କଟକ, ଜୁଲାଇ ୭ (ଲୋକାଲ ୱାୟାର) : ଆଜି (ମଙ୍ଗଳବାର) ଠାରୁ କଟକ ଓ ଗଞ୍ଜାମରେ ଆଣ୍ଟିଜେନ୍ ଟେଷ୍ଟ ଆରମ୍ଭ ହୋଇଥିବା ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ।

ଏଥିପାଇଁ ୫ ହଜାର ଆଣ୍ଟିଜେନ୍ କିଟ୍ ଓଡ଼ିଶା ଆସିଛି ।

ପ୍ରଥମ ପର୍ଯ୍ୟାୟରେ କଟକର ଏସସିବି ଓ ଆଚାର୍ଯ୍ୟ ହରିହର କ୍ୟାନସର ହସ୍ପିଟାଲକୁ ଗୁରୁତ୍ୱ ଦିଆଯାଇଛି । ଏହି ଦୁଇ ହସ୍ପିଟାଲର ସମସ୍ତ ରୋଗୀଙ୍କ କୋଭିଡ୍ ଟେଷ୍ଟ କରାଯିବ ।

ଏସସିବି ଓ ଆଚାର୍ଯ୍ୟ ହରିହର କ୍ୟାନସର ହସ୍ପିଟାଲରେ କରୋନା ରୋଗୀଙ୍କ ସଂଖ୍ୟା ବୃଦ୍ଧି ପାଉଥିବାରୁ ତାକୁ ରୋକ୍ ଦେବାଲାଗି ରବିବାର ସ୍ବାସ୍ଥ୍ୟ ସଚିବଙ୍କ ଅଧ୍ୟକ୍ଷତାରେ ଜରୁରୀ ବୈଠକ ହୋଇଥିଲା ।

ବୈଠକରେ ହୋଇଥିବା ନିଷ୍ପତ୍ତି ମୁତାବକ କରୋନା ରିପୋର୍ଟ ନଦେଖି କୌଣସି ରୋଗୀଙ୍କୁ ଆଡମିସନ କରାଯିବ ନାହିଁ ।

ସେଥିଲାଗି ଆଣ୍ଟିଜେନ୍ ଟେଷ୍ଟର ଆବଶ୍ୟକତା ରହିଛି । ଏହି ଟେଷ୍ଟ ଦ୍ୱାରା ଅତି ବେଶିରେ ଜଣେ ରୋଗୀର ରିପୋର୍ଟ ଏକ ଘଣ୍ଟା ଭିତରେ ଆସିପାରିବ ।ଯାହାକୁ ଆଧାର କରି ତାଙ୍କୁ ପରବର୍ତ୍ତୀ ଚିକିତ୍ସା ଯୋଗାଇ ଦିଆଯିବ ।

ସେହିପରି କରୋନା ଆକ୍ରାନ୍ତ ମାନଙ୍କୁ ତତ୍କାଳ ସେବା ଯୋଗାଇ ଦେବା ଲାଗି ସିଡିଏମ୍‌ଓଙ୍କ ନିୟନ୍ତ୍ରଣରେ ୪ ଟି ଆମ୍ବୁଲାନ୍ସ ରହିବାର ମଧ୍ୟ ବ୍ୟବସ୍ଥା ହୋଇଛି ।

ଶିଶୁଭବନରେ ମଧ୍ୟ କୋଭିଡ୍ ଆକ୍ରାନ୍ତଙ୍କ ସଂଖ୍ୟା ବଢୁଥିବାରୁ ଆଣ୍ଟିଜେନ୍ ଟେଷ୍ଟ ହେବ । ଏହା ପରେ ପର୍ଯ୍ୟାୟକ୍ରମେ ଅନ୍ୟ ହସ୍ପିଟାଲ ମାନଙ୍କରେ ଆଣ୍ଟିଜେନ୍ ଟେଷ୍ଟ କରାଯିବ ।

ସେହିଭଳି ଗଞ୍ଜାମ ଜିଲ୍ଳାରେ ବି ଆଜିଠୁ ଆଣ୍ଟିଜେନ୍ ଟେଷ୍ଟ ଆରମ୍ଭ ହେଉଛି ବୋଲି ଜିଲ୍ଳପାଳ ଟ୍ୱିଟ୍ କରି କହିଛନ୍ତି ।

ଲୋକାଲ ୱାୟାର