• Skip to primary navigation
  • Skip to main content
  • Skip to primary sidebar
  • Careers
  • Our Advertisers
  • Copyright
  • Frequently Asked Questions (FAQ)
  • Contact Us
  • About Us

LocalWire

The hyper local news platform

  • Home
  • Odia
    • ବିଶେଷ
    • ମନୋରଞ୍ଜନ
    • ଘଟଣା
    • କାର୍ଯ୍ୟକ୍ରମ
    • ରାଜନୀତି
    • କୃଷି
    • ଅର୍ଥନୀତି
    • ପରିବେଶ
    • ଖାଦ୍ୟ
    • ଖେଳ
  • English
    • Happenings
    • Special
    • Bhubaneswar
    • Politics
    • Environment
    • Agriculture
    • Business
    • Government
    • Health
    • Heritage
    • Interview
    • Entertainment
  • Special
  • Bhubaneswar
  • Business
  • Agriculture
  • Education
  • Politics
ଆଇଏମ୍ଏସ୍ ଆଣ୍ଡ ସମ୍ ହସ୍ପିଟାଲରେ ଆରମ୍ଭ ହେଲା କୋଭିଡ-୧୯ ଟିକାକରଣ

ଆଇଏମ୍ଏସ୍ ଆଣ୍ଡ ସମ୍ ହସ୍ପିଟାଲରେ ଆରମ୍ଭ ହେଲା କୋଭିଡ-୧୯ ଟିକାକରଣ

January 16, 2021 By LocalWire Leave a Comment

ଭୁବନେଶ୍ୱର, ଜାନୁଆରୀ ୧୬(ଲୋକାଲ ୱାୟାର): ଭାରତ ସ୍ୱାଧୀନ ହେବା ପରେ ଦେଶର ଅନ୍ୟତମ ବଡ ଅଭିଯାନ କୋଭିଡ-୧୯ ଟିକାକରଣର ଶୁଭାରମ୍ଭ ହୋଇଥିବା ବେଳେ ଶନିବାର ଏହି ଅଭିଯାନରେ ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ଇନଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନସେସ୍ ଆଣ୍ଡ ସମ୍ ହସ୍ପିଟାଲ୍ ମଧ୍ୟ ସାମିଲ ହୋଇଛି ।

ଏହି ମହାମାରୀକୁ ପ୍ରତିହତ କରିବା ପାଇଁ ଆରମ୍ଭ ହୋଇଥିବା ସବୁଠାରୁ ବଡ଼ ଟିକାକରଣ ଅଭିଯାନ ଏକ ଆନନ୍ଦ ଏବଂ ଆଶ୍ୱସ୍ଥିକର ବାତାବରଣ ସୃଷ୍ଟି କରିଥିବା ବେଳେ ସୋଆ କୁଳପତି ତଥା ବିଶିଷ୍ଟ ନୁ୍ୟରୋସର୍ଜନ ପ୍ରଫେସର (ଡଃ) ଅଶୋକ କୁମାର ମହାପାତ୍ର ଟିକାର ପ୍ରଥମ ଡୋଜ ଗ୍ରହଣ କରିଛନ୍ତି ।

ଟିକା ଗ୍ରହଣ ପରେ ପ୍ରଫେସର ମହାପାତ୍ର ଗଣମାଧ୍ୟମକୁ କହିଛନ୍ତି, ଏହି ଦିନ ପାଇଁ ଆମେ ଦୀର୍ଘ ୬ ମାସରୁ ଅଧିକ ସମୟ ଅପେକ୍ଷା କରିଥିଲୁ ।

ଟିକା ଗ୍ରହଣ କରିଥିବାରୁ ମୁଁ ଖୁବ୍ ଖୁସି । ପୂର୍ବରୁ ଆମ ହସ୍ପିଟାଲ୍ କୋଭାକ୍ସିନ୍ ଟିକାର ପରୀକ୍ଷଣ ନିମନ୍ତେ ମନୋନୀତ ହୋଇଥିବାରୁ ଏହା ମଧ୍ୟ ଖୁବ୍ ଗର୍ବର ବିଷୟ ।

ଟିକା ଗ୍ରହଣ କରିବା ପରେ ପ୍ରଫେସର ମହାପାତ୍ରଙ୍କୁ ୩୦ ମିନିଟ୍ ନିରୀକ୍ଷଣ ନିମନ୍ତେ ରଖାଯାଇଥିଲା ।

ଟିକାର ପ୍ରଥମ ଡୋଜ୍ ଗ୍ରହଣ ପରେ ସେ କିପରି ଅନୁଭବ କରୁଛନ୍ତି ବୋଲି ପ୍ରଶ୍ନର ଉତ୍ତର ଦେଇ ପ୍ରଫେସର ମହାପାତ୍ର କହିଥିଲେ ଯେ ସେ ସମ୍ପୂର୍ଣ୍ଣ ସୁସ୍ଥ ଅଛନ୍ତି ।

ଏହି ଟିକାର କୌଣସି ପାର୍ଶ୍ଵ ପ୍ରତିକି୍ରୟା ନାହିଁ । ଏହି ଟିକା ମୃତ ଭାଇରସକୁ ନେଇ ତିଆରି ହୋଇଛି ଏବଂ ଖୁବ୍ ପ୍ରଭାବଶାଳୀ ।

ଏହି କରୋନା ମହାମାରୀ ଆମ ଜୀବନ ଉପରେ ଗଭୀର ପ୍ରଭାବ ପକାଇ ଥିବା ପ୍ରଚ୍ଛଦପଟ୍ଟରେ କୌଣସି ଭୟ ନ କରି ଟିକା ଗ୍ରହଣ କରି କରୋନା ସହ ଯୁଦ୍ଧ କରିବା ଆବଶ୍ୟକ ବୋଲି ପ୍ରଫେସର ମହାପାତ୍ର କହିଥିଲେ ।

୨୮ ଦିନ ପରେ ସେ ଟିକାର ଦ୍ୱିତୀୟ ଡୋଜ ନେବେ ବୋଲି ସୂଚନା ଦେଇଥିଲେ ।

ପ୍ରଥମ ଦିନ ପ୍ରାୟ ୧୦୦ ଜଣ ଡାକ୍ତର, ନର୍ସ, ପାରାମେଡିକ୍ସ ଓ ସଫେଇ କର୍ମଚାରୀଙ୍କ ଭଳି ସ୍ୱାସ୍ଥ୍ୟ ସେବାକର୍ମୀଙ୍କୁ ଆଇଏମଏସ୍ ଆଣ୍ଡ ସମ୍ ହସ୍ପିଟାଲରେ ଟିକା ପ୍ରଦାନ କରାଯାଇଛି ।

ରାଜଧାନୀରେ ଆଇଏମଏସ୍ ଆଣ୍ଡ ସମ୍ ହସ୍ପିଟାଲ୍ ସହ ୬ଟି ସ୍ୱାସ୍ଥ୍ୟସେବା କେନ୍ଦ୍ରକୁ ଟିକାକରଣ ନିମନ୍ତେ ସାମିଲ କରାଯାଇଛି ।

ଓଡ଼ିଶାରେ ୨ଟି ଭାକ୍ସିନ୍, କୋଭାକ୍ସିନ୍ ଓ କୋଭିସିଲ୍ଡ ବ୍ୟବହାର କରାଯାଉଥିବା ବେଳେ ଆଇଏମଏସ୍ ଆଣ୍ଡ ସମ୍ ହସ୍ପିଟାଲ୍ ସମେତ ବିଏମସି ଅଧୀନରେ ଥିବା ଅଂଚଳଗୁଡ଼ିକରେ କୋଭାକ୍ସିନ୍ ଟିକା ପ୍ରଦାନ କରାଯାଉଛି ।

ଏହି ଟିକାକରଣ କାର୍ଯ୍ୟକ୍ରମରେ ପ୍ରଫେସର ମହାପାତ୍ରଙ୍କ ସମେତ ଆଇଏମଏସ୍ ଆଣ୍ଡ ସମ୍ ହସ୍ପିଟାଲ୍ ଓ ସମ୍ ଅଲ୍ଟିମେଟ ମେଡିକେୟାରର ଅନେକ ଡାକ୍ତର ସାମିଲ୍ ଥିଲେ ।

ଟିକାକରଣ କାର୍ଯ୍ୟକ୍ରମ ନିମନ୍ତେ ୬ଟି ଅସ୍ଥାୟୀ ହଲ୍ ପ୍ରସ୍ତୁତ କରାଯାଇଥିବା ବେଳେ ୨ଟି ହଲ୍କୁ ରେଜିଷ୍ଟ୍ରେସନ୍, ୨ଟିକୁ ଟିକାକରଣ ଏବଂ ୨ଟି ହଲକୁ ଟିକା ଗ୍ରହଣ କରିବା ବ୍ୟକ୍ତି ୩୦ ମିନିଟ୍ ବିଶ୍ରାମ ନେବା ନିମନ୍ତେ ପ୍ରସ୍ତୁତ କରାଯାଇଛି ।

ଲୋକାଲ ୱାୟାର

Filed Under: Odia Tagged With: ଓଡିଶା, ଭୁବନେଶ୍ୱର

Download LocalWire App for Hyperlocal  Odisha News any time anywhere

 

 

About LocalWire

Reader Interactions

Leave a Reply Cancel reply

Your email address will not be published. Required fields are marked *

This site uses Akismet to reduce spam. Learn how your comment data is processed.

Primary Sidebar

ଲୋକପ୍ରିୟ

ଶବହେବାକୁ ଭାବିଥିଲେ, ଏବେ ଶବକୁ ସାଥୀ କରିଛନ୍ତି ସାଥୀ ଋତୁରାଣୀ (ସ୍ୱତନ୍ତ୍ର)

ଏମିତି ଜଣେ ମହିଳା ହେଲେ ଋତୁରାଣୀ ସେନାପତି । ନିଜ ଘର ବାଲେଶ୍ୱର ହୋଇଥିଲେ ବି ରହୁଛନ୍ତି ପୁରୁଣା ଭୁବନେଶ୍ୱର ଅଞ୍ଚଳରେ ।

ଅନ୍ୟ ଝିଅମାନଙ୍କ ଭଳି ସେ ବି ସ୍ୱପ୍ନ ଦେଖିଥିଲେ । ବିବାହ କରିବେ, ସ୍ୱାମୀ, ପରିବାର, ପିଲାମାନଙ୍କ ସହ ସମୟ କାଟିବେ ।

ତିନି ହଜାର ବର୍ଷର ଇତିହାସର ଗନ୍ତାଘର- ଓଡ଼ିଶା ରାଜ୍ୟ ସଂଗ୍ରହାଳୟ

ସଂଗ୍ରହାଳୟର ସମୃଦ୍ଧ ତାଳପତ୍ର ପାଣ୍ଡୁଲିପି ଗ୍ୟାଲେରିରେ ୨୭ଟି ବିଷୟରେ ୨୦ ହଜାରରୁ ଅଧିକ ପାଣ୍ଡୁଲିପି ସ୍ଥାନ ପାଇଛି ।

ସେହିପରି ପ୍ରତ୍ୱତତ୍ତ୍ୱ ବିଭାଗରେ ଖ୍ରୀଷ୍ଟପୂର୍ବ ତୃତୀୟ ଶତାବ୍ଦୀରୁ ଆରମ୍ଭ କରି ମଧ୍ୟଯୁଗ ଶେଷ ପର୍ଯ୍ୟନ୍ତ ବିଭିନ୍ନ ସମୟର ସ୍ଥାପତ୍ୟ ତିନିଟି ବିରାଟ ହଲରେ ପ୍ରଦର୍ଶିତ ହେଉଛି ।

ସେଲିବ୍ରିଟି କହିଲେ ମେରି ଖ୍ରୀଷ୍ଟମାସ୍

କେହି କାହାକୁ ଦେଖା ନହୋଇପାରିଲେ କ’ଣ ହେଲା କିନ୍ତୁ ମେରି ଖ୍ରୀଷ୍ଟମାସ୍ କହିବାକୁ ଭୁଲି ନାହାନ୍ତି ।

ଖାସ୍ କରି ବଡ଼ଦିନ ପୂର୍ବରୁ ଆମ ଓଲିଉଡର ତାରକାମାନେ ପ୍ରଶଂସକଙ୍କୁ ମେରି ଖ୍ରୀଷ୍ଟମାସ୍ କହି ବଡ଼ଦିନର ଶୁଭେଚ୍ଛା ଓ ଶୁଭକାମନା ଜଣାଇଛନ୍ତି ।

ମାଓଗଡରେ ପିଲାଙ୍କୁ ଶିକ୍ଷିତ କରାଉଛନ୍ତି ଦୁଇ ଝିଅ

କଠିନ ପରିସ୍ଥିତିମଧ୍ୟରେ ଏହି ଝିଅମାନଙ୍କର ଦୃଢ ଆତ୍ମବିଶ୍ୱାସ ଓ ନିରନ୍ତର ପ୍ରୟାସ ସମସ୍ତଙ୍କ ପାଇଁ ଉଦାହରଣ ସୃଷ୍ଟି କରିଛି ।

ମାଓଗଡରେ ବୋମା ବନ୍ଧୁକର ଗର୍ଜନକୁ ନ ଡରି ସେମାନେ ସ୍ୱାଭାବିକ ଭାବେ ଶିକ୍ଷାର ବାତାବରଣ ଗଢି ତୋଳୁଛନ୍ତି ।

ଓଡ଼ିଶାରେ ଭୋକାଲ ଫର୍ ଲୋକାଲ କ୍ରେଜ୍

ଭୋକାଲ୍ ଫର ଲୋକାଲର ମନ୍ତ୍ରକୁ ଆପଣେଇ ବକୁଲ୍ ଫାଉଣ୍ଡେସନ୍ ଭିନ୍ନ ଅନ୍ଦାଜରେ ଏହି କ୍ୟାମ୍ପେନ୍ ଆରମ୍ଭ କରିଛି ।

ଯେଉଁଥିରେ ପ୍ରିୟଜନଙ୍କୁ ଉପହାର ଆକାରରେ ଓ ଅଭ୍ୟର୍ଥନା ସ୍ୱରୂପ ଗଛଟିଏ ଉପହାର ଦେବାକୁ ପ୍ରୋତ୍ସାହିତ କରାଯାଉଛି ।

ପାହାଡ଼ି ମହିଳାଙ୍କ ହସ୍ତତନ୍ତ ଏବେ ଫ୍ଲିପକାର୍ଟରେ, ସଫଳତାର କାହାଣୀ କହୁଛି ସିଲକ୍ ପାର୍କ

ଘରର ଚାରିକାନ୍ଥ ଡେଇଁ ଏମାନେ ବାହାରିଛନ୍ତି ବାହାରକୁ । ନିଜ ହାତରେ ନିଜେ ବୁଣିଛନ୍ତି ସ୍ୱପ୍ନର ମିନାର ।

କଠିନ ପରିଶ୍ରମ ଓ ବୃତ୍ତି ପ୍ରତି ଆସକ୍ତି ହିଁ ସେମାନଙ୍କୁ ରେଶମ ଦୁନିଆରେ ଦେଇଛି ନୂଆ ପରିଚୟ ।

ଅଧିକ ବିଶେଷ ଖବର

Newsletter






Copyright © 2021 · LocalWire