ବ୍ରହ୍ମପୁର, ଏପ୍ରିଲ ୨୯ (ଲୋକାଲ ୱାୟାର): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଫୋନ କରି ଗଞ୍ଜାମ ଜିଲ୍ଲା ପତ୍ରପୁର ବ୍ଲକର ଅସୁସ୍ଥ ଅଙ୍ଗନୱାଡି କର୍ମୀ ଅନ୍ନପୂର୍ଣ୍ଣା ଚୌଧୁରୀଙ୍କ ସ୍ୱାସ୍ଥ୍ୟାବସ୍ଥା ପଚାରି ବୁଝିଥିଲେ ।
୨୯ ବର୍ଷୀୟା ଚୌଧୁରୀଙ୍କ ମାର୍ଚ୍ଚ ୬ରେ ମେରୁଦଣ୍ଡ ଅପରେସନ ହୋଇଥିଲା । ଓଡ଼ିଶା -ଆନ୍ଧ୍ର ପ୍ରଦେଶ ସୀମାନ୍ତ ଗାଁ ବଳରାମପୁର କର୍ତ୍ତବ୍ୟରତ ଥିବାବେଳେ ଦିନ ୧୧.୫୦ରେ ମୁଖ୍ୟମନ୍ତ୍ରୀ ତାଙ୍କୁ ଫୋନ କରିଥିଲେ ।
ଅସୁସ୍ଥତା ସତ୍ତ୍ୱେ କୋଭିଡ-୧୯ ବିରୋଧୀ ଲଢ଼େଇରେ ସାମିଲ ହୋଇଥିବାରୁ ମୁଖ୍ୟମନ୍ତ୍ରୀ ତାଙ୍କୁ ପ୍ରଶଂସା କରିଥିଲେ ।
ଭୁବନେଶ୍ୱରର ଏକ ବେସରକାରୀ ହସ୍ପିଟାଲରେ ନିଜର ସ୍ୱାସ୍ଥ୍ୟ ପରୀକ୍ଷା ଓ ପୁରୀ ଜିଲ୍ଲା ସାକ୍ଷୀଗୋପାଳ ଯାଇ ପୁଅକୁ ଭେଟିବା ଅନୁମତି ଦେବାକୁ ଅନ୍ନପୂର୍ଣ୍ଣା ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଥିଲେ ।
ଭୟଙ୍କର ଯନ୍ତ୍ରଣା ଓ ଶରୀରର ଗୋଟିଏ ପାଶ୍ୱର୍ କାର୍ଯ୍ୟକ୍ଷମ ନହେବାରୁ ଅଙ୍ଗନବାଡ଼ି କର୍ମୀ ଜଣକ ମାର୍ଚ୍ଚ ୬ରେ ଭୁବନେଶ୍ୱରର ଏକ ବେସରକାରୀ ଡାକ୍ତରଖାନାରେ ଅପରେସନ କରାଇଥିଲେ ।
ମାର୍ଚ୍ଚ ୧୧ରେ ଡାକ୍ତରଖାନାରୁ ଡିସଚାର୍ଜ ହୋଇଥିଲେ । ଏହାର ଦିନକ ପରେ ସେ କୋଭିଡ-୧୯ ବିରୋଧୀ ଲଢ଼େଇରେ ସାମିଲ ହୋଇଥିଲେ ।
ଡାକ୍ତର ମୋତେ ଚେକ-ଅପ୍ ପାଇଁ ପରାମର୍ଶ ଦେଇଥିବା ସତ୍ତ୍ୱେ ମୁଁ ଡାକ୍ତରଖାନା ଯାଇ ପାରିନଥିଲି । କାରଣ ସେତେବେଳେ କୋଭିଡ-୧୯ ଲଢ଼େଇରେ ସାମିଲ ହୋଇଥିଲି । ବଳରାମପୁର ଏକ ସୀମାନ୍ତ ଗାଁ ।
ସୀମା ପାର ହୋଇ ଆସୁଥିବା ଲୋକଙ୍କ ଉପରେ ସତର୍କ ନଜର ରଖିବାକୁ ପଡୁଛି । ଏହାବ୍ୟତୀତ ସେ ଅନ୍ୟ ମାନଙ୍କ ସହ ମିଶି ସୀମାବର୍ତ୍ତୀ ଗାଁଗୁଡ଼ିକର ଲୋକଙ୍କ ସ୍ୱାସ୍ଥ୍ୟ ସ୍ଥିତି ପରୀକ୍ଷା କରୁଛନ୍ତି ।
କେବଳ ଏତିକି ନୁହେଁ ସାମାଜିକ ଦୂରତ୍ୱ ବଜାୟ ରଖିବାକୁ ଲୋକଙ୍କୁ ବୁଝାଇବା, ମାସ୍କ ପିନ୍ଧିବା ଓ ବାରମ୍ବାର ହାତ ଧୋଇବା ଆଦି ସମ୍ପର୍କରେ ଲୋକଙ୍କୁ ସଚେତନ କରୁଛନ୍ତି ।
ଜରୁରି କାମ ନଥିଲେ ଘରୁ ନବାହାରିବାକୁ ଲୋକଙ୍କୁ ବୁଝାଉଛୁ ବୋଲି ଅନ୍ନପୂର୍ଣ୍ଣା କହିଛନ୍ତି ।
କାମ କଲାବେଳେ ଚାଲିବା ଓ କିଛି ସମୟ ଠିଆ ହେଲେ ମୋର ମେରୁଦଣ୍ଡ ଯନ୍ତ୍ରଣା ହେଉିଛି । ପେନ୍ କିଲର ଔଷଧ ଖାଇ ପୁଣି କାମ କରୁଛି ବୋଲି ସେ କହିଛନ୍ତି ।
ଲୋକାଲ ୱାୟାର
Leave a Reply