ଭୁବନେଶ୍ୱର, ଅଗଷ୍ଟ ୧୧(ଲୋକାଲ ୱାୟାର): ମୟୂରଭଞ୍ଜ ଜିଲ୍ଲାରେ ଢାବାରେ ଖାଇବାକୁ ଆମ୍ବୁଲାନ୍ସ କର୍ମଚାରୀ ବାଟରେ ରହିବା ପରେ ଜଣେ ଅସୁସ୍ଥ ଶିଶୁର ମୃତୁ୍ୟ ହେବା ଘଟଣାରେ ସ୍ୱାସ୍ଥ୍ୟ ବିଭାଗ ଜଣେ ମେଡିକାଲ ଟେକ୍ନିସିଆନକୁ ଚାକିରିରୁ ବହିଷ୍କୃତ କରାଯାଇଥିବା ଜଣେ ଅଧିକାରୀ ମଙ୍ଗଳବାର କହିଛନ୍ତି ।
ମୟୂରଭଞ୍ଜ ଜିଲ୍ଲା ବେତନଟୀ ଉପକଣ୍ଠ ଆମ୍ବଯୋଡ଼ା ଗ୍ରାମର ନିଶା ରଞ୍ଜନ ବେହେରା ଓ ଗୀତା ବେହେରାଙ୍କ ବର୍ଷକର ଶିଶୁ ପୁତ୍ର ରବିବାର ଅସୁସ୍ଥ ହୋଇପଡ଼ିଥିଲା ।
ବେତନଟୀ ଡାକ୍ତରଖାନାକୁ ତାକୁ ବାରିପଦା ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା । ପରେ ସେଠାରୁ ସୋମବାର ତାକୁ କଟକ ସ୍ଥାନାନ୍ତର କରିବାକୁ ଡାକ୍ତର ପରାମର୍ଶ ଦେଇଥିଲେ ।
ଏକ ୧୦୮ ଆମ୍ବୁଲାନ୍ସରେ ଶିଶୁଟିକୁ କଟକ ନିଆଯାଉଥିବା ବେଳେ ବାରିପଦା ସହର ଉପକଣ୍ଠ ମଞ୍ଚାବନ୍ଧା ନିକଟରେ ଗାଡ଼ିକୁ ରଖି ଡ୍ରାଇଭର ଓ ଫାର୍ମାସିଷ୍ଟ ଖାଇବାକୁ ଯାଇଥିଲେ ।
ପ୍ରାୟ ଦେଢ଼ ଘଣ୍ଟା ସେମାନେ ଢାବାରେ ରହିଥିଲେ । ଗୀତା ସେମାନଙ୍କୁ ଯେତେ ଅନୁରୋଧ କଲେ ମଧ୍ୟ ସେମାନେ କର୍ଣ୍ଣପାତ କରି ନଥିଲେ ଏବଂ ବିଳମ୍ବରେ ଆସି ଗାଡ଼ି ଷ୍ଟାର୍ଟ କରିଥିଲେ ।
କିଛି ସମୟ ପରେ ଅତ୍ୟଧିକ ଅସୁସ୍ଥ ହୋଇ ପଡ଼ିବାରୁ ଶିଶୁପୁତ୍ରକୁ ଗୀତା ନିକଟସ୍ଥ କୃଷ୍ଣଚନ୍ଦ୍ରପୁର ଡାକ୍ତରଖାନାକୁ ନେଇଥିଲେ ଏବଂ ତାର ମୃତୁ୍ୟ ହୋଇ ଯାଇଥିବା ଡାକ୍ତର କହିଥିଲେ ।
ଏହି ଘଟଣା ପରେ ଆମ୍ବୁଲାନ୍ସ ଡା୍ରଇଭର ଓ ଫାର୍ମାସିଷ୍ଟ ଫେରାର ହୋଇ ଯାଇଥିଲେ । ଗୀତା ସେମାନଙ୍କ ନାମରେ ଥାନାରେ ଅଭିଯୋଗ କରିଥିଲେ ।
ସ୍ୱାସ୍ଥ୍ୟ ବିଭାଗ ବରିଷ୍ଠ ଅଧିକାରୀ ଘଟଣା ସମ୍ପର୍କରେ ଅବଗତ ହେବା ପରେ ମଙ୍ଗଳବାର କାର୍ଯ୍ୟାନୁଷ୍ଠାନ କରିଛନ୍ତି ।
ଲୋକାଲ ୱାୟାର
Leave a Reply