ଭୁବନେଶ୍ୱର, ଜାନୁଆରୀ ୭(ଲୋକାଲ ୱାୟାର): ୩୧ ବର୍ଷରେ ପାଦ ଥାପିଛି ପଠାଣି ସାମନ୍ତ ପ୍ଲାନେଟାରିୟମ ।
କରୋନା ପାଇଁ ପ୍ଲାନେଟାରିୟମ୍ ବନ୍ଦ ଥିବା ବେଳେ ଆସନ୍ତାକାଲି ଠାରୁ ‘ଭର୍ଚ୍ଚୁଆଲ୍ ଟୁର୍ ଓ କସମସ୍ ନାମକ’ ଅନଲାଇନ୍ କାର୍ଯ୍ୟକ୍ରମର ଆୟୋଜନ କରାଯିବ ।
ଯାହାକି ୮ରୁ ଆରମ୍ଭ ହୋଇ ୧୭ ତାରିଖ ଯାଏଁ । ପ୍ରତିଦିନ ଅପରାହ୍ନ ୪ଟାରେ ଆମ ଦେଶର ବିଭିନ୍ନ ପ୍ଲାନେଟାରିୟମର ନିର୍ଦେଶକ ତଥା ଅନ୍ୟ ବୈଜ୍ଞାନିକମାନେ ବିଶ୍ୱ ବିଷୟରେ ଆଲୋଚନା କରିବେ ।
ଏହାସହ ଛାତ୍ରଛାତ୍ରୀ, ଶିକ୍ଷକ/ଶିକ୍ଷୟିତ୍ରୀ ତଥା ଜନସାଧାରଣଙ୍କର ପ୍ରଶ୍ନର ଉତ୍ତର ଦେବେ ।
ଏହାପରେ ପ୍ରତିଦିନ ସନ୍ଧ୍ୟା ୬ଟା ବେଳେ ଗୋଟିଏ ପ୍ଲାନେଟାରିୟମ ସୋ’ ପରିବେଷଣ କରାଯିବ । ଏ ସମସ୍ତ କାର୍ଯ୍ୟକ୍ରମ ଅନଲାଇନରେ ହେବ ।
ପରବର୍ତ୍ତୀ ସମୟରେ ଜନସାଧାରଣ ଆଲୋଚନା ଓ ପ୍ଲାନେଟାରିୟମ୍ ସୋ’କୁ ୟୁ-ଟ୍ୟୁବରେ ସିଧାସଳଖ ଦେଖିପାରିବେ ।
ଲୋକାଲ ୱାୟାର
Leave a Reply