ଭୁବନେଶ୍ୱର, ଜାନୁଆରୀ ୨୫(ଲୋକାଲ ୱାୟାର): ଜନରାଜ୍ୟ ଦିବସ ଉପଲକ୍ଷେ ଆଜି କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରାଳୟ ପକ୍ଷରୁ ଅଗ୍ନିଶମ କର୍ମଚାରୀ, ହୋମ ଗାର୍ଡ ଏବଂ ସିଭିଲ ଡିଫେନ୍ସ କର୍ମଚାରୀମାନଙ୍କ ପାଇଁ ରାଷ୍ଟ୍ରପତି ପଦକ ଘୋଷଣା କରାଯାଇଛି ।
ଘୋଷଣା ଅନୁସାରେ, ଓଡ଼ିଶାର ପ୍ରମୁଖ ଆଗ୍ନିକ କାଶ୍ୟପ କୁମାର ପଟ୍ଟନାୟକଙ୍କୁ ସାହସିକତା ପାଇଁ ଅଗ୍ନିଶମ ସେବା ପଦକ ପ୍ରଦାାନ କରାଯିବ ।
ଉଲ୍ଲେଖନୀୟ ସେବା ପାଇଁ ରାଷ୍ଟ୍ରପତି ପୁଲିସ ପଦକ ପାଇବାକୁ ମନୋନୀତ ହୋଇଛନ୍ତି ପ୍ରମୁଖ ଆଗ୍ନିକ କମଳାକାନ୍ତ ପୁହାଣ ।
ଉଲ୍ଲେଖନୀୟ ସେବା ପାଇଁ ଅଗ୍ନିଶମ ସେବା ପଦକ ପାଇବେ ଅତିରିକ୍ତ ଫାୟାର ଅଫିସର ଶରତ ଚନ୍ଦ୍ର ମଲ୍ଲିକ, ଷ୍ଟେସନ ଅଫିସର ପ୍ରଦୀପ କୁମାର ପଟ୍ଟନାୟକ, ପ୍ରମୁଖ ଆଗ୍ନିକ ପ୍ରକାଶ କୁମାର ବେହେରା ଏବଂ ଡ୍ରାଇଭର ହାବିଲଦାର ବଳଭଦ୍ର ଦେହୁରୀ ।
ହୋମଗାର୍ଡ ସ୍ୱର୍ଗତ ବନବାସୀ ମହାରଣାଙ୍କୁ ସାହସିକତା ସକାଶେ ମରଣୋତ୍ତର ଭାବେ ରାଷ୍ଟ୍ରପତି ହୋମଗାର୍ଡ ପଦକ ମିିଳିବ ।
ଉଲ୍ଲେଖନୀୟ ସେବା ପାଇଁ ରାଷ୍ଟ୍ରପତି ହୋମଗାର୍ଡ ଓ ସିଭିଲ ଡିଫେନ୍ସ ପଦକ ପାଇବେ ହୋମଗାର୍ଡ କମ୍ପାନି କମାଣ୍ଡର ପ୍ରଦୀପ କୁମାର ପଟ୍ଟନାୟକ ଓ ହୋମଗାର୍ଡ ପ୍ଲାଟୁନ କମାଣ୍ଡର ସୁଦାମ ଚରଣ ପଟ୍ଟନାୟକ ।
ଉଲ୍ଲେଖନୀଗୟ ସେବା ପାଇଁ ହୋମଗାର୍ଡ ଓ ସିଭିଲ ଡିଫେନ୍ସ ପଦକ ପାଇବେ ପ୍ଲାଟୁନ କମାଣ୍ଡର ରାଜକୁମାର ପାଲ, ହୋମଗାର୍ଡ ଭବାନୀ ଶଙ୍କର କହଁର, ହୋମଗାର୍ଡ ଶିଶିରକାନ୍ତ ସାହୁ ଏବଂ ହୋମଗାର୍ଡ ଅକ୍ଷୟ କୁମାର ନାୟକ ।
ଲୋକାଲ ୱାୟାର
Leave a Reply