ଭୁବନେଶ୍ୱର, ଏପ୍ରିଲ ୧୭(ଲୋକାଲ ୱାୟାର): ରାଜ୍ୟରେ ଆଉ ୨ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଥିବା ସରକାର ଶୁକ୍ରବାର ସନ୍ଧ୍ୟାରେ କହିଛନ୍ତି ।
ପୂର୍ବରୁ ୧୯ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଥିଲେ । ଆଜିର ୨ ଜଣ (ଭୁବନେଶ୍ୱରର)ଙ୍କୁ ମିଶାଇ ମୋଟ ୨୧ ଜଣ ଏପର୍ଯ୍ୟନ୍ତ ସୁସ୍ଥ ହୋଇଛନ୍ତି ।
ରାଜ୍ୟରେ ମୋଟ ୬୦ ଜଣ କରୋନାରେ ଆକ୍ରାନ୍ତ ହୋଇଥିଲେ । ସେମାନଙ୍କ ମଧ୍ୟରୁ ଜଣଙ୍କର ମୃତ୍ଯୁ ହୋଇଥିଲା । ଏବେ ୩୮ଜଣ ଡାକ୍ତରଖାନାରେ ଚିକିତ୍ସାଧୀନ ଅଛନ୍ତି ।
ଉଲ୍ଲେଖଯୋଗ୍ୟ,ଗୁରୁବାର ସୁଦ୍ଧା ରାଜ୍ୟରେ ମୋଟ ୭୫୭୭ ନମୁନା ପରୀକ୍ଷା ହୋଇଥିଲା । ଏଥିରୁ ୬୦ଜଣ ପଜିଟିଭ୍ ଚିହ୍ନଟ ହୋଇଥିଲେ ।
ଲୋକାଲ ୱାୟାର
Leave a Reply