ଭୁବନେଶ୍ୱର, ଅଗଷ୍ଟ ୨୭(ଲୋକାଲ ୱାୟାର): ରାଜଧାନୀର ସମାଜସେବୀ ଆଦିତ୍ୟ ଦାଶଙ୍କ ମୃତୁ୍ୟ ମାମଲାର ତଦନ୍ତ କରୁଥିବା କ୍ରାଇମବ୍ରାଞ୍ଚ ଗୁରୁବାର ତାଙ୍କ ପତ୍ନୀ ବିଦ୍ୟାଶ୍ରୀଙ୍କ ଲାଏ ଡିଟେକ୍ସନ ଟେଷ୍ଟ କରିଥିବା ଜଣେ ଅଧିକାରୀ କହିଛନ୍ତି ।
ରାଜଧାନୀର ରସୁଲଗଡ଼ରେ ଥିବା ଷ୍ଟେଟ୍ ଫୋରେନ୍ସିକ୍ ସାଇନ୍ସ ଲାବୋରେଟୋରିରେ ପୂର୍ବାହ୍ନରୁ ପ୍ରାୟ ୫ ଘଣ୍ଟା ଧରି ବିଦ୍ୟାଶ୍ରୀଙ୍କର ଏହି ଟେଷ୍ଟ ହୋଇଥିଲା ।
ଜଣେ ଆସିଷ୍ଟାଣ୍ଟ ଡିରେକ୍ଟର, ସାଇଣ୍ଟିଫିକ୍ ଅଫିସରଙ୍କୁ ନେଇ ଗଠିତ ୩ ଜଣିଆ ଟିମ୍ ତାଙ୍କର ଟେଷ୍ଟ କରିଥିଲେ । ସମ୍ପୂର୍ଣ୍ଣ ଟେଷ୍ଟର ଭିଡିଓଗ୍ରାଫି ହୋଇଥିଲା ।
ଉଲ୍ଲେଖଯୋଗ୍ୟ, ଏହି ଆଦିତ୍ୟଙ୍କ ମୃତ୍ୟୁ ମାମଲାର ତଦନ୍ତ ଦାୟିତ୍ୱ କ୍ରାଇମବ୍ରାଞ୍ଚ ନେବା ପରେ ବିଦ୍ୟାଶ୍ରୀଙ୍କ ସମେତ ଆଦିତ୍ୟଙ୍କର ବନ୍ଧୁମାନଙ୍କୁ ଏକାଧିକବାର ଜେରା କରିଛି ।
କିନ୍ତୁ ସେମାନଙ୍କ ଉତ୍ତରରେ ତାଳମେଳ ନ ରହିବାରୁ ଲାଏ ଡିଟେକ୍ସନ ଟେଷ୍ଟ ପାଇଁ ନିଷ୍ପତ୍ତି ହୋଇଥିଲା । ଗୁରୁବାର ବିଦ୍ୟାଶ୍ରୀଙ୍କର ଟେଷ୍ଟ ହୋଇଥିବା ବେଳେ ଆସନ୍ତାକାଲିଠାରୁ ବନ୍ଧୁମାନଙ୍କର ହେବ ବୋଲି କୁହାଯାଇଛି ।
ଲୋକାଲ ୱାୟାର
Leave a Reply