ଭୁବନେଶ୍ୱର, ଏପ୍ରିଲ ୨୬ (ଲୋକାଲ ୱାୟାର) : ଆଜି ପବିତ୍ର ଅକ୍ଷୟ ତୃତୀୟା । ଅଖିମୁଠି ଅନୁକୂଳ କରିବା ସହିତ ଚାଷ କାମ ଆରମ୍ଭ କରିବେ ଚାଷୀ ।
ଏହି ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।
ପବିତ୍ର ଅକ୍ଷୟ ତୃତୀୟାରେ ରାଜ୍ୟବାସୀ ତଥା ବିଶେଷ କରି ଆମ ଚାଷୀ ଭାଇଭଉଣୀମାନଙ୍କୁ ଶୁଭେଚ୍ଛା ଜଣାଉଛି। କରୋନା ସଂକ୍ରମଣକୁ ରୋକିବା ପାଇଁ ସରକାରୀ ନିୟମ କଡ଼ାକଡ଼ି ପାଳନ କରିବା ସହ କୃଷି କାର୍ଯ୍ୟ ସମୟରେ ସାମାଜିକ ଦୂରତା ନିଶ୍ଚୟ ବଜାୟ ରଖନ୍ତୁ। ଆଶା କରୁଛି, ଚଳିତ ବର୍ଷ ଚାଷୀ ଭାଇଭଉଣୀଙ୍କ ପାଇଁ ସମୃଦ୍ଧିର ବର୍ଷ ହେବ। pic.twitter.com/GmFEoVi5T4
— Naveen Patnaik (@Naveen_Odisha) April 26, 2020
କରୋନା ସଂକ୍ରମଣ ରୋକିବା ପାଇଁ ସରକାରଙ୍କ ନିୟମକୁ କଡାକଡି ଭାବରେ ପାଳନ କରିବା ସହ କୃଷିକାର୍ଯ୍ୟ ସମୟରେ ସାମାଜିକ ଦୂରତା ପାଳନ କରିବାକୁ ମୁଖ୍ୟମନ୍ତ୍ରୀ କହିଛନ୍ତି ।
ପବିତ୍ର ଅକ୍ଷୟ ତୃତୀୟା ଅବସରରେ ମୋର ସମସ୍ତ ଓଡ଼ିଆ ଚାଷୀ ଭାଇ ମାନଙ୍କୁ ଅଭିନନ୍ଦନ । ଆଜିର ଦିନରେ ଆମ ଚାଷୀ ଭାଇମାନେ ଅମୃତ ବେଳାରେ ଅକ୍ଷି ମୁଠି ଅନୁକୂଳ କରି କୃଷିକାର୍ଯ୍ୟର ଶୁଭାରମ୍ଭ କରିଥାନ୍ତି । ଓଡିଆ ଚାଷୀ ଭାଇଙ୍କ ଭଲ ଫସଲ ପାଇଁ ମହାପ୍ରଭୁ ଶ୍ରୀଜଗନ୍ନାଥ ସହାୟକ ହୁଅନ୍ତୁ, ଏହା ମୋର ପ୍ରାର୍ଥନା । pic.twitter.com/dO79m43IH5
— Dharmendra Pradhan (@dpradhanbjp) April 26, 2020
କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ସମସ୍ତଙ୍କୁ ଅଭିନନ୍ଦନ ଜଣାଇବା ସହ ଓଡ଼ିଆ ଚାଷୀ ଭାଇଙ୍କ ଭଲ ଫସଲ ପାଇଁ ମହାପ୍ରଭୁ ଶ୍ରୀଜଗନ୍ନାଥ ସହାୟକ ହୁଅନ୍ତୁ ବୋଲି ସେ ଟ୍ୱିଟ କରି କହିଛନ୍ତି ।
ପବିତ୍ର ଅକ୍ଷୟ ତୃତୀୟାର ଶୁଭାବସରରେ ରାଜ୍ୟବାସୀଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଓ ଶୁଭକାମନା ।
इस अक्षय तृतीया पर, आपको हर वो खुशी मिले,जिसकी आपने इच्छा की है.
अक्षय तृतीया की हार्दिक शुभकामनाएं।#AkshayaTritiya pic.twitter.com/MUv9WF1qjY— Pratap Sarangi (@pcsarangi) April 26, 2020
ସେହିଭଳି କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡଙ୍ଗୀ ମଧ୍ୟ ରାଜ୍ୟବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।
ଲୋକାଲ ୱାୟାର
Leave a Reply