ପୁରୀ, ଅଗଷ୍ଟ ୫ (ଲୋକାଲ ୱାୟାର) : ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ ପାଇଁ ଆଜି ଭୂମିପୂଜା ଅନୁଷ୍ଠିତ ହେବାକୁ ଯାଉଥିବାବେଳେ ପୁରୀ ବେଳା ଭୂମିରେ ବିଶ୍ୱ ପ୍ରସିଦ୍ଧ ବାଲୁକା ଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ ବାଲୁକା କଳାରେ ପ୍ରଭୁ ରାମଚନ୍ଦ୍ରଙ୍କ ପ୍ରତିମା ସହ ଭବିଷ୍ୟତର ରାମ ମନ୍ଦିର ଡିଜାଇନ୍ ନିର୍ମାଣ କରିଛନ୍ତି ।
ପ୍ରାୟ ୪ଟନ ବାଲିରେ ତିଆରି ଏହି ବାଲୁକା କଳାର ଉଚ୍ଚତା ୫ ଫୁଟ୍ ରହିଛି ।
ଉଲ୍ଲେଖଯୋଗ୍ୟ, ଭଗବାନ ରାମଙ୍କ ଜନ୍ମଭୂମି ଅଯୋଧ୍ୟରେ ରାମମନ୍ଦିର ନିର୍ମାଣ ପାଇଁ ଆଜି ଭୂମିପୂଜା ହେବ ।
ଆଉ କିଛି ଘଣ୍ଟା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରାମ ମନ୍ଦିରର ଭୂମିପୂଜା କରିବେ ।
ଏଥିପାଇଁ ଅଯୋଧ୍ୟରେ ଭବ୍ୟ ଆୟୋଜନ କରାଯାଇଛି । ସାରା ସହରକୁ ରଙ୍ଗୀନ ଆଲୋକ, ଦୀପ, ଫୁଲ, କଳସୀରେ ସଜାଇ ଦିଆଯାଇଛି ।
ଗଳି ଗଳିରେ ରାମ ନାମ ଭଜନ ଗାନ ଓ ସଂକୀର୍ତ୍ତନ ସହ ଶଙ୍ଖନାଦ କରାଯାଉଛି । ଅଯୋଧ୍ୟରେ ନଗରୀରେ ଭକ୍ତିମୟ ପରିବେଶ ସୃଷ୍ଟି ହୋଇଛି ।
ଲୋକାଲ ୱାୟାର
Leave a Reply