ଭୁବନେଶ୍ୱର, ଅଗଷ୍ଟ ୪ (ଲୋକାଲ ୱାୟାର) : ଉତ୍ତର-ପୂର୍ବ ବଙ୍ଗୋପସାଗର ଓ ଏହାର ଆଖପାଖ ଅଞ୍ଚଳରେ ଏକ ଲଘୁଚାପ ଦାନା ବାନ୍ଧୁଥିବା ବେଳେ ଆଜି (ମଙ୍ଗଳାବାର) ଏହା ସକ୍ରିୟ ହେବ ବୋଲି ଭୁବନେଶ୍ୱରସ୍ଥିତ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି ।
ସମୁଦ୍ର ପତନରୁ ୩.୧ରୁ ୪.୧ କିଲୋମିଟର ମଧ୍ୟରେ ଏହି ଲଘୁଚାପ ସୃଷ୍ଟି ହେବାକୁ ଯାଉଛି ।
ଏହା ସକ୍ରିୟ ହୋଇ ଉତ୍ତର ବଙ୍ଗୋପାସାଗର ଆଡକୁ ଗତି କରିବା ସମ୍ଭାବନା ରହିଥିବା ପାଣିପାଗ ବିଭାଗ ସୂଚନା ଦେଇଛି ।
ପ୍ରଭାବରେ ୭ ତାରିଖ ଯାଏ ଓଡ଼ିଶାର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି।
ଲଘୁଚାପକୁ ଦୃଷ୍ଟିରେ ରଖି ୬ ତାରିଖ ଯାଏ ସମୁଦ୍ର ଭିତରକୁ ନ ଯିବାକୁ ମତ୍ସ୍ୟଜୀବୀଙ୍କୁ ପାଣିପାଗ କେନ୍ଦ୍ର ପରାମର୍ଶ ଦେଇଛି ।
ଲଘୁଚାପ ସକ୍ରିୟ ହେବ ପୂର୍ବରୁ ସୋମବାର ଉପକୂଳବର୍ତ୍ତୀ ଅଞ୍ଚଳର ଅନେକ ସ୍ଥାନରେ ବର୍ଷା ହୋଇଛି ।
ଚାନ୍ଦାବାଲିରେ ସର୍ବାଧିକ ୯୬ ମିମି. ବର୍ଷା ହୋଇଥିବା ବେଳେ ବାଲେଶ୍ୱରରେ ୪୪ ମିମି. ବର୍ଷା ହୋଇଛି ।
ଏଥିସହିତ ସୋମବାର ସକାଳୁ ସନ୍ଧ୍ୟା ମଧ୍ୟରେ କଟକ, ପାରାଦୀପ, ଭୁବନେଶ୍ୱର, ଗୋପାଳପୁର, ପୁରୀ, ଝାରସୁଗୁଡ଼ା, କେନ୍ଦୁଝର, ସୁନ୍ଦରଗଡ଼, କୋରାପୁଟ, ସୋନପୁର ଓ ଛତ୍ରପୁର ପ୍ରଭୃତି ଅଞ୍ଚଳରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ହୋଇଥିବା ପାଣିପାଗ ବିଭାଗ ରେକର୍ଡ କରିଛି ।
ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ସ୍ୱାଭାବିକ ଠାରୁ କମ ବର୍ଷା ହୋଇଥିବା ବେଳେ ଲଘୁଚାପ ପ୍ରଭାବରେ ରାଜ୍ୟରେ ଅଧିକ ବର୍ଷା ହେବ ବୋଳି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି ।
ଲୋକାଲ ୱାୟାର
Leave a Reply