• Skip to primary navigation
  • Skip to main content
  • Skip to primary sidebar
  • Careers
  • Our Advertisers
  • Copyright
  • Frequently Asked Questions (FAQ)
  • Contact Us
  • About Us

LocalWire

The hyper local news platform

  • Home
  • Odia
    • ବିଶେଷ
    • ମନୋରଞ୍ଜନ
    • ଘଟଣା
    • କାର୍ଯ୍ୟକ୍ରମ
    • ରାଜନୀତି
    • କୃଷି
    • ଅର୍ଥନୀତି
    • ପରିବେଶ
    • ଖାଦ୍ୟ
    • ଖେଳ
  • English
    • Happenings
    • Special
    • Bhubaneswar
    • Politics
    • Environment
    • Agriculture
    • Business
    • Government
    • Health
    • Heritage
    • Interview
    • Entertainment
  • Special
  • Bhubaneswar
  • Business
  • Agriculture
  • Education
  • Politics
ଆଇଓସିଏଲ ତ୍ରିପାକ୍ଷିକ ଆଲୋଚନା ବିଫଳ, ବିରୋଧ ଜାରି ରଖିବେ ଢିଙ୍କିଆ ପଞ୍ଚାୟତବାସୀ

ଆଇଓସିଏଲ ତ୍ରିପାକ୍ଷିକ ଆଲୋଚନା ବିଫଳ, ବିରୋଧ ଜାରି ରଖିବେ ଢିଙ୍କିଆ ପଞ୍ଚାୟତବାସୀ

December 12, 2020 By Amarnath Parida Leave a Comment

ପାରାଦୀପ, ଡିସେମ୍ବର ୧୨ (ଲୋକାଲୱେର): ଆଇଓସିଏଲ, ଜିଲ୍ଲା ପ୍ରଶାସନ ଓ ଢିଙ୍କିଆ ପଞ୍ଚାୟତବାସୀଙ୍କ ମଧ୍ୟରେ ଗୋଚର ଜମିରେ ପାରାଦୀପ- ହାଇଦ୍ରାବାଦ ପ୍ରଡକ୍ଟ ପାଇପଲାଇନ (ପିଏଚପିଏଲ) ବିଛାଇବାକୁ ନେଇ ହୋଇଥିବା ଆଲୋଚନା ବିଫଳ ହୋଇଛି । ଫଳରେ ପଞ୍ଚାୟତବାସୀ ଆନେ୍ଦାଳନ ତୀବ୍ର କରିବାକୁ ଧମକ ଦେଇଛନ୍ତି ।

ନଭେମ୍ବର ୨୯ରେ ଗ୍ରାମବାସୀମାନେ ଗୋଚର ଜମିରେ ପିଏଚପିଏଲ ପାଇପ ଲାଇନ ବିଛାଇବାକୁ ବିରୋଧ କରିଥିଲେ ।

ଅଚଳାବସ୍ଥା ଦୂର ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ଜଗତସିଂହପୁର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ତ୍ରିପାକ୍ଷିକ ଆଲୋଚନା ହୋଇଥିଲା ।

ବୈଠକରେ ଜିଲ୍ଲାପାଳ ସରୋଜ କୁମାର ମିଶ୍ର, ଏସପି ପ୍ରକାଶ ଆର, ଉପଜିଲ୍ଲାପାଳ ଧର୍ମେନ୍ଦ୍ର ମଲ୍ଲିକ, ଆଇଓସିଲର ପ୍ରବନ୍ଧକ (ମାନବ ସମ୍ବଳ) ଦିଲ୍ଲୀପ ମହାନ୍ତି ଓ ଗ୍ରାମବାସୀଙ୍କ ପକ୍ଷରୁ ୭ ପ୍ରତିନିଧି ଉପସ୍ଥିତ ଥିଲେ ।

୨୦୧୮ରେ ଆଇଓସିଏଲ ଏରସମା ତହସିଲଦାରଙ୍କ ଠାରେ ଆରଓଡବ୍ଲୁ (ରାଇଟ ଅଫ ୱେ) ପାଇଁ ଆବେଦନ କରିଥିଲା ।

ଏହି ଆବେଦନ ଏବେ ରାଜସ୍ୱ ଓ ବିପର୍ଯ୍ୟୟ ପ୍ରବନ୍ଧନ ବିଭାଗର ବିଚାରାଧୀନ ଥିବା ସତ୍ୱେ ଆଇଓସିଲ ଢିଙ୍କିଆର ଗୋଚର ଜମିରେ ପାଇପ ଲାଇନ ବିଛାଇବା କାମ ଆରମ୍ଭ କରିଥିଲା ।

ଜମି ଅସଂରକ୍ଷିତ ହୋଇନଥିବା ତଥା ଗ୍ରାମବାସୀଙ୍କ ମତାମତ ନିଆ ଯାଇ ନଥିବାରୁ ଲୋକେ କାମକୁ ବିରୋଧ କରିଥିଲେ ।

ପାନୀୟ ଜଳ ଯୋଗାଣ, ରାସ୍ତା ଯୋଗାଯୋଗ, ଷ୍ଟ୍ରିଟ ଲାଇଟ, ସ୍ୱାସ୍ଥ୍ୟ ସେବା, ଭୂମିହୀନଙ୍କୁ ଜମି ପ୍ରଦାନ, ମିଛ ମାମଲା ପ୍ରତ୍ୟାହାର ଆଦି ଛଅ ଦଫା ଦାବିରେ ଗତ ନଭେମ୍ବର ୨୯ରୁ ବିରୋଧ ପ୍ରଦର୍ଶନ କରାଯାଉଛି ।

ହେଲେ ପ୍ରଶାସନ ପକ୍ଷରୁ ପାଇପ ଲାଇନ ବିଛାଇବା ପରେ ସମସ୍ୟା ସମାଧାନ ହେବ ବୋଲି ପ୍ରସ୍ତାବ ଦିଆ ଯାଇଥିଲା ।

ଏଥିରେ ଗ୍ରାମବାସୀ ରାଜି ନହେବାରୁ ଆଲୋଚନା ନିଷ୍ଫଳ ହୋଇଥିଲା ବୋଲି ପଂଚାୟତ ସମିତି ସଦସ୍ୟ ଦେବେନ୍ଦ୍ର ସ୍ୱାଇଁ କହିଛନ୍ତି ।

ଲୋକାଲ ୱାୟାର

Filed Under: Odia Tagged With: ଓଡିଶା, ଜଗତସିଂହପୁର

Download LocalWire App for Hyperlocal  Odisha News any time anywhere

 

 

Reader Interactions

Leave a Reply Cancel reply

Your email address will not be published. Required fields are marked *

This site uses Akismet to reduce spam. Learn how your comment data is processed.

Primary Sidebar

ଲୋକପ୍ରିୟ

ଶବହେବାକୁ ଭାବିଥିଲେ, ଏବେ ଶବକୁ ସାଥୀ କରିଛନ୍ତି ସାଥୀ ଋତୁରାଣୀ (ସ୍ୱତନ୍ତ୍ର)

ଏମିତି ଜଣେ ମହିଳା ହେଲେ ଋତୁରାଣୀ ସେନାପତି । ନିଜ ଘର ବାଲେଶ୍ୱର ହୋଇଥିଲେ ବି ରହୁଛନ୍ତି ପୁରୁଣା ଭୁବନେଶ୍ୱର ଅଞ୍ଚଳରେ ।

ଅନ୍ୟ ଝିଅମାନଙ୍କ ଭଳି ସେ ବି ସ୍ୱପ୍ନ ଦେଖିଥିଲେ । ବିବାହ କରିବେ, ସ୍ୱାମୀ, ପରିବାର, ପିଲାମାନଙ୍କ ସହ ସମୟ କାଟିବେ ।

ତିନି ହଜାର ବର୍ଷର ଇତିହାସର ଗନ୍ତାଘର- ଓଡ଼ିଶା ରାଜ୍ୟ ସଂଗ୍ରହାଳୟ

ସଂଗ୍ରହାଳୟର ସମୃଦ୍ଧ ତାଳପତ୍ର ପାଣ୍ଡୁଲିପି ଗ୍ୟାଲେରିରେ ୨୭ଟି ବିଷୟରେ ୨୦ ହଜାରରୁ ଅଧିକ ପାଣ୍ଡୁଲିପି ସ୍ଥାନ ପାଇଛି ।

ସେହିପରି ପ୍ରତ୍ୱତତ୍ତ୍ୱ ବିଭାଗରେ ଖ୍ରୀଷ୍ଟପୂର୍ବ ତୃତୀୟ ଶତାବ୍ଦୀରୁ ଆରମ୍ଭ କରି ମଧ୍ୟଯୁଗ ଶେଷ ପର୍ଯ୍ୟନ୍ତ ବିଭିନ୍ନ ସମୟର ସ୍ଥାପତ୍ୟ ତିନିଟି ବିରାଟ ହଲରେ ପ୍ରଦର୍ଶିତ ହେଉଛି ।

ସେଲିବ୍ରିଟି କହିଲେ ମେରି ଖ୍ରୀଷ୍ଟମାସ୍

କେହି କାହାକୁ ଦେଖା ନହୋଇପାରିଲେ କ’ଣ ହେଲା କିନ୍ତୁ ମେରି ଖ୍ରୀଷ୍ଟମାସ୍ କହିବାକୁ ଭୁଲି ନାହାନ୍ତି ।

ଖାସ୍ କରି ବଡ଼ଦିନ ପୂର୍ବରୁ ଆମ ଓଲିଉଡର ତାରକାମାନେ ପ୍ରଶଂସକଙ୍କୁ ମେରି ଖ୍ରୀଷ୍ଟମାସ୍ କହି ବଡ଼ଦିନର ଶୁଭେଚ୍ଛା ଓ ଶୁଭକାମନା ଜଣାଇଛନ୍ତି ।

ମାଓଗଡରେ ପିଲାଙ୍କୁ ଶିକ୍ଷିତ କରାଉଛନ୍ତି ଦୁଇ ଝିଅ

କଠିନ ପରିସ୍ଥିତିମଧ୍ୟରେ ଏହି ଝିଅମାନଙ୍କର ଦୃଢ ଆତ୍ମବିଶ୍ୱାସ ଓ ନିରନ୍ତର ପ୍ରୟାସ ସମସ୍ତଙ୍କ ପାଇଁ ଉଦାହରଣ ସୃଷ୍ଟି କରିଛି ।

ମାଓଗଡରେ ବୋମା ବନ୍ଧୁକର ଗର୍ଜନକୁ ନ ଡରି ସେମାନେ ସ୍ୱାଭାବିକ ଭାବେ ଶିକ୍ଷାର ବାତାବରଣ ଗଢି ତୋଳୁଛନ୍ତି ।

ଓଡ଼ିଶାରେ ଭୋକାଲ ଫର୍ ଲୋକାଲ କ୍ରେଜ୍

ଭୋକାଲ୍ ଫର ଲୋକାଲର ମନ୍ତ୍ରକୁ ଆପଣେଇ ବକୁଲ୍ ଫାଉଣ୍ଡେସନ୍ ଭିନ୍ନ ଅନ୍ଦାଜରେ ଏହି କ୍ୟାମ୍ପେନ୍ ଆରମ୍ଭ କରିଛି ।

ଯେଉଁଥିରେ ପ୍ରିୟଜନଙ୍କୁ ଉପହାର ଆକାରରେ ଓ ଅଭ୍ୟର୍ଥନା ସ୍ୱରୂପ ଗଛଟିଏ ଉପହାର ଦେବାକୁ ପ୍ରୋତ୍ସାହିତ କରାଯାଉଛି ।

ପାହାଡ଼ି ମହିଳାଙ୍କ ହସ୍ତତନ୍ତ ଏବେ ଫ୍ଲିପକାର୍ଟରେ, ସଫଳତାର କାହାଣୀ କହୁଛି ସିଲକ୍ ପାର୍କ

ଘରର ଚାରିକାନ୍ଥ ଡେଇଁ ଏମାନେ ବାହାରିଛନ୍ତି ବାହାରକୁ । ନିଜ ହାତରେ ନିଜେ ବୁଣିଛନ୍ତି ସ୍ୱପ୍ନର ମିନାର ।

କଠିନ ପରିଶ୍ରମ ଓ ବୃତ୍ତି ପ୍ରତି ଆସକ୍ତି ହିଁ ସେମାନଙ୍କୁ ରେଶମ ଦୁନିଆରେ ଦେଇଛି ନୂଆ ପରିଚୟ ।

ଅଧିକ ବିଶେଷ ଖବର

Newsletter






Copyright © 2021 · LocalWire