ଭୁବନେଶ୍ୱର, ନଭେମ୍ବର ୨୭(ଲୋକାଲ ୱାୟାର): ତିନି ଦିନର ଭିଜିଲାନ୍ସ ଚଢ଼ାଉ ପରେ ଭିଜିଲାନ୍ସ ଶୁକ୍ରବାର ରାଜ୍ୟର ଅତିରିକ୍ତ ପିସିସିଏଫ ତଥା ଆଇଏଫଏସ ଅଭୟକାନ୍ତ ପାଠକ ଓ ତାଙ୍କ ପୁଅ ଆକାଶ କୁମାର ପାଠକଙ୍କୁ ଗିରଫ କରି ଜେଲ୍ ପଠାଇଛି ।
ଚଢ଼ାଉ ବେଳେ ୯ କୋଟି ୩୫ ଲକ୍ଷ ୪୨ ହଜାର ୫୯୪ ଟଙ୍କାର ଆୟ ବହିର୍ଭୂତ ସମ୍ପତ୍ତି ଠାବ ହୋଇଥିବା ଭିଜିଲାନ୍ସ ପକ୍ଷରୁ କୁହାଯାଇଛି ।
ଭିଜିଲାନ୍ସର ସୂଚନାନୁସାରେ, ଭୁବନେଶ୍ୱରର ୫ଟି ସ୍ଥାନ, ମୁମ୍ବାଇ ଓ ପୁନେର ୭ଟି ସ୍ଥାନ ଏବଂ ବିହାରର ଗୋଟିଏ ସ୍ଥାନରେ ଏକକାଳୀନ ଚଢ଼ାଉ ଚାଲିଥିଲା ।
ଚଢ଼ାଉ ପରେ ବାପ-ପୁଅଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଥିଲା । କୋର୍ଟ ସେମାନଙ୍କୁ ଡିସେମ୍ବର ୯ ତାରିଖ ପର୍ଯ୍ୟନ୍ତ ବିଚାରବିଭାଗୀୟ ହାଜତକୁ କୋର୍ଟ ପଠାଇ ଦେଇଛନ୍ତି ।
ଏଟିଏମ ଜରିଆରେ ଆକାଶଙ୍କ ଆକାଉଣ୍ଟରେ ବିପୁଳ ଅର୍ଥ ଜମା ହୋଇଥିବାରୁ ଏବଂ ଟୁର ଅପରେଟରଙ୍କ ଜରିଆରେ ଚାର୍ଟର୍ଡ ବିମାନ ଖର୍ଚ୍ଚ ପଇଠ ହୋଇଥିବାରୁ ସେଗୁଡ଼ିକର ତଦନ୍ତ ଚାଲିଛି ।
ସେମାନଙ୍କ ଆୟ ତୁଳନାରେ ୪୩୫ ପ୍ରତିଶତ ଆୟ ବହିର୍ଭୂତ ସମ୍ପତ୍ତି ଠାବ ହୋଇଛି । ସେମାନଙ୍କ ଇନକମ ଟ୍ୟାକ୍ସ ହିସାବ, ସେୟାର କାରବାର ଏବଂ ମୁ୍ୟଜୁଆଲ ଫଣ୍ଡ ଜମା ଇତ୍ୟାଦିର ତଦନ୍ତ ଚାଲିଛି ।
ତଦନ୍ତ ପାଇଁ ୨୦ ଜଣିଆ ଏସଆଇଟି (ସ୍ପେଶାଲ ଇନଭେଷ୍ଟିଗେସନ ଟିମ୍) ଗଠନ ହୋଇଛି । ଭିଜିଲାନ୍ସ ସେଲ୍, ସାଇବର ସେଲ୍ ଏବଂ ଫୋରେନସିକ୍ ଟିମ୍ ଏଥିରେ ସହାୟତା କରୁଛନ୍ତି ।
ଲୋକାଲ ୱାୟାର
Leave a Reply