ଚଳିତବର୍ଷ ୧୫ଦିନ ବ୍ୟାପୀ ହେବାକୁ ଥିବା ଏହି ମେଳାରେ ୨୫୦ଟି ଷ୍ଟଲରେ ହସ୍ତତନ୍ତ ଓ ହସ୍ତଶିଳ୍ପ ପ୍ରଦର୍ଶିତ ହେବ । ଓଡ଼ିଶାର ପ୍ରାୟ ୧୭୦ ଏବଂ ବାହାର ରାଜ୍ୟରୁ ୮୦ ଜଣ ବଛା ବଛା ବୁଣାକାର ମେଳାରେ ସାମିଲ ହୋଇଛନ୍ତି ।
ଭୁବନେଶ୍ୱର, ଜାନୁଆରୀ ୨୨(ଲୋକାଲ ୱାୟାର): ଭୁବନେଶ୍ୱରର ଜନତା ମୈଦାନରେ ଗୁରୁବାର ଉଦଘାଟିତ ହୋଇଯାଇଛି ପଞ୍ଚଦଶ ତମ ତୋଷାଳି ଜାତୀୟ ହସ୍ତଶିଳ୍ପ ମେଳା । ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ବିଭାଗ ପକ୍ଷରୁ ଅନୁଷ୍ଠିତ ହେଉଥିବା ଏହି ମେଳାକୁ ଉଦଘାଟନ କରିଥିଲେ ବିଭାଗୀୟ ମନ୍ତ୍ରୀ ପଦ୍ମିନୀ ଦିଆନ ।
ଚଳିତବର୍ଷ ୧୫ଦିନ ବ୍ୟାପୀ ହେବାକୁ ଥିବା ଏହି ମେଳାରେ ୨୫୦ଟି ଷ୍ଟଲରେ ହସ୍ତତନ୍ତ ଓ ହସ୍ତଶିଳ୍ପ ପ୍ରଦର୍ଶିତ ହେବ ।
ଓଡ଼ିଶାର ପ୍ରାୟ ୧୭୦ ଏବଂ ବାହାର ରାଜ୍ୟରୁ ୮୦ ଜଣ ବଛା ବଛା ବୁଣାକାର ମେଳାରେ ସାମିଲ ହୋଇଛନ୍ତି ।
ଚଳିତ ବର୍ଷ ମେଳାରେ କୌଣସି ଖାଦ୍ୟ ଷ୍ଟଲ ପଡ଼ିନାହିଁ । ମେଳା ପ୍ରତିଦିନ ଦିନ ୨ଟାରୁ ରାତି ୯ଟା ପର୍ଯ୍ୟନ୍ତ ଚାଲିବ ।
ଉଦଘାଟନୀ ବିଜ୍ଞାନ ଓ କାରିଗରୀ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା, ବିଧାୟକ ଅନନ୍ତ ନାରାୟଣ ଜେନା, ବିଭାଗୀୟ ଶାସନ ସଚିବ ଶୁଭା ଶର୍ମା ପ୍ରମୁଖ ଉପସ୍ଥିତ ଥିଲେ ।
ସଭାରେ ୩ ଜଣଙ୍କୁ ରାଜ୍ୟ ହସ୍ତଶିଳ୍ପ ପୁରସ୍କାର ଦିଆଯାଇଥିଲା । ସେମାନେ ହେଲେ ଦିବ୍ୟଜ୍ୟୋତି ବେହେରା, ଦିଲ୍ଲୀପ କୁମାର ସ୍ୱାଇଁ, ପ୍ରିୟଙ୍କା ପାତ୍ର ।
ଛଅ ଜଣ; ସୁଶାକ୍ତ କୁମାର ଦାସ, ନିତ୍ୟାନନ୍ଦ ସ, ରୋନିବାଳା ମହାପାତ୍ର, ନିର୍ମଳ ଚନ୍ଦ୍ର ଦାସ, ସୁରେଶ ଚନ୍ଦ୍ର ମହାପାତ୍ର ଏବଂ କୁନି ପାତ୍ରଙ୍କୁ କଳାକୃତି ପୁରସ୍କାର ପ୍ରଦାନ କରାଯାଇଛି ।
ଲୋକାଲ ୱାୟାର
ବ୍ୟବସାୟଧର୍ମୀ ନୁହେଁ, ଏହା ଏକ ଭିନ୍ନ ଧରଣର ଚଳଚ୍ଚିତ୍ର ହେବ ବୋଲି ମହୁରତ ଅବସରରେ ପ୍ରଯୋଜନା ସଂସ୍ଥା ପକ୍ଷରୁ ସୂଚନା…
ସମ୍ବଲପୁର ଜିଲ୍ଲା ପ୍ରଶାସନ ଏବଂ ସମ୍ବଲପୁର କଳା ପରିଷଦ ସହଯୋଗରେ ସମ୍ବଲପୁର ଜିଲ୍ଲା ପ୍ରେକ୍ଷାଳୟ ‘ତପସ୍ୱିନୀ’ରେ କାର୍ଯ୍ୟକ୍ରମ ଆୟୋଜିତ ହୋଇଛି…
ଏହାକୁ ମିଶାଇ ଜାତୀୟ ତଥା ଅନ୍ତର୍ଜାତୀୟ ସ୍ତରରେ ସର୍ବମୋଟ୍ ୨୫ଟି ପୁରସ୍କାର ଲାଭ କରିବା ସହିତ ବିରଳ ରେକର୍ଡ ହାସଲ…
ନବେ ଦଶକର ଏହି ଅପ୍ରତିଦ୍ୱନ୍ଦ୍ୱୀ ନାୟିକା ଜଣକ ହେଉଛନ୍ତି ସସ୍ମିତା ପ୍ରଧାନ । ‘କି ହେବ ଶୁଆ ପୋଷିଲେ' ଫିଲ୍ମରୁ…
ଏଥିରେ ବିଶ୍ୱବିଦ୍ୟାଳୟର ଉପକୂଳପତି ପ୍ରଫେସର ନୀରଜ ଗୁପ୍ତା ସଭାପତିତ୍ୱ କରିଥିଲେ । ସାଂସ୍କୃତିକ କମିଟି ଅଧ୍ୟକ୍ଷ ଡଃ ଶୁଭାଶିଷ୍ ଭଦ୍ର…
ଏହି ମେଳାରେ ୬୦ଟି ଷ୍ଟଲରେ କାର୍ପାସ, ସିଲ୍କ ଓ ମସଲିନ୍ ଖଦି ପ୍ରସ୍ତୁତ ଶାଢୀ, ଲୁଙ୍ଗି, ଗାମୁଛା ଓ ବିଭିନ୍ନ…
This website uses cookies.