• Skip to primary navigation
  • Skip to main content
  • Skip to primary sidebar
  • Careers
  • Our Advertisers
  • Copyright
  • Frequently Asked Questions (FAQ)
  • Contact Us
  • About Us

LocalWire

The hyper local news platform

  • Home
  • Odia
    • ବିଶେଷ
    • ମନୋରଞ୍ଜନ
    • ଘଟଣା
    • କାର୍ଯ୍ୟକ୍ରମ
    • ରାଜନୀତି
    • କୃଷି
    • ଅର୍ଥନୀତି
    • ପରିବେଶ
    • ଖାଦ୍ୟ
    • ଖେଳ
  • English
    • Happenings
    • Special
    • Bhubaneswar
    • Politics
    • Environment
    • Agriculture
    • Business
    • Government
    • Health
    • Heritage
    • Interview
    • Entertainment
  • Special
  • Bhubaneswar
  • Business
  • Agriculture
  • Education
  • Politics
ଆଇଆଇଏମ ସମ୍ବଲପୁର କ୍ୟାମ୍ପସର ଶିଳାନ୍ୟାସ କଲେ ମୋଦି, ଭୋକାଲ ଫର ଲୋକାଲ ସପକ୍ଷରେ ମତ ରଖିଲେ

ଆଇଆଇଏମ ସମ୍ବଲପୁର କ୍ୟାମ୍ପସର ଶିଳାନ୍ୟାସ କଲେ ମୋଦି, ଭୋକାଲ ଫର ଲୋକାଲ ସପକ୍ଷରେ ମତ ରଖିଲେ

January 2, 2021 By LocalWire Leave a Comment

ଭୁବନେଶ୍ୱର, ଜାନୁଆରୀ ୨(ଲୋକାଲ ୱାୟାର): ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶନିବାର ସମ୍ବଲପୁରସ୍ଥିତ ଆଇଆଇଏମ (ଇଣ୍ଡିଆନ ଇନଷ୍ଟିଚୁ୍ୟଟ ଅଫ ମ୍ୟାନେଜମେଣ୍ଟ) କ୍ୟାମ୍ପସର ଶିଳାନ୍ୟାସ ଭର୍ଚୁଆଲ ମୋଡରେ କରିଥିବା ବେଳେ ଉଦବୋଧନ ଦେଇ ଭୋକାଲ ଫର ଲୋକାଲ ସପକ୍ଷରେ ମତ ରଖିଛନ୍ତି ।

ଏହି କାର୍ଯ୍ୟକ୍ରମରେ ଭର୍ଚୁଆଲ ମୋଡରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏବଂ କେନ୍ଦ୍ର ଶିକ୍ଷାମନ୍ତ୍ରୀ ରମେଶ ପୋଖରିଆଲ ନିଶଙ୍କ ଯୋଗ ଦେଇଥିବା ବେଳେ ସମ୍ବଲପୁରରେ ଆୟୋଜିତ କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀ ।

ଏହି ଅବସରରେ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି କହିଥିଲେ, ଦେଶର ଆଇଆଇଏମ ଗୁଡ଼ିକ ପୂର୍ବତନ ଛାତ୍ରଛାତ୍ରୀମାନଙ୍କ ସହାୟତାରେ ଲୋକାଲ ସାମଗ୍ରୀକୁ ବିଶ୍ୱସ୍ତରରେ ପହଞ୍ଚାଇପାରିବେ ବୋଲି ମୁଁ ଆଶାବାଦୀ ରହିଛି ।

ଯୁବପିଢ଼ିଙ୍କ ନୂତନ ଚିନ୍ତାଧାରା ମାଧ୍ୟମରେ ଭବିଷ୍ୟତରେ ସମ୍ବଲପୁର ପର୍ଯ୍ୟଟକମାନଙ୍କ ଆକର୍ଷଣର ଶୀର୍ଷରେ ରହିପାରିବ ।

ଜାତୀୟ ବିକାଶରେ ଆଇଆଇଏ ଗୁଡ଼ିକର ଅବଦାନ ପାଇଁ ଦେଶ ଗର୍ବିତ । ଆଇଆଇଏମ ସମ୍ବଲପୁର ଏବେ ସହରକୁ ଏକ ଏଜୁକେସନ ହବରେ ପରିଣତ କରିବ ।

ଏହା ସ୍ଥାନୀୟ ଏବଂ ବିଶ୍ୱସ୍ତରୀୟ ସାମଗ୍ରୀ ତଥା ବଜାର ମଧ୍ୟରେ ସେତୁ ସଦୃଶ କାମ କରିବ । ସମ୍ବଲପୁର ବିପୁଳ ଖଣିଜ ଓ ରତ୍ନପଥରର ସମ୍ଭାର ।

ହୀରାକୁଦ ଡ୍ୟାମ, ଡେବ୍ରିଗଡ଼ ଅଭୟାରଣ୍ୟ ଏବଂ ସମ୍ବଲପୁରୀ ବସ୍ତ୍ର ଓଡ଼ିଶା ପର୍ଯ୍ୟଟନକୁ ନୂତନ ସ୍ତରରେ ପହଞ୍ଚାଇଛି ।

ସମ୍ପୂର୍ଣ୍ଣ ଅଞ୍ଚଳ ଛୋଟ ଛୋଟ ଉଦ୍ୟୋଗ ଭର୍ତ୍ତି ହୋଇ ରହିିଛି । ଏହା ‘ଭୋକାଲ ଫର ଲୋକାଲ’କୁ ପ୍ରୋତ୍ସାହିତ କରୁଛି ।

ଓଡ଼ିଶା ପାଖରେ ରଙ୍ଗବତୀ ଠାରୁ ଆରମ୍ଭ କରି ସ୍ୱଭାବ କବି ଗଙ୍ଗାଧରଙ୍କ କବିତା ଅଛି ।

ସମ୍ବଲପୁରୀ ବସ୍ତ୍ରଠାରୁ ଆରମ୍ଭ କରି କଟକର ତାରକସି କାମ ରହିଛି । ଏହା ଓଡ଼ିଶାର ବିକାଶକୁ ଗତିଶୀଳ କରାଉଛି ବୋଲି ସେ କହିଥିଲେ ।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଦବୋଧନ ଦେଇ କହିଥିଲେ, ମୁଁ ଖୁସି ଯେ ଓଡ଼ିଶା ଶିକ୍ଷା କ୍ଷେତ୍ରରେ ନିଜର ଆଧିପତ୍ୟ ଜାହିର କରିବା ସହ ଧୀରେ ଧୀରେ ରିସର୍ଚ୍ଚ ହବ୍ ରେ ପରିଣତ ହେବାକୁ ଯାଉଛି ।

ରାଜ୍ୟରେ ଏବେ ଆଇଆଇଏମ, ଆଇଆଇଟି, ନାଇଜର, ଆଇଜର ଏବଂ ଏନଏଲୟୁ ପ୍ରତିଷ୍ଠା ହୋଇଥିବାରୁ ଜାତୀୟ କ୍ଷେତ୍ରରେ ଗୁରୁତ୍ୱ ବୃଦ୍ଧି ପାଇପାରିଛି ।

ମାନବ ସମ୍ବଳର ବିକାଶକୁ ରାଜ୍ୟ ସର୍ବାଧିକ ଗୁରୁତ୍ୱ ଦେଉଛି ଏବଂ ସ୍କିଲଡ୍ ଇନ ଓଡ଼ିଶା ଏବେ ଜାତୀୟ ବ୍ରାଣ୍ଡ ହୋଇପାରିଛି ।

୨୦୧୫ରେ ସ୍ଥାପିତ ହୋଇଥିବା ଆଇଆଇଏମ ସମ୍ବଲପୁର ଇତି ମଧ୍ୟରେ ଦେଶର ପ୍ରମୁଖ ମ୍ୟାନେଜମେଣ୍ଟ ପ୍ରତିଷ୍ଠାନ ଭାବେ ପରିଚିତ ପାଇଛି ବୋଲି ସେ କହିଥିଲେ ।

କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଉଦବୋଧନ ଦେଇ କହିଥିଲେ, ପାଞ୍ଚବର୍ଷ ତଳେ ପୂର୍ବତନ ଅର୍ଥମନ୍ତ୍ରୀ ସ୍ୱର୍ଗତ ଅରୁଣ ଜେଟଲୀଙ୍କ ସମୟରେ ଏହି ପ୍ରତିଷ୍ଠାନ ପାଇଁ ଅର୍ଥ ବରାଦ ହୋଇଥିଲା ।

ସମ୍ବଲପୁରର ସୁଯୋଗ୍ୟ ସନ୍ତାନ ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ ଚକ୍ଟର ପ୍ରମୋଦ ମିଶ୍ରଙ୍କ ବ୍ୟକ୍ତିଗତ ହସ୍ତକ୍ଷେପ ଫଳରେ ପାଖାପାଖି ୪ ଶହ କୋଟି ଟଙ୍କାରେ ଏହି ଅନୁଷ୍ଠାନ ହୋଇପାରିଛି । ଏହା ବିଶ୍ୱ ଅର୍ଥନୀତିର ଏକ ହଟସ୍ପଟ ହେବ ବୋଲି ସେ କହିଥିଲେ ।

ଲୋକାଲ ୱାୟାର

Filed Under: Odia Tagged With: ଓଡିଶା, ସମ୍ବଲପୁର

Download LocalWire App for Hyperlocal  Odisha News any time anywhere

 

 

About LocalWire

Reader Interactions

Leave a Reply Cancel reply

Your email address will not be published. Required fields are marked *

This site uses Akismet to reduce spam. Learn how your comment data is processed.

Primary Sidebar

ଲୋକପ୍ରିୟ

ଶବହେବାକୁ ଭାବିଥିଲେ, ଏବେ ଶବକୁ ସାଥୀ କରିଛନ୍ତି ସାଥୀ ଋତୁରାଣୀ (ସ୍ୱତନ୍ତ୍ର)

ଏମିତି ଜଣେ ମହିଳା ହେଲେ ଋତୁରାଣୀ ସେନାପତି । ନିଜ ଘର ବାଲେଶ୍ୱର ହୋଇଥିଲେ ବି ରହୁଛନ୍ତି ପୁରୁଣା ଭୁବନେଶ୍ୱର ଅଞ୍ଚଳରେ ।

ଅନ୍ୟ ଝିଅମାନଙ୍କ ଭଳି ସେ ବି ସ୍ୱପ୍ନ ଦେଖିଥିଲେ । ବିବାହ କରିବେ, ସ୍ୱାମୀ, ପରିବାର, ପିଲାମାନଙ୍କ ସହ ସମୟ କାଟିବେ ।

ତିନି ହଜାର ବର୍ଷର ଇତିହାସର ଗନ୍ତାଘର- ଓଡ଼ିଶା ରାଜ୍ୟ ସଂଗ୍ରହାଳୟ

ସଂଗ୍ରହାଳୟର ସମୃଦ୍ଧ ତାଳପତ୍ର ପାଣ୍ଡୁଲିପି ଗ୍ୟାଲେରିରେ ୨୭ଟି ବିଷୟରେ ୨୦ ହଜାରରୁ ଅଧିକ ପାଣ୍ଡୁଲିପି ସ୍ଥାନ ପାଇଛି ।

ସେହିପରି ପ୍ରତ୍ୱତତ୍ତ୍ୱ ବିଭାଗରେ ଖ୍ରୀଷ୍ଟପୂର୍ବ ତୃତୀୟ ଶତାବ୍ଦୀରୁ ଆରମ୍ଭ କରି ମଧ୍ୟଯୁଗ ଶେଷ ପର୍ଯ୍ୟନ୍ତ ବିଭିନ୍ନ ସମୟର ସ୍ଥାପତ୍ୟ ତିନିଟି ବିରାଟ ହଲରେ ପ୍ରଦର୍ଶିତ ହେଉଛି ।

ସେଲିବ୍ରିଟି କହିଲେ ମେରି ଖ୍ରୀଷ୍ଟମାସ୍

କେହି କାହାକୁ ଦେଖା ନହୋଇପାରିଲେ କ’ଣ ହେଲା କିନ୍ତୁ ମେରି ଖ୍ରୀଷ୍ଟମାସ୍ କହିବାକୁ ଭୁଲି ନାହାନ୍ତି ।

ଖାସ୍ କରି ବଡ଼ଦିନ ପୂର୍ବରୁ ଆମ ଓଲିଉଡର ତାରକାମାନେ ପ୍ରଶଂସକଙ୍କୁ ମେରି ଖ୍ରୀଷ୍ଟମାସ୍ କହି ବଡ଼ଦିନର ଶୁଭେଚ୍ଛା ଓ ଶୁଭକାମନା ଜଣାଇଛନ୍ତି ।

ମାଓଗଡରେ ପିଲାଙ୍କୁ ଶିକ୍ଷିତ କରାଉଛନ୍ତି ଦୁଇ ଝିଅ

କଠିନ ପରିସ୍ଥିତିମଧ୍ୟରେ ଏହି ଝିଅମାନଙ୍କର ଦୃଢ ଆତ୍ମବିଶ୍ୱାସ ଓ ନିରନ୍ତର ପ୍ରୟାସ ସମସ୍ତଙ୍କ ପାଇଁ ଉଦାହରଣ ସୃଷ୍ଟି କରିଛି ।

ମାଓଗଡରେ ବୋମା ବନ୍ଧୁକର ଗର୍ଜନକୁ ନ ଡରି ସେମାନେ ସ୍ୱାଭାବିକ ଭାବେ ଶିକ୍ଷାର ବାତାବରଣ ଗଢି ତୋଳୁଛନ୍ତି ।

ଓଡ଼ିଶାରେ ଭୋକାଲ ଫର୍ ଲୋକାଲ କ୍ରେଜ୍

ଭୋକାଲ୍ ଫର ଲୋକାଲର ମନ୍ତ୍ରକୁ ଆପଣେଇ ବକୁଲ୍ ଫାଉଣ୍ଡେସନ୍ ଭିନ୍ନ ଅନ୍ଦାଜରେ ଏହି କ୍ୟାମ୍ପେନ୍ ଆରମ୍ଭ କରିଛି ।

ଯେଉଁଥିରେ ପ୍ରିୟଜନଙ୍କୁ ଉପହାର ଆକାରରେ ଓ ଅଭ୍ୟର୍ଥନା ସ୍ୱରୂପ ଗଛଟିଏ ଉପହାର ଦେବାକୁ ପ୍ରୋତ୍ସାହିତ କରାଯାଉଛି ।

ପାହାଡ଼ି ମହିଳାଙ୍କ ହସ୍ତତନ୍ତ ଏବେ ଫ୍ଲିପକାର୍ଟରେ, ସଫଳତାର କାହାଣୀ କହୁଛି ସିଲକ୍ ପାର୍କ

ଘରର ଚାରିକାନ୍ଥ ଡେଇଁ ଏମାନେ ବାହାରିଛନ୍ତି ବାହାରକୁ । ନିଜ ହାତରେ ନିଜେ ବୁଣିଛନ୍ତି ସ୍ୱପ୍ନର ମିନାର ।

କଠିନ ପରିଶ୍ରମ ଓ ବୃତ୍ତି ପ୍ରତି ଆସକ୍ତି ହିଁ ସେମାନଙ୍କୁ ରେଶମ ଦୁନିଆରେ ଦେଇଛି ନୂଆ ପରିଚୟ ।

ଅଧିକ ବିଶେଷ ଖବର

Newsletter






Copyright © 2021 · LocalWire