ଭୁବନେଶ୍ୱର, ଫେବ୍ରୁଆରୀ ୨୨(ଲୋକାଲ ୱାୟାର): ସୋମବାର ରାଜଧାନୀରେ ଏକାଠି ହେବ ହଜାର ହଜାର ଯାତ୍ରା କଳାକାର ଓ କର୍ମଚାରୀ ।
ରାମମନ୍ଦିର ଠାରୁ ଲୋୟର ପିଏମଜି ପର୍ଯ୍ୟନ୍ତ ଶୋଭାଯାତ୍ରାରେ ଆସି ଏକ ପ୍ରତିବାଦ ସଭା କରିବେ ।
ଏହାପରେ ଏକ ପ୍ରତିନିଧି ଦଳ ମୁଖ୍ୟମନ୍ତ୍ରୀ ଭେଟି ଦୁଃଖ ଜଣାଇବା ସହ ଦାବି ପତ୍ର ପ୍ରଦାନ କରିବେ ।
ସେମାନଙ୍କର ଏକମାତ୍ର ଦାବି ଦୁଇ ହଜାର ଦର୍ଶକରେ ଯାତ୍ରା କରିବାକୁ ଅନୁମତି ଦିଆଯାଉ ।
ଯଦି ସରକାର ଏ କଥା ନବୁଝନ୍ତି ତେବେ କଳାକାରମାନେ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ଧାରଣାରେ ବସିବେ ।
ଏ ସମ୍ପର୍କରେ ଓଡ଼ିଶା ଯାତ୍ରା କଳାକାର ଓ କର୍ମଚାରୀ ସଂଘ ସମ୍ପାଦକ ହୀରାଲାଲ କହିଛନ୍ତି, ସରକାର କଟକଣା କୋହଳ କଲେ କିନ୍ତୁ ଯାତ୍ରା ପ୍ରତି ଅବିଚାର କରୁଛନ୍ତି ।
ଆମର ମୁଖ୍ୟମନ୍ତ୍ରୀଙ୍କୁ ନିବେଦନ, ମଞ୍ଚ ଫେରାଅ, ଜୀବିକା ବଞ୍ଚାଅ, ଦୁଇ ହଜାର ଦର୍ଶକ ନିମନ୍ତେ ସବୁ ବର୍ଗର କଳା ପରିବେଷଣ କରିବାକୁ ସୁଯୋଗ ଦିଅ ।
ଲୋକାଲ ୱାୟାର
Leave a Reply