ଭୁବନେଶ୍ୱର, ଫେବ୍ରୁଆରୀ ୬(ଲୋକାଲ ୱାୟାର): ଉତ୍କଳ ସଂସ୍କୃତି ବିଶ୍ୱବିଦ୍ୟାଳୟ ଜୈନ ଚେୟାର ଆନୁକୂଲ୍ୟରେ ୟୁନିଟ୍-୨ ପୁରୁଣା କ୍ୟାମ୍ପସ୍ ସର୍ଦ୍ଦାର ପଟେଲ୍ ହଲ୍ ଠାରେ ‘ଆଫ୍ରିକାରେ ଜୈନ ଐତିହ୍ୟ’ ଶୀର୍ଷକ ସେମିନାର୍ ଅନୁଷ୍ଠିତ ହୋଇଯାଇଛି ।
ଏଥିରେ ୨୦ରୁ ଉଦ୍ଧ୍ୱର୍ ଛାତ୍ରଛାତ୍ରୀ, ଗବେଷକ, ଶିକ୍ଷକ ଅଂଶଗ୍ରହଣ କରିଥିଲେ । ଚୌଧୁରୀ ବଂଶୀଲାଲ ବିଶ୍ୱବିଦ୍ୟାଳୟର ଇତିହାସ ବିଭାଗ ମୁଖ୍ୟ ପ୍ରଫେସର ରବି ପ୍ରକାଶ ଯୋଗଦେଇ ସେମିନାର୍ ବିଷୟରେ ଉପରେ ଗବେଷଣାମୂଳକ ତଥ୍ୟ ପାୱାରପଏଣ୍ଟ ପ୍ରେଜେଣ୍ଟେସନ୍ ମାଧ୍ୟମରେ ଉପସ୍ଥାପନ କରିଥିଲେ ।
ଉତ୍କଳ ସଂସ୍କୃତି ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ଡ. ବ୍ୟୋମକେଶ ତ୍ରିପାଠୀ ଏହି କାର୍ଯ୍ୟକ୍ରମକୁ ଆହୁରି ତ୍ୱରାନ୍ୱିତ କରି ଛାତ୍ରଛାତ୍ରୀଙ୍କୁ ସାମିଲ କରିବାକୁ ପରାମର୍ଶ ଦେଇଥିଲେ । ଜୈନ ଚେୟାରର ରିସୋର୍ସ ପର୍ସନ ମହେନ୍ଦ୍ର ସିଂ ସ୍ୱାଗତ ଭାଷଣ ଦେଇଥିଲେ । ବିଶ୍ୱବିଦ୍ୟାଳୟ ଜୈନ ଚେୟାରର ସମ୍ପାଦିକା ଡ. ସୁଚିତ୍ରା ଦାସ ଧନ୍ୟବାଦ ଦେଇଥିଲେ ।
ଲୋକାଲ ୱାୟାର
Leave a Reply