ଭୁବନେଶ୍ୱର, ଅଗଷ୍ଟ ୧ (ଲୋକାଲ ୱାୟାର) : ଅଗଷ୍ଟ ମାସରେ କଟକ, ଖୋର୍ଦ୍ଧା (ଭୁବନେଶ୍ୱର ସମେତ), ଗଞ୍ଜାମ ଓ ଗଜପତି ଜିଲ୍ଲା ଏବଂ ରାଉରକେଲା ମ୍ୟୁନିସିପାଲିଟିରେ ସପ୍ତାହାନ୍ତ (ଶନିବାର ଓ ରବିବାର) ସମ୍ପୂର୍ଣ୍ଣ ସଟ୍ ଡାଉନ୍ ରହିବ ବୋଲି ସରକାର ଘୋଷଣା କରିଥିବା ବେଳେ ଇଦ୍ ଏବଂ ରାକ୍ଷୀ ପୂର୍ଣ୍ଣିମା ବା ଗହ୍ମାପୂର୍ଣ୍ଣିମାର କିଣାକିଣି ପାଇଁ ଆଜି ଓ ପଅରଦିନ ସଟଡାଉନ୍ କୋହଳ କରାଯାଇଛି ।
ଆଜି (ଅଗଷ୍ଟ ୧ ଶନିବାର) ଏବଂ ରବିବାର ଦିନ ଉପରୋକ୍ତ ୪ ଜିଲ୍ଲା ସହ ରାଉରକେଲାରେ ଅପରାହ୍ନ ୧ଟାରୁ ସଟ୍ଡାଉନ୍ ଆରମ୍ଭ ହେବ ।
ଭୋର୫ଟାରୁ ଅପରାହ୍ଣ ୧ଟା ପର୍ଯ୍ୟନ୍ତ ସବୁ ଖୋଲା ରହିବ । ଏହି ଦୁଇଦିନ ପୁରାଦିବସ ସଟଡାଉନ୍ ନରହି ଅପରାହ୍ନ ୧ଟାରୁ ରାତି ୯ଟା ପର୍ଯ୍ୟନ୍ତ ରହିବ ।
ଲୋକାଲ ୱାୟାର
Leave a Reply