ବୁର୍ଲା, ଅକ୍ଟୋବର ୧୦ (ଲୋକାଲ ୱାୟାର) : କରୋନା ସଂକ୍ରମଣ ସଂଖ୍ୟା ବୃଦ୍ଧି ପାଉଥିବାରୁ ସମ୍ବଲପୁର ବୀର ସୁରେନ୍ଦ୍ର ସାଏ ବୈଷୟିକ ବିଶ୍ୱବିଦ୍ୟାଳୟ (ଭିସୁଟ୍) ଆଜିଠାରୁ ୩ ଦିନ ବନ୍ଦ ରହିବ ବୋଲି କର୍ତ୍ତୃପକ୍ଷ ଘୋଷଣା କରିଛନ୍ତି ।
ପୂର୍ବଭଳି ଭିସୁଟ୍ ଶନିବାର ଓ ରବିବାର ବନ୍ଦ ରହିବ । ଏହା ସହ ଆସନ୍ତା ସୋମବାର ମଧ୍ୟ ବନ୍ଦ ରହିବ ।
ଏହି ତିନି ଦିନ ଭିସୁଟକୁ ସାନିଟାଇଜ କରାଯିବ । ତେଣୁ କୌଣସି କର୍ମଚାରୀ ଶିକ୍ଷାନୁଷ୍ଠାନକୁ ନ ଆସିବା ପାଇଁ କଳପତି କହିଛନ୍ତି ।
ହେଲେ ପୂର୍ବଭଳି ଅନ୍ଲାଇନ୍ କ୍ଲାସ ଜାରି ରହିବ ।
ଲୋକାଲ ୱାୟାର
Leave a Reply