ଭୁବନେଶ୍ୱର, ଜାନୁଆରୀ ୧୯(ଲୋକାଲ ୱାୟାର): ରାଜ୍ୟରେ ମଙ୍ଗଳବାର ୧୪ ହଜାର୨୯୧ ଜଣଙ୍କୁ ଟିକା ଦିଆଯାଇଥିବା ବେଳେ ବୁଧବାର ୧୧ ଜିଲ୍ଲାରେ ଟିକାକରଣ ହେବନାହିଁ ବୋଲି ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ କୁହାଯାଇଛି ।
ମଙ୍ଗଳବାର ୧୬,୨୬୧ ଜଣଙ୍କ ଟିକାକରଣ ଲକ୍ଷ୍ୟ ଥିବା ବେଳେ ୧୪ ହଜାର ୨୯୧ ଜଣ (୮୮%)ଙ୍କୁ ଟିକା ଦିଆଯାଇଛି ।
ଏ ପର୍ଯ୍ୟନ୍ତ ରାଜ୍ୟରେ ୬୦, ୧୭୩ ଜଣ ଟିକା ନେଲେଣି । ରାଜଧାନୀରେ ୨୩୩୬ଙ୍କ ଟିକାକରଣ ଲକ୍ଷ୍ୟ ଥିବା ବେଳେ ଟିକା ନେଇଛନ୍ତି ୯୫୩ (୬୯%) ।
ଆସନ୍ତାକାଲି ୯୨ଟି ସେସନ ସାଇଟରେ ୮୭୪୪ ଜଣଙ୍କ ଟିକାକରଣ ଲକ୍ଷ୍ୟ ରଖାଯାଇଛି ।
ତେବେ ଅନୁଗୁଳ, ବଲାଙ୍ଗୀର, ବୌଦ୍ଧ, ଗଜପତି, ଗଞ୍ଜାମ, କଳାହାଣ୍ଡି, ବରଗଡ଼, ଭଦ୍ରକ, କନ୍ଧମାଳ, ମାଲକାନଗିରି ଓ ନବରଙ୍ଗପୁର ଜିଲ୍ଲାରେ ଆସନ୍ତାକାଲି ଟିକାକରଣ ହେବନାହିଁ ।
ଲୋକାଲ ୱାୟାର
Leave a Reply