ଭୁବନେଶ୍ୱର, ଅକ୍ଟୋବର ୨୭ (ଲୋକାଲ ୱାୟାର) : ଆଜି ଧରାପୃଷ୍ଠରୁ ବିଦାୟ ନେବେ ଜଗତଜନନୀ ମାଆ ଦୁର୍ଗା ।
ବିନା ଭକ୍ତରେ କଟକଣା ସହ ଆଜି ମାଆଙ୍କ ମେଲାଣ ପର୍ବ ଅନୁଷ୍ଠିତ ହେବ ।
ଏନେଇ କଟକ ଓ ଭୁବନେଶ୍ୱରରେ ବ୍ୟାପକ ବ୍ୟବସ୍ଥା କରାଯାଇଛି ।
କଟକରେ ୧୪ଟି କୃତ୍ରିମ ପୋଖରୀରେ ସମସ୍ତ ମୂର୍ତ୍ତି ବିସର୍ଜନ କରାଯିବ। ଭସାଣ ଉତ୍ସବ ଆଜି ସକାଳ ୧୦ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଅନୁଷ୍ଠିତ ହେବ।
ଭସାଣ ପାଇଁ ସମସ୍ତ ପୂଜା ମଣ୍ଡପ ଲାଗି ୪ଟି ପର୍ଯ୍ୟାୟରେ ସମୟ ଧାର୍ଯ୍ୟ ହୋଇଛି।
ସକାଳ ୧୦ଟାରୁ ୧୨ଟା, ୧୨ଟାରୁ ୨ଟା, ୨ଟାରୁ ୪ଟା ଏବଂ ୪ଟାରୁ ସନ୍ଧ୍ୟା ୬ଟା ମଧ୍ୟରେ ଭସାଣ ଉତ୍ସବ ହେବ।
ପ୍ରତି ପୂଜା କମିଟିର ୭ ଜଣ ଲୋକଙ୍କୁ ଭସାଣରେ ସାମିଲ୍ ହେବାକୁ ଅନୁମତି ମିଳିବ। ମୂର୍ତ୍ତିକୁ ଡାଲା ଅଟୋ କିମ୍ବା ପିକଅପରେ ଆଣିବାକୁ ପ୍ରଶାସନ କହିଛି ।
ଅନ୍ୟପଟେ, ଭୁବନେଶ୍ୱରରେ ଭସାଣ ଉତ୍ସବ ପାଇଁ ୪୦ ପ୍ଲାଟୁନ ଫୋର୍ସ ମୁତୟନ କରାଯିବ ।
ଭସାଣୀ ବେଳେ ପୂଜା କମିଟିର ୪ ଜଣ କର୍ମକର୍ତ୍ତା ଉପସ୍ଥିତ ରହିବେ ।
୧୭୬ଟି ମେଢକୁ ଆଜି କୃତ୍ରିମ ପୋଖରୀରେ ପର୍ଯ୍ୟାୟ କ୍ରମେ ଭସାଣ ପାଇଁ ସମୟ ଧାର୍ଯ୍ୟ କରାଯାଇଛି ।
ଉଲ୍ଲେଖଯୋଗ୍ୟ, ଗତକାଲି କଟକ ଓ ଭୁବନେଶ୍ବରର କେତେକ ପୂଜା ମଣ୍ଡପ ମାଆଙ୍କୁ ମେଲାଣି ଦେଇଥିଲେ ।
ଲୋକାଲ ୱାୟାର
Leave a Reply