ଭୁବନେଶ୍ୱର, ଏପ୍ରିଲ୍ ୧୨ (ଲୋକାଲ ୱାୟାର) ଓଡ଼ିଶାରେ ମିଶନ ୧୨୦କୁ ସଫଳ କରିବା ପାଇଁ ଆଜି ପୁଣିଥରେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହ ଓଡ଼ିଶା ଆସୁଥିବା ବେଳେ ତାଙ୍କ ଗସ୍ତକୁ ଦୃଷ୍ଟିରେ ରଖି ପୁଲିସ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଥିବା ପୁଲିସ କହିଛି ।
ସେ କେନ୍ଦୁଝର ଜିଲ୍ଲାର ମେଡିକାଲ କଲେଜ ପଡ଼ିଆରେ ଆୟୋଜିତ ଏକ ସାଧାରଣ ସଭାରେ ଯୋଗଦେଇ ଜନତାଙ୍କୁ ଉଦବୋଧନ ଦେବାର କାର୍ଯ୍ୟକ୍ରମ ରହିଛି ।
ସେପଟେ ଶାହଙ୍କ ଗସ୍ତକୁ ନେଇ ବିଜେପି ଶିବିର ଚଳଚଞ୍ଚଳ ହୋଇ ଉଠିଥିବା ବେଳେ ଶାହଙ୍କ ଗସ୍ତ ପାଇଁ ବ୍ୟାପକ ବ୍ୟବସ୍ଥା କରାଯାଇଥିବା ଦଳୀୟ କର୍ମକର୍ତ୍ତା ମାନେ ସୂଚନା ଦେଇଛନ୍ତି ।
ଦଳୀୟ କର୍ମୀଙ୍କ ସୂଚନା ଅନୁସାରେ ଆଗାମୀ ୧୭ ଏପ୍ରିଲରେ ଶାହ ପୁଣି ଥରେ ଓଡ଼ିଶା ଆସିବେ । ସେ ବଡ଼ମ୍ବା ଓ ଢେଙ୍କାନାଳ ଜିଲ୍ଲାରେ ଆୟୋଜିତ ସଭାରେ ଯୋଗଦେବେ ।
ସେହିପରି ଆସନ୍ତା ୧୬ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଓଡ଼ିଶା ଗସ୍ତର କାର୍ଯ୍ୟକ୍ରମ ରହିଥିବା ବେଳେ ମୋଦି ସମ୍ବଲପୁର ଓ ଭୁବନେଶ୍ୱରରେ ସାଧାରଣ ସଭାକୁ ସମ୍ବୋଧନ କରିବେ ।
ଲୋକାଲ ୱାୟାର
Leave a Reply