ଭୁବନେଶ୍ୱର, ଅଗଷ୍ଟ ୨୭(ଲୋକାଲ ୱାୟାର): ଆଧାର ନମ୍ବର ନଥିବା ଯୋଗ୍ୟ ହିତାଧିକାରୀଙ୍କୁ ପେନସନ ଯୋଜନାରୁ ବଞ୍ଚିତ ନକରିବାକୁ ରାଜ୍ୟ ସରକାର ସମସ୍ତ ଜିଲ୍ଲାପାଳଙ୍କୁ ନିଦେ୍ର୍ଦଶ ଦେଇଛନ୍ତି ।
ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ (ଏସଏସଇପିଡି) ବିଭାଗ ଦ୍ୱାରା ଗୁରୁବାର ଜାରି ହୋଇଥିବା ଚିଠିରେ ବର୍ତ୍ତମାନ ପରିପ୍ରେକ୍ଷୀରେ ବାଧ୍ୟତାମୂଳକ ଆଧାର ଆବଶ୍ୟକତା କୋହଳ କରିବାକୁ କୁହାଯାଇଛି ।
ଆଧାର ନଥିଲେ ବି ଯୋଗ୍ୟ ହିତାଧିକାରୀଙ୍କୁ ପେନସନରୁ ବଞ୍ଚିତ ନକରିବାକୁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି ବୋଲି ଜିଲ୍ଲାପାଳମାନଙ୍କୁ ଲେଖା ଯାଇଥିବା ଚିଠିରେ ଉଲ୍ଲେଖ ରହିଛି ।
ଯଦି ହିତାଧିକାରୀ ଭାବେ ଚିହ୍ନଟ ବ୍ୟକ୍ତି ଜୀବିତ ଥାଆନ୍ତି ତେବେ ଆଧାର ନଥିଲେ ତାଙ୍କୁ ପେନସନରୁ ବଞ୍ଚିତ କରା ଯାଇପାରିବ ନାହିଁ ।
ଏପରି ହିତାଧିକାରୀଙ୍କୁ ଚିହ୍ନଟ କରି ପରବର୍ତ୍ତୀ ପର୍ଯ୍ୟାୟ ପେନସନ ବଣ୍ଟନ ପୂର୍ବରୁ ଆଧାର ଯୋଗାଇ ଦେବା ସ୍ଥାନୀୟ ପ୍ରଶାସନର ଦାୟିତ୍ୱ ବୋଲି ବିଭାଗ ତରଫରୁ କୁହାଯାଇଛି ।
ବିଭାଗ ପକ୍ଷରୁ ସମସ୍ତ ବ୍ଲକ ସ୍ତରୀୟ ଅଧିକାରୀ ଓ ମୁ୍ୟନିସିପାଲ କର୍ତ୍ତୃପକ୍ଷଙ୍କୁ ଆଧାର ନଥିବା ହିତାଧିକାରୀ ଚିହ୍ନଟ କରି ପରବର୍ତ୍ତୀ ପର୍ଯ୍ୟାୟ ପେନସନ ବଣ୍ଟନ ପୂର୍ବରୁ ଆଧାର ପଞ୍ଜିକରଣ କରାଇବାକୁ ନିର୍ଦ୍ଦେଶ ଦିଆଯାଇଛି ।
ଆଧାର କାର୍ଡ ନଥିବାରୁ ପେନସନରୁ ବଞ୍ଚିତ ହୋଇଥିବା ଅନେକ ରିପୋର୍ଟ ଲୋକଲୋଚନକୁ ଆସିବା ପରେ ସରକାର ଏହି ନୂଆ ନିଦେ୍ର୍ଦଶ ଜାରି କରିଛନ୍ତି ।
ଲୋକାଲ ୱାୟାର
Leave a Reply