କଟକ, ଜାନୁଆରୀ ୨୩(ଲୋକାଲ ୱାୟାର): ଆଇନଜୀବୀ ସାବିତ୍ରୀ ରଥ ଓଡ଼ିଶା ହାଇକୋର୍ଟର ନୂତନ ବିଚାରପତି ହେବେ ବୋଲି ସୁପ୍ରିମକୋର୍ଟଙ୍କ କଲେଜିୟମର ସୁପାରିଶରୁ ଜଣାପଡ଼ିଛି ।
ସୁପ୍ରିମକୋର୍ଟଙ୍କ ସୁପାରିଶକୁ କେନ୍ଦ୍ର ସରକାର ଗ୍ରହଣ କରିଛନ୍ତି । ଓଡ଼ିଶାର ପୂର୍ବତନ ପୁଲିସ୍ ଡିଜି ପ୍ରଫୁଲ୍ଲ ରଥଙ୍କ ଝିଅ ସାବିତ୍ରୀ ରଥ ବର୍ତ୍ତମାନ ଓଡ଼ିଶା ହାଇକୋର୍ଟରେ ବର୍ତ୍ତମାନ ଅତିରିକ୍ତ ସରକାରୀ ଆଇନଜୀବୀ ଭାବେ କାର୍ଯ୍ୟ କରୁଛନ୍ତି ସାବିତ୍ରୀ ରଥ ।
କଟକରେ ସ୍କୁଲ ଶିକ୍ଷା ଗ୍ରହଣ କରିଥିବା ସାବିତ୍ରୀ ଦିଲ୍ଲୀ ଆଇନ ବିଶ୍ୱବିଦ୍ୟାଳୟରୁ ଉତ୍ତୀର୍ଣ୍ଣ ହୋଇଛନ୍ତି ।
ପରେ ସେ ଓଡ଼ିଶା ହାଇକୋର୍ଟର ଆଇନଜୀବୀ ଭାବେ ନିଜର ବୃତ୍ତିଗତ ଜୀବନ ଆରମ୍ଭ କରିଥିଲେ ।
ଭିଜିଲାନ୍ସର ଷ୍ଟାଣ୍ଡିଂ କାଉନସେଲ୍ ଭାବେ ମଧ୍ୟ କାର୍ଯ୍ୟ କରିଥିଲେ । ତାଙ୍କ ନିଯୁକ୍ତି ପରେ ଓଡ଼ିଶା ହାଇକୋର୍ଟ ବିଚାରପତିଙ୍କ ସଂଖ୍ୟା ୧୪ରେ ପହଞ୍ଚିବ ।
ଲୋକାଲ ୱାୟାର
Leave a Reply