ଭୁବନେଶ୍ୱର, ଅଗଷ୍ଟ ୩ (ଲୋକାଲ ୱାୟାର) : ରାଜଧାନୀ ଭୁବନେଶ୍ୱରରେ ଆସନ୍ତାକାଲି (ମଙ୍ଗଳବାର)ଠାରୁ ୮ଟି ରୁଟରେ ‘ମୋ ବସ୍’ ଚଳାଚଳ କରିବ ବୋଲି କ୍ୟାପିଟାଲ ରିଜନ ଅର୍ବାନ ଟ୍ରାନ୍ସପୋର୍ଟ (କ୍ରୁଟ)ର ଜଣେ ଅଧିକାରୀ ସୋମବାର କହିଛନ୍ତି ।
ସକାଳ ୭ଟାରୁ ସନ୍ଧ୍ୟା ୭ଟା ପର୍ଯ୍ୟନ୍ତ ବସ୍ ୮ଟି ରୁଟରେ ବସ୍ ଚାଲିବ । ବର୍ତ୍ତମାନ ପାଇଁ ଅଣ-ଶୀତତାପ ନିୟନ୍ତ୍ରିତ ବସ୍ ଚାଲିବ ।
ଏହି ରୁଟ୍ ଗୁଡିକ ହେଲା- ୧୧, ୧୬, ୧୮, ୨୦, ୨୩, ୨୫, ୨୭ ଓ ୩୩ ।
ହେଲେ ଅଗଷ୍ଟ ମାସର ଶନି ଓ ରବିବାର ବସ ଚଳାଚଳ କରି ପାରିବ ନାହିଁ ବୋଲି କ୍ରୁଟ କହିଛି । ବସରେ ଚଢିବା ବେଳେ ମାସ୍କ ପିନ୍ଧିବା ବାଧ୍ୟତାମୂଳକ ।
ଲୋକାଲ ୱାୟାର
Leave a Reply