ଭୁବନେଶ୍ୱର, ଡିସେମ୍ବର ୧୭(ଲୋକାଲ ୱାୟାର): ଭୁବନେଶ୍ୱରରେ ଗୁରୁବାର ପୁଣି ୩୭ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୨୧ ଜଣ ସୁସ୍ଥ ହୋଇଥିବା ବିଏମସି କହିଛି ।
ଚିହ୍ନଟ ହୋଇଥିବା ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ୧୭ ଜଣ କ୍ୱାରେଣ୍ଟାଇନରେ ଅଛନ୍ତି ଏବଂ ୨୦ ଜଣ ସ୍ଥାନୀୟ ସଂକ୍ରମିତ ।
ଏ ପର୍ଯ୍ୟନ୍ତ ରାଜଧାନୀରେ ମୋଟ ୩୧ ହଜାର ୨୭୩ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।
ସେମାନଙ୍କ ମଧ୍ୟରୁ ୨୩୦ ଜଣଙ୍କ ମୃତ୍ୟୁ ହୋଇଛି ଏବଂ ୩୦ ହଜାର ୬୬୬ ଜଣ ସୁସ୍ଥ ହୋଇଛନ୍ତି । ଏବେ ରାଜଧାନୀରେ ୩୫୬ ଜଣ ସକ୍ରିୟ କରୋନା ରୋଗୀ ଅଛନ୍ତି ।
ଲୋକାଲ ୱାୟାର
Leave a Reply