ଭୁବନେଶ୍ୱର, ଡିସେମ୍ବର ୨୩(ଲୋକାଲ ୱାୟାର): ରାଜ୍ୟରେ ଆଇପିଏସ ସ୍ତରରେ ଅଦଳବଦଳ ହୋଇଥିବା ଗୃହ ବିଭାଗ ପକ୍ଷରୁ ପ୍ରକାଶିତ ବିଜ୍ଞକ୍ତିରୁ ଜଣାପଡ଼ିଛି ।
ବିଜ୍ଞପ୍ତି ଅନୁସାରେ, ଉତ୍ତର-କେନ୍ଦ୍ରାଞ୍ଚଳ ରେଞ୍ଜ ଆଇଜି ନରସିଂହ ଭୋଳଙ୍କୁ ସମ୍ବଲପୁରରେ ଆଇଜି ଭାବେ ନିଯୁକ୍ତି ଦିଆଯାଇଛି ।
ଭଦ୍ରକ ଏସପି ରାଜେଶ ପଣ୍ଡିତଙ୍କୁ କୋରାପୁଟରେ ଡିଆଇଜି ଭାବେ ନିଯୁକ୍ତି ମିଳିଛି ।
ଦକ୍ଷିଣ-ପଶ୍ଚିମାଞ୍ଚଳ ଡିଆଇଜି ସଫିନ ଅହମ୍ମଦଙ୍କୁ ଡିଆଇଜି-ଟେକ୍ନିକାଲ ଭାବେ ଅବସ୍ଥାପିତ କରାଯାଇଛି ।
କ୍ରାଇମବ୍ରାଞ୍ଚ ଏସପି ସାର୍ଥକ ଷଡ଼ଙ୍ଗୀଙ୍କୁ ଅନୁଗୁଳରେ ଡିଆଇଜି ଭାବେ, ଇଓଡବ୍ଲୁ ଏସପି ଅବିନାଶ କୁମାରଙ୍କୁ ଷ୍ଟେଟ ଆର୍ମଡ ପୁଲିସ ଡିଆଇଜି, କେନ୍ଦ୍ରାପଡ଼ା ଏସପି ନିତି ଶେଖରଙ୍କୁ ପରିବହନ ବିଭାଗ ଅତିରିକ୍ତ କମିଶନର, କଳାହାଣ୍ଡି ଏସବି ବି. ଗଙ୍ଗାଧରଙ୍କୁ ସମ୍ବଲପୁର ଏସପି, ଯାଜପୁର ଏସପି ଚରଣ ସିଂ ମୀନାଙ୍କୁ ଭଦ୍ରକ ଏସପି, ରାଉରକେଲା ଏସପି କେ. ଶିବା ସୁବ୍ରମଣିଙ୍କୁ ଢେଙ୍କାନାଳ ଏସପି, ଝାରସୁଗୁଡ଼ା ଏସପି ରାହୁଲ ପିଆର ଙ୍କୁ ଯାଜପୁର ଏସପି, ବଲାଙ୍ଗିର ଏସପି ମଡକାର ସନ୍ଦୀପ ସମ୍ପତଙ୍କୁ କେନ୍ଦ୍ରାପଡ଼ା ଏସପି, କୋରାପୁଟ ଏସପି ମୁକେଶ କୁମାର ଭାମୁଙ୍କୁ ରାଉରକେଲା ଏସପି, ରାୟଗଡ଼ା ଏସପି ଶ୍ରବଣ ବିବେକଙ୍କୁ କଳାହାଣ୍ଡି ଏସପି, ନବରଙ୍ଗପୁର ଏସପି କୁଶଲକର ନିତିନ ଦାଗୁଡ଼ୁଙ୍କୁ ବଲାଙ୍ଗିର ଏସପି, ହେଡକ୍ୱାର୍ଟର ଏଆଇଜି ବିବେକାନନ୍ଦ ଶର୍ମାଙ୍କୁ ରାୟଗଡା ଏସପି ଭାବେ ନିଯୁକ୍ତି ଦିଆଯାଇଛି ।
ସେହିପରି ଜୟପୁର ଏସଡିପିଓ ବରୁଣ ଗୁଣ୍ଟୁପାଲ୍ଲିଙ୍କୁ କୋରାପୁଟ ଏସପି, ତାଳଚେର ଏସଡିପିଓ ସିଦ୍ଧାର୍ଥ କାଟାରିଆଙ୍କୁ ନୟାଗଡ଼ ଏସପି, ନୟାଗଡ଼ ଏସପି ପ୍ରତୁ୍ୟଷ ଦିବାକରଙ୍କୁ ହେଡକ୍ୱାର୍ଟର ଏଆଇଜି, ମାଲକାନଗିରି ଏସଡିପିଓ ପ୍ରହ୍ଲାଦ ସହାଇ ମିନାଙ୍କୁ ନବରଙ୍ଗପୁର ଏସପି, ପୁଲିସ ହେଡକ୍ୱାର୍ଟରରେୀ ଥିବା ଅଖିଳେଶ୍ୱର ସିଂଙ୍କୁ ଏସଓଜି କମାଣ୍ଡାଣ୍ଟ, କେନ୍ଦ୍ରୀୟ ଡେପୁଟେସନରୁ ଫେରିଥିବା ସତ୍ୟଜିତ ନାୟକଙ୍କୁ କମ୍ପୁ୍ୟଟର ବିଭାଗ ଏସପି ଏବଂ ଭଦ୍ରକ ଅତିରିକ୍ତ ଏସପି ବିକାଶ ଚନ୍ଦ୍ର ଦାଶଙ୍କୁ ଝାରସୁଗୁଡ଼ା ଏସପି ଭାବେ ଅବସ୍ଥାପିତ କରାଯାଇଛି ।
ଲୋକାଲ ୱାୟାର
Leave a Reply