ଭୁବନେଶ୍ୱର, ଜାନୁଆରୀ ୧୦(ଲୋକାଲ ୱାୟାର): ଉତ୍ତରପୁରୁଷ ଭୁବନେଶ୍ୱର ଦ୍ୱାରା ନାଟ୍ୟ କର୍ମଶାଳା ରଙ୍ଗଭାରତୀ-୧୩ ଉକ୍ରଳ କରାଟେ ସ୍କୁଲ ପରିସରରେ ଉଦଘାଟିତ ହୋଇଯାଇଛି ।
ଏହି ଉଦଘାଟନୀ ଉତ୍ସବରେ ନାଟ୍ୟସଂଘର ସଭାପତି ହରେନ୍ ସାହୁ, ସଙ୍ଗୀତ ନାଟକ ଏକାଡେମୀ ସଚିବ ପ୍ରବୋଧ ରଥ, ବିଶିଷ୍ଟ ସଂଳାପକାର ଅଧ୍ୟାପକ ରଜନୀ ରଞ୍ଜନ ଅତିଥି ଭାବରେ ଯୋଗଦେଇଥିଲେ ।
ଏହି କର୍ମଶାଳାରେ ୧୫ଜଣ ପ୍ରଶିକ୍ଷାର୍ଥୀ ଯୋଗଦେଇଛନ୍ତି । ୨୬ ଜାନୁଆରୀ ପର୍ଯ୍ୟନ୍ତ କର୍ମଶାଳା ଚାଲିବ । ଶେଷରେ ଏକ ନାଟକ ମଞ୍ଚସ୍ଥ ହେବ ।
ଏହି ସଭାରେ ଉତ୍ତରପୁରୁଷର ସମ୍ପାଦକ ପ୍ରସନ୍ନ ମିଶ୍ର ଉପସ୍ଥିତ ଥିଲେ । ଅନୁଷ୍ଠାନର ଯୁଗ୍ମ ସମ୍ପାଦକ ଦେବଦତ୍ତ ପତି ଉଦଘାଟନୀ ସଭା ପରିଚାଳନା କରିଥିଲେ । ଶେଷରେ ସଦସ୍ୟ ପବିତ୍ର ମୋହନ କର ଧନ୍ୟବାଦ ଦେଇଥିଲେ ।
ଲୋକାଲ ୱାୟାର
Leave a Reply