ଭୁବନେଶ୍ୱର,ଫେବ୍ରୁଆରୀ ୩(ଲୋକାଲ ୱାୟାର): ଓଡ଼ିଶାରେ ମହିଳା ସଶକ୍ତିକରଣ ନିମନ୍ତେ ମିଶନ ଶକ୍ତି ଓ ସ୍ୱୟଂ ସହାୟକ ଗୋଷ୍ଠୀ କାମ କରୁଛନ୍ତି ।
ମିଶନ ଶକ୍ତିରେ ସାମିଲ ହୋଇଥିବା ରାଜ୍ୟର ୮୦ ଲକ୍ଷ ମହିଳା ଆଜି ବିଭିନ୍ନ କ୍ଷେତ୍ରରେ ଦକ୍ଷତାର ସହ କାମ କରୁଛନ୍ତି । ସେମାନଙ୍କ ନିଷ୍ଠା ଓ ପରିଶ୍ରମର ଜ୍ୱଳନ୍ତ ଉଦାହରଣ ଆଦିବାସୀ ମେଳା ।
ଆଦିବାସୀ ମେଳାରେ ସୁଦୂର ରାୟଗଡ଼ାର ବିଷମକଟକରୁ ଆସିଥିବା ଡଙ୍ଗରିଆ କନ୍ଧ ଉନ୍ନୟନ ସଂସ୍ଥା, ଚାଟିକଣାର ନିୟମଗିରି ସ୍ୱୟଂ ସହାୟକ ସଂଘ, ଖମ୍ବେସିର ମା’ ଭୈରବୀ ସ୍ୱୟଂ ସହାୟକ ସଂଘ ଆଦିବାସୀ ମେଳାରେ ଗୁଣ୍ଡ ହଳଦୀ, ସୋରିଷ, ଝୁଡ଼ଙ୍ଗ, ବିରି, ପାଳୁଅ, ଗୋଲମରିଚ, କଞ୍ଚା ହଳଦୀ, ଶୁଖା ହଳଦୀ, କାଙ୍ଗୁ ଚାଉଳ, ମାଣ୍ଡିଆ ଗୁଣ୍ଡ, ଅଦା, ଅଁଳା, କାନ୍ଦୁଲ, ହରିଡ଼ା, ବାହାଡ଼ା ଆଦି ସଂଗ୍ରହ ଓ ପ୍ରସ୍ତୁତ କରି ଗ୍ରାହକଙ୍କ ସମ୍ମୁଖରେ ରଖିଛନ୍ତି ।
୨୦୦୪-୦୫ରେ ଚାଟିକଣା ଅଞ୍ଚଳରେ ଆରମ୍ଭ ହୋଇଥିବା ପ୍ରଥମେ ୧୦ ଜଣ ସଦସ୍ୟା ୧୦ ଟଙ୍କା ହିସାବରେ ସଂଘ ଆରମ୍ଭ କରିଥିଲେ ।
ଏବେ ଏହି ସଂଘ ୫୦ ଟଙ୍କା ଲେଖାଏଁ ଆଦାୟ କରି ବ୍ୟାଙ୍କ ସବସିଡି ପାଉଛନ୍ତି ।
ବିଭିନ୍ନ ହାତ ତିଆରି ଜିନିଷ, ଯଥା; ଖଲିପତ୍ର, ଶିଆଳିପତ୍ର, ଲଘୁ ବନଜାତ ଦ୍ରବ୍ୟ ସଂଗ୍ରହ କରି ଗ୍ରୁପ ମାଧ୍ୟମରେ ବିକ୍ରି କରୁଛନ୍ତି ।
ଆଦିବାସୀ ମେଳା ଜାନୁଆରୀ ୨୬ରୁ ଆରମ୍ଭ ହୋଇଛି ଏବଂ ଆସନ୍ତା ୯ ତାରିଖ ପର୍ଯ୍ୟନ୍ତ ଚାଲିବ । ପୂର୍ବାହ୍ନ ୧୧ଟାରୁ ସନ୍ଧ୍ୟା ୭ଟା ପର୍ଯ୍ୟନ୍ତ ୯୦ଟି ଷ୍ଟଲ ମେଳାରେ ଖୋଲା ରହୁଛି । ମେଳା ପରିସରରେ ଦୈନିକ ବିଭିନ୍ନ ଜନଜାତିଙ୍କ ନୃତ୍ୟ ପ୍ରଦର୍ଶନ ହେଉଛି ।
ଲୋକାଲ ୱାୟାର
Leave a Reply