ଭୁବନେଶ୍ୱର, ଡିସେମ୍ବର ୨୦(ଲୋକାଲ ୱାୟାର): ରାଜ୍ୟରେ ଆଇନ ଶୃଙ୍ଖଳା ଅବନତିର ପ୍ରତିବାଦରେ କଂଗ୍ରେସ ପକ୍ଷରୁ ରବିବାର ଭୁବନେଶ୍ୱରରେ ଏକ ମଶାଲ ଶୋଭାଯାତ୍ରା ହୋଇଛି ।
ଭୁବନେଶ୍ୱର ଜିଲ୍ଲା କଂଗ୍ରେସ ସଭାପତି ବିଶ୍ୱଜିତ ଦାଶଙ୍କ ନେତୃତ୍ୱରେ ଶୋଭାଯାତ୍ରା ପ୍ରଦେଶ କଂଗ୍ରେସ କାର୍ଯ୍ୟାଳୟରୁ ବାହାରିଥିଲା ।
ପରେ ମାଷ୍ଟରକ୍ୟାଣ୍ଟିନରେ ଅନୁଷ୍ଠିତ ବିକ୍ଷୋଭରେ ଦଳର ନେତାମାନେ ରାଜ୍ୟ ସରକାରଙ୍କ କଡ଼ା ସମାଲୋଚନା କରି ବକ୍ତବ୍ୟ ପ୍ରଦାନ କରିଥିଲେ ।
୨୦୧୬ ସେପ୍ଟେମ୍ୱରରୁ ଏ ପର୍ଯ୍ୟନ୍ତ ରାଜ୍ୟରେ ପ୍ରାୟ ୭ହଜାର ନାବାଳକ ଓ ନାବାଳିକା ନିଖୋଜ ହୋଇଛନ୍ତି ।
ଏଥିରୁ ପ୍ରାୟ ୫୦୫୦ ଜଣ କେବଳ ନାବାଳିକା ବୋଲି ନେତାମାନେ ଅଭିଯୋଗ କରିଥିଲେ ।
ଲୋକାଲ ୱାୟାର
Leave a Reply