ଭୁବନେଶ୍ୱର, ଅଗଷ୍ଟ ୬ (ଲୋକାଲ ୱାୟାର) : ଗୁଜୁରାଟ ଅହମ୍ମଦାବାଦର ନଭରଙ୍ଗପୁରାସ୍ଥିତ ଏକ କୋଭିଡ୍ ହସ୍ପିଟାଲରେ ଗୁରୁବାର ଭୟଙ୍କର ଅଗ୍ନିକାଣ୍ଡ ଘଟି ୮ ଜଣଙ୍କ ମୃତ୍ୟୁ ଘଟଣାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଟ୍ୱିଟ୍ କରି ଦୁଃଖ ପ୍ରକାଶ କରିଛନ୍ତି ।
ଏହାସହ ଗୁରୁତରଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି ନବୀନ ।
ସୂଚନାଯୋଗ୍ୟ, ଗୁରୁବାର ଭୋର ପ୍ରାୟ ସାଢେ ୩ଟା ସମୟରେ ହସ୍ପିଟାଲର ଆଇସିୟୁରେ ନିଆଁ ଲାଗିଯାଇଥିଲା ।
ଅଗ୍ନିଶମ କର୍ମଚାରୀ ଓ ପୁଲିସ ଘଟଣାସ୍ଥଳରେ ପହଞ୍ଚି ହସ୍ପିଟାଲରେ ଫସିଥିବା ରୋଗୀଙ୍କୁ ବାହାର କରିବା ସହ ନିଆଁକୁ ନିୟନ୍ତ୍ରଣ କରିଥିଲେ ।
ଅଗ୍ନିକାଣ୍ଡର କାରଣ ଜଣାପଡ଼ିନ ଥିଲେ ମଧ୍ୟ ସର୍ଟ ସର୍କିଟ୍ ଯୋଗୁ ଏହା ଘଟିଥିବା ଅନୁମାନ କରାଯାଉଛି ।
ମୃତକଙ୍କ ମଧ୍ୟରେ ୫ ଜଣ ପୁରୁଷ ଓ ୩ ଜଣ ମହିଳା ଅଛନ୍ତି । ଏମାନେ କରୋନାରେ ଆକ୍ରାନ୍ତ ହୋଇଥିଲେ ।
ଲୋକାଲ ୱାୟାର
Leave a Reply