ପରେ ହେଲେ ବି ମନ କରୁଥିଲା ଭିଜିବାକୁ । ଆଉ ଯଦି ମନ ଚାହିଁଲା ତେବେ ଏ ଦେହ ତ ଭିଜିବ ହିଁ ଭିଜିବ ।
ଆଉ ନିଜକୁ ରୋକି ନପାରି ଛତା ଧରି ପଦାକୁ ଯାଇଥିଲେ ହେଲେ ବର୍ଷା ପାଣି ଶରୀରକୁ ସ୍ପର୍ଶ କଲା ପରେ ଆଉ କାମ ଦେଇନଥିଲା ଛତା ।
ତା’ପରେ ଓଲିଉଡର ପ୍ରସିଦ୍ଧ କଣ୍ଠଶିଳ୍ପୀ ଅସୀମ ଗାଇଥିଲେ, ରିମ୍ ଝିମ୍ ପାଣି ବର୍ଷୁଥିଲା । ଓଡ଼ିଆ ସଙ୍ଗୀତ ଜଗତରେ ବେଶ୍ ଜଣାଶୁଣା ଏବଂ ପରିଚିତ କଣ୍ଠଶିଳ୍ପୀ ହେଲେ ଅସୀମା ପଣ୍ଡା ।
ସେ କହିଲା ପରି ସେ ଯେଉଁଠି ଠିଆ ହୋଇଯିବେ ସେଠି ସଙ୍ଗୀତ ଚାଲିବ ଆଉ ଦର୍ଶକ ଶୁଣିବେ । ତାଙ୍କ ଫ୍ୟାନ୍ ଫଲୋଅରଙ୍କ ସଂଖ୍ୟା କିଛି କମ୍ ନୁହେଁ ।
ସେଥିପାଇଁ ତ ସେ ବର୍ଷା ସମୟରେ ଛତା ଧରି ଯାଉଥିବାର ଏକ ଫଟୋକୁ ସୋସିଆଲ୍ ମିଡିଆରେ ପୋଷ୍ଟ କରୁ କରୁ ମାତ୍ର ୪ଘଣ୍ଟାରେ ତାକୁ ୧୨ହଜାରରୁ ଅଧିକ ଦର୍ଶକ ଦେଖି ସାରିଲେଣି ।
ଅନେକ ଲାଇକ୍ କରିବା ସହ ନିଜର ମତାମତ ବି ରଖିଛନ୍ତି । ଭଜନ, ପାରମ୍ପରିକ, ସମ୍ବଲପୁରୀ ଗୀତଠାରୁ ଆରମ୍ଭ କରି ଆଧୁନିକ ଗୀତ ପର୍ଯ୍ୟନ୍ତ ସବୁ ଗାଇବାରେ ବେଶ୍ ଆଗରେ ଅସୀମା ।
ଲୋକାଲ ୱାୟାର
Leave a Reply