ଭୁବନେଶ୍ୱର, ଜାନୁଆରୀ ୨୯(ଲୋକାଲ ୱାୟାର): ଦୁର୍ନୀତି ବିରୋଧରେ କଠୋର ଆଭିମୁଖ୍ୟ କ୍ରମରେ ଶୁକ୍ରବାର ରାଜ୍ୟ ସରକାର ଆଉ ୯ ଜଣ ସରକାରୀ ଅଧିକାରୀଙ୍କୁ ବାଧ୍ୟତାମୂଳକ ଅବସର ଦେଇଛନ୍ତି ।
ଖଣି ବିଭାଗର ଜଣେ ଉପନିଦେ୍ର୍ଦଶକ, ଶ୍ରମ ବିଭାଗର ଯୁଗ୍ମ କମିଶନରଙ୍କ ସମେତ ଜଙ୍ଗଲ, ଜନସ୍ୱାସ୍ଥ୍ୟ ଓ ଶ୍ରମ ବିଭାଗର ୯ ଜଣଙ୍କୁ ବାଧ୍ୟତାମୂଳକ ଅବସର ଦିଆଯାଇଛି ।
ସେମାନଙ୍କ ମଧ୍ୟରୁ ୭ ଜଣଙ୍କ ବିରୁଦ୍ଧରେ ଦୁର୍ନୀତି ମାମଲା ଥିବା ବେଳେ ୨ ଜଣଙ୍କୁ ଅପାରଗତା ପାଇଁ ବାଧ୍ୟତାମୂଳକ ଅବସର ଦିଆଯାଇଛି ।
ଖଣି ବିଭାଗର ୨ ଜଣ ଅଧିକାରୀ ତଥା ବଲାଙ୍ଗିର ମୁରିବାହାଲ ଫରେଷ୍ଟ ରେଞ୍ଜ ଅଫିସର ଏବଂ ସୁନ୍ଦରଗଡ଼ ଜିଲ୍ଲା ସାଧାରଣ ଜନସ୍ୱାସ୍ଥ୍ୟ ବିଭାଗର ଆସିଷ୍ଟାଣ୍ଟ ଇଞ୍ଜିନିୟରଙ୍କୁ ଆଜି ବାଧ୍ୟତାମୂଳକ ଅବସର ଦିଆଯାଇଥିବା ବେଳେ ଅନ୍ୟ ୫ ଜଣଙ୍କୁ କିଛି ଦିନ ତଳେ ବାଧ୍ୟତାମୂଳକ ଅବସର ଦିଆଯାଇଛି ।
ବାଧ୍ୟତାମୂଳକ ଅବସର ଦିଆଯାଇଥିବା ଅଧିକାରୀମାନେ ହେଲେ ଖଣି ବିଭାଗର ଉପନିଦେ୍ର୍ଦଶକ ମଦନ ମୋହନ ବିଶ୍ୱାଳ ।
ଶ୍ରୀ ବିଶ୍ୱାଳଙ୍କ ବିରୋଧରେ ୯ଟି ଭିଜିଲାନ୍ସ ମାମଲା ରହିଛି । ଗ୍ରୁପ୍-କ ପାହ୍ୟାର ଖଣି ବିଭାଗ ଅଧିକାରୀ ରମେଶ ଚନ୍ଦ୍ର ମହାଳିକଙ୍କ ବିରୋଧରେ ୪ଟି ଭିଜିଲାନ୍ସ ମାମଲା ରହିଛି ।
ଉପରୋକ୍ତ ଦୁଇ ଅଧିକାରୀଙ୍କର ସରକାରୀ ଅଧିକାରୀ ଭାବେ ଆବଶ୍ୟକ ଆନ୍ତରିକତା ଓ ସୌଜନ୍ୟର ଅଭାବ ଥିଲା ।
ବଲାଙ୍ଗିର ମୁରିବାହାଲ ଫରେଷ୍ଟ ରେଞ୍ଜ ଅଫିସର ପ୍ରଶାନ୍ତ କୁମରେ ନାୟକଙ୍କର ୧.୪୦ କୋଟି ଟଙ୍କାର ଆୟ ବହିର୍ଭୂତ ସମ୍ପତ୍ତି ସହ ବଲାଙ୍ଗିର ଜିଲ୍ଲାରେ ତାଙ୍କର ୧୦ଟି ପ୍ଲଟ ଓ ୨ଟି କୋଠା ଠାବ କରାଯାଇଥିଲା ।
ସେହିପରି ସୁନ୍ଦରଗଡ଼ ଜିଲ୍ଲା ସାଧାରଣ ଜନସ୍ୱାସ୍ଥ୍ୟ ବିଭାଗର ଆସିଷ୍ଟାଣ୍ଟ ଇଞ୍ଜିନିୟର ନାରାୟଣ ପ୍ରଧାନଙ୍କ ନାମରେ ଭିଜିଲାନ୍ସ ମାମଲା ରହିଛି ।
ତାଙ୍କର ୨.୨୦ କୋଟି ଟଙ୍କାର ଆୟ ବହିର୍ଭୂତ ସମ୍ପତ୍ତି ସହ ଦେବଗଡ଼ ଜିଲ୍ଲାରେ ୪ଟି କୋଠା, ସମ୍ବଲପୁର, ଦେବଗଡ଼, ଅନୁଗୁଳ ଓ ଖୋର୍ଦ୍ଧର୍ା ଜିଲ୍ଲାରେ ୩୧ଟି ଜମି ରହିଛି ।
ଜଙ୍ଗଲ ବିଭାଗର ସହକାରୀ ବନ ସଂରକ୍ଷକ ଲକ୍ଷ୍ମଣ କୁମାର ପ୍ରଧାନଙ୍କ ବିରୋଧରେ ୨ଟି ଭିଜିଲାନ୍ସ ମାମଲା ରହିଛି ।
ଜଙ୍ଗଲ ବିଭାଗର ରେଞ୍ଜ ଅଫିସର ଭରତ କୁମାର ଘଡ଼େଇଙ୍କ ନାମରେ ୩ଟି ଭିଜିଲାନ୍ସ ମାମଲା ରହିଛି ।
ରାୟଗଡ଼ା ଜିଲ୍ଲା ଶ୍ରମ ଅଧିକାରୀଙ୍କ ବିରୋଧରେ ଗୋଟିଏ ଭିଜିଲାନ୍ସ ମାମଲା ରହିଛି । ଏମାନଙ୍କୁ ଦୁର୍ନୀତି ପାଇଁ ବାଧ୍ୟତାମୂଳକ ଅବସର ଦିଆଯାଇଛି ।
ଭୁବନେଶ୍ୱରର ଯୁଗ୍ମ କମିଶନର ଶରତ ଚନ୍ଦ୍ର ଚୌଧୁରୀ ଏବଂ ଗଜପତି ଜିଲ୍ଲାର ଡିଭଜନାଲ ଶ୍ରମ କମିଶନର ନମିତା ଦାସଙ୍କୁ ଅପାରଗତା କାରଣରୁ ବାଧ୍ୟତାମୂଳକ ଅବସର ଦିଆଯାଇଛି ।
ଉପରୋକ୍ତ ୯ ଜଣ ଅଧିକାରୀଙ୍କ ସମେତ ଏ ପର୍ଯ୍ୟନ୍ତ ୧୧୩ ଜଣଙ୍କୁ ଦୁର୍ନୀତି ଓ ଅପାରଗତା ଅଭିଯୋଗରେ ଏ ପର୍ଯ୍ୟନ୍ତ ରାଜ୍ୟ ସରକାର ବାଧ୍ୟତାମୂଳକ ଅବସର ଦେଲେଣି ।
ଲୋକାଲ ୱାୟାର
Leave a Reply