ଭୁବନେଶ୍ୱର, ଜାନୁଆରୀ ୮(ଲୋକାଲ ୱାୟାର): ଶୁକ୍ରବାର ଠାରୁ ଆରମ୍ଭ ହୋଇଛି ଚିଲିକା ଜାତୀୟ ପକ୍ଷୀ ମହୋତ୍ସବ ।
ମହୋତ୍ସବକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆନୁଷ୍ଠାନିକ ଭାବେ ଉଦଘାଟନ କରି କରୋନା ସମୟରେ ରାଜ୍ୟ ପର୍ଯ୍ୟଟନ ଓ ଇକୋ ଟୁର୍ ଓଡ଼ିଶା ଦ୍ୱାରା ଆୟୋଜିତ ଏଭଳି କାର୍ଯ୍ୟକ୍ରମକୁ ପ୍ରଶଂସା କରିଥିଲେ ।
କାର୍ଯ୍ୟକ୍ରମରେ ମହାରାଷ୍ଟ୍ର, କର୍ଣ୍ଣାଟକ, ଦିଲ୍ଲୀ, ହରିୟାଣା, ତାମିଲନାଡୁ, ଆନ୍ଧ୍ରପ୍ରଦେଶ, ତେଲଙ୍ଗାନା, ପଶ୍ଚିମବଙ୍ଗ ଓ ଓଡ଼ିଶାର ୫୫ ଜଣ ପ୍ରତିଯୋଗୀ ଅଂଶ ଗ୍ରହଣ କରିଛନ୍ତି ।
ଏହି ଅବସରରେ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ଯୋଗଦେଇ ଚଳିତ ବର୍ଷ ଚିଲିକାରେ ୧୯୦ ପ୍ରଜାତିର ୧୧.୪୨ ଲକ୍ଷ ବିଦେଶାଗତ ପକ୍ଷୀ ଆସିଥିବାରୁ ଏହା ପକ୍ଷୀଙ୍କ ଭୂସ୍ୱର୍ଗ ବୋଲି ଅଭିହିତ କରିଥିଲେ ।
କାର୍ଯ୍ୟକ୍ରମରେ ବରିଷ୍ଠ ପ୍ରଶାସନିକ ଅଧିକାରୀ ମୋନା ଶର୍ମା, ଓଟିଡିସି ଅଧ୍ୟକ୍ଷା ଶ୍ରୀମୟୀ ମିଶ୍ର, ପିସିସିଏଫ୍ ହରିଶଙ୍କର ଉପାଧ୍ୟାୟ, ପର୍ଯ୍ୟଟନ ବିଭାଗ ସଚିବ ବିଶାଲ ଦେବ ପ୍ରମୁଖ ଯୋଗଦେଇଥିଲେ । ଏହା ଦୁଇଦିନ ଯାଏଁ ଚାଲିବ ।
ଲୋକାଲ ୱାୟାର
Leave a Reply