• Skip to primary navigation
  • Skip to main content
  • Skip to primary sidebar
  • Careers
  • Our Advertisers
  • Copyright
  • Frequently Asked Questions (FAQ)
  • Contact Us
  • About Us

LocalWire

The hyper local news platform

  • Home
  • Odia
    • ବିଶେଷ
    • ମନୋରଞ୍ଜନ
    • ଘଟଣା
    • କାର୍ଯ୍ୟକ୍ରମ
    • ରାଜନୀତି
    • କୃଷି
    • ଅର୍ଥନୀତି
    • ପରିବେଶ
    • ଖାଦ୍ୟ
    • ଖେଳ
  • English
    • Happenings
    • Special
    • Bhubaneswar
    • Politics
    • Environment
    • Agriculture
    • Business
    • Government
    • Health
    • Heritage
    • Interview
    • Entertainment
  • Special
  • Bhubaneswar
  • Business
  • Agriculture
  • Education
  • Politics
ଆଜିଠୁ ଯୁକ୍ତ ଦୁଇ ନାମଲେଖା ପାଇଁ ଆବେଦନ

ଆଜିଠୁ ଯୁକ୍ତ ଦୁଇ ନାମଲେଖା ପାଇଁ ଆବେଦନ

August 21, 2020 By LocalWire Leave a Comment

ଭୁବନେଶ୍ୱର, ଅଗଷ୍ଟ ୨୧ (ଲୋକାଲ ୱାୟାର) : ଯୁକ୍ତ ଦୁଇ କଳା, ବିଜ୍ଞାନ, ବାଣିଜ୍ୟ, ସଂସ୍କୃତ ଓ ଧନ୍ଦାମୂଳକ କଲେଜରେ ନାମଲେଖା ପାଇଁ ଆଜି (ଶୁକ୍ରବାର) ପୂର୍ବାହ୍ନ ୧୧ଟାରୁ ଆବେଦନ ଆରମ୍ଭ ହେବ ।

ସେପ୍ଟେମ୍ବର ୪ ତାରିଖ ରାତି ୧୧ଟା ୪୫ ମଧ୍ୟରେ ଛାତ୍ରଛାତ୍ରୀ www.samsodisha.gov.in ମାଧ୍ୟମରେ କମନ୍ ଆପ୍ଲିକେସନ ଫର୍ମ (ସିଏଏଫ୍‌)ରେ ଆବେଦନ କରିପାରିବେ ।

ସେପ୍ଟେମ୍ବର ୯ ପୂର୍ବାହ୍ଣ ୧୧ଟାରେ ପ୍ରଥମ ମେରିଟ୍ ଲିଷ୍ଟ ପ୍ରକାଶ ପାଇବ ଏବଂ ସେପ୍ଟେମ୍ବର ୧୧ରୁ ୧୮ ମଧ୍ୟରେ ପ୍ରଥମ ପର୍ଯ୍ୟାୟରେ ଚୟନ ଛାତ୍ରଛାତ୍ରୀଙ୍କ ନାମଲେଖା ଅନୁଷ୍ଠିତ ହେବ ।

ସେପ୍ଟେମ୍ବର ୧୧ ତାରିଖରୁ ୧୯ ତାରିଖ ମଧ୍ୟରେ ପ୍ରଥମ ଚୟନରେ ନାମ ଲେଖିଥିବା ଛାତ୍ରଛାତ୍ରୀ ସ୍ଲାଇଡ୍ ଅପ୍ ଅନୁରୋଧ ବା ଖାଲି ସିଟ୍ ଥିବା ଉନ୍ନତ ଧରଣର କଲେଜକୁ ବଦଳି ଆବେଦନ କରିପାରିବେ ।

ସେପ୍ଟେମ୍ବର ୨୩ରେ ଦ୍ୱିତୀୟ ପର୍ଯ୍ୟାୟ ମେରିଟ୍ ଲିଷ୍ଟ ପ୍ରକାଶ ପାଇବ ଏବଂ ୨୪ ରୁ ୨୮ ତାରିଖ ମଧ୍ୟରେ ନାମଲେଖା ହେବ ।

୨୮ ତାରିଖ ସନ୍ଧ୍ୟା ୬ଟାରେ ନାମ ଲେଖାଇଥିବା ଛାତ୍ରଛାତ୍ରୀଙ୍କ ତାଲିକା ପ୍ରକାଶ ପାଇବ ।

ଅକ୍ଟୋବର ୧ ତାରିଖ ପୂର୍ବାହ୍ନ ୧୧ଟାରେ ସ୍ପଟ୍ ସିଲେକ୍ସନ ତାଲିକା ବାହାରିବ ।

୧ରୁ ୩ ତାରିଖ ମଧ୍ୟରେ ସ୍ପଟ୍ ନାମଲେଖା ଲାଗି ସମ୍ପୃକ୍ତ କଲେଜରେ ନାମ ପଞ୍ଜୀକରଣ କରାଯିବ ଏବଂ ୩ ତାରିଖରେ ସ୍ପଟ୍ ନାମଲେଖା ପାଇଁ ଚୂଡାନ୍ତ ତାଲିକା ପ୍ରକାଶ ପାଇବ । ଅକ୍ଟୋବର ୫ ତାରିଖରେ ସ୍ପଟ୍ ନାମଲେଖା ଅନୁଷ୍ଠିତ ହେବ ।

ଚଳିତ ବର୍ଷ ୨୦୧୬ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ୪ ଲକ୍ଷ ୫୨ ହଜାର ୧୮୭ସିଟ୍‌ରେ ଯୁକ୍ତଦୁଇ ନାମଲେଖା ଅନୁଷ୍ଠିତ ହେବ ।

କରୋନା କାଟକଣା ଥିବା ସମସ୍ତ କାଗଜପତ୍ର ଅନଲାଇନ୍‌ରେ ଦାଖଲ କରିବାକୁ ପଡିବ ।
ଅରିଜିନାଲ୍ ମାର୍କସିଟ୍‌, ଜାତି ପ୍ରମାଣପତ୍ର, ପ୍ରୋଭିଜନାଲ୍ ସାର୍ଟିଫିକେଟ୍ ଆଦି ଆବଶ୍ୟକୀୟ କାଗଜପତ୍ର କେବଳ ନାମଲେଖା ସମୟରେ ଦେଖାଇବାକୁ ପଡ଼ିବ ।

ଚଳିତବର୍ଷ ନାମଲେଖା ଆବେଦନ ଫି’କୁ କମାଇ ଦିଆଯାଇଛି । ସାଧାରଣ ବର୍ଗ ଛାତ୍ରଛାତ୍ରୀଙ୍କ ଆବେଦନ ଫି’ ୩ଶହରୁ ୨ଶହ ଟଙ୍କାକୁ କମାଇ ଦିଆଯାଇଥିବା ବେଳେ ଅନୁସୂଚିତ ଜାତି ଓ ଜନଜାତିଙ୍କର ଶହେ ଟଙ୍କାକୁ ହ୍ରାସ ପାଇଛି ।

କରେସପଣ୍ଡେନ୍ସ କୋର୍ସରେ ନାମଲେଖା ନିୟମିତ ନାମଲେଖା ଶେଷ ହେବାର ୧୫ ଦିନ ପରେ ଆରମ୍ଭ ହେବ ବୋଲି ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସୂଚନା ଦେଇଛନ୍ତି ।

ଲୋକାଲ ୱାୟାର

Filed Under: Odia Tagged With: ଓଡିଶା

Download LocalWire App for Hyperlocal  Odisha News any time anywhere

 

 

About LocalWire

Reader Interactions

Leave a Reply Cancel reply

Your email address will not be published. Required fields are marked *

This site uses Akismet to reduce spam. Learn how your comment data is processed.

Primary Sidebar

ଲୋକପ୍ରିୟ

ଶବହେବାକୁ ଭାବିଥିଲେ, ଏବେ ଶବକୁ ସାଥୀ କରିଛନ୍ତି ସାଥୀ ଋତୁରାଣୀ (ସ୍ୱତନ୍ତ୍ର)

ଏମିତି ଜଣେ ମହିଳା ହେଲେ ଋତୁରାଣୀ ସେନାପତି । ନିଜ ଘର ବାଲେଶ୍ୱର ହୋଇଥିଲେ ବି ରହୁଛନ୍ତି ପୁରୁଣା ଭୁବନେଶ୍ୱର ଅଞ୍ଚଳରେ ।

ଅନ୍ୟ ଝିଅମାନଙ୍କ ଭଳି ସେ ବି ସ୍ୱପ୍ନ ଦେଖିଥିଲେ । ବିବାହ କରିବେ, ସ୍ୱାମୀ, ପରିବାର, ପିଲାମାନଙ୍କ ସହ ସମୟ କାଟିବେ ।

ତିନି ହଜାର ବର୍ଷର ଇତିହାସର ଗନ୍ତାଘର- ଓଡ଼ିଶା ରାଜ୍ୟ ସଂଗ୍ରହାଳୟ

ସଂଗ୍ରହାଳୟର ସମୃଦ୍ଧ ତାଳପତ୍ର ପାଣ୍ଡୁଲିପି ଗ୍ୟାଲେରିରେ ୨୭ଟି ବିଷୟରେ ୨୦ ହଜାରରୁ ଅଧିକ ପାଣ୍ଡୁଲିପି ସ୍ଥାନ ପାଇଛି ।

ସେହିପରି ପ୍ରତ୍ୱତତ୍ତ୍ୱ ବିଭାଗରେ ଖ୍ରୀଷ୍ଟପୂର୍ବ ତୃତୀୟ ଶତାବ୍ଦୀରୁ ଆରମ୍ଭ କରି ମଧ୍ୟଯୁଗ ଶେଷ ପର୍ଯ୍ୟନ୍ତ ବିଭିନ୍ନ ସମୟର ସ୍ଥାପତ୍ୟ ତିନିଟି ବିରାଟ ହଲରେ ପ୍ରଦର୍ଶିତ ହେଉଛି ।

ସେଲିବ୍ରିଟି କହିଲେ ମେରି ଖ୍ରୀଷ୍ଟମାସ୍

କେହି କାହାକୁ ଦେଖା ନହୋଇପାରିଲେ କ’ଣ ହେଲା କିନ୍ତୁ ମେରି ଖ୍ରୀଷ୍ଟମାସ୍ କହିବାକୁ ଭୁଲି ନାହାନ୍ତି ।

ଖାସ୍ କରି ବଡ଼ଦିନ ପୂର୍ବରୁ ଆମ ଓଲିଉଡର ତାରକାମାନେ ପ୍ରଶଂସକଙ୍କୁ ମେରି ଖ୍ରୀଷ୍ଟମାସ୍ କହି ବଡ଼ଦିନର ଶୁଭେଚ୍ଛା ଓ ଶୁଭକାମନା ଜଣାଇଛନ୍ତି ।

ମାଓଗଡରେ ପିଲାଙ୍କୁ ଶିକ୍ଷିତ କରାଉଛନ୍ତି ଦୁଇ ଝିଅ

କଠିନ ପରିସ୍ଥିତିମଧ୍ୟରେ ଏହି ଝିଅମାନଙ୍କର ଦୃଢ ଆତ୍ମବିଶ୍ୱାସ ଓ ନିରନ୍ତର ପ୍ରୟାସ ସମସ୍ତଙ୍କ ପାଇଁ ଉଦାହରଣ ସୃଷ୍ଟି କରିଛି ।

ମାଓଗଡରେ ବୋମା ବନ୍ଧୁକର ଗର୍ଜନକୁ ନ ଡରି ସେମାନେ ସ୍ୱାଭାବିକ ଭାବେ ଶିକ୍ଷାର ବାତାବରଣ ଗଢି ତୋଳୁଛନ୍ତି ।

ଓଡ଼ିଶାରେ ଭୋକାଲ ଫର୍ ଲୋକାଲ କ୍ରେଜ୍

ଭୋକାଲ୍ ଫର ଲୋକାଲର ମନ୍ତ୍ରକୁ ଆପଣେଇ ବକୁଲ୍ ଫାଉଣ୍ଡେସନ୍ ଭିନ୍ନ ଅନ୍ଦାଜରେ ଏହି କ୍ୟାମ୍ପେନ୍ ଆରମ୍ଭ କରିଛି ।

ଯେଉଁଥିରେ ପ୍ରିୟଜନଙ୍କୁ ଉପହାର ଆକାରରେ ଓ ଅଭ୍ୟର୍ଥନା ସ୍ୱରୂପ ଗଛଟିଏ ଉପହାର ଦେବାକୁ ପ୍ରୋତ୍ସାହିତ କରାଯାଉଛି ।

ପାହାଡ଼ି ମହିଳାଙ୍କ ହସ୍ତତନ୍ତ ଏବେ ଫ୍ଲିପକାର୍ଟରେ, ସଫଳତାର କାହାଣୀ କହୁଛି ସିଲକ୍ ପାର୍କ

ଘରର ଚାରିକାନ୍ଥ ଡେଇଁ ଏମାନେ ବାହାରିଛନ୍ତି ବାହାରକୁ । ନିଜ ହାତରେ ନିଜେ ବୁଣିଛନ୍ତି ସ୍ୱପ୍ନର ମିନାର ।

କଠିନ ପରିଶ୍ରମ ଓ ବୃତ୍ତି ପ୍ରତି ଆସକ୍ତି ହିଁ ସେମାନଙ୍କୁ ରେଶମ ଦୁନିଆରେ ଦେଇଛି ନୂଆ ପରିଚୟ ।

ଅଧିକ ବିଶେଷ ଖବର

Newsletter






Copyright © 2021 · LocalWire