• Skip to primary navigation
  • Skip to main content
  • Skip to primary sidebar
  • Careers
  • Our Advertisers
  • Copyright
  • Frequently Asked Questions (FAQ)
  • Contact Us
  • About Us

LocalWire

The hyper local news platform

  • Home
  • Odia
    • ବିଶେଷ
    • ମନୋରଞ୍ଜନ
    • ଘଟଣା
    • କାର୍ଯ୍ୟକ୍ରମ
    • ରାଜନୀତି
    • କୃଷି
    • ଅର୍ଥନୀତି
    • ପରିବେଶ
    • ଖାଦ୍ୟ
    • ଖେଳ
  • English
    • Happenings
    • Special
    • Bhubaneswar
    • Politics
    • Environment
    • Agriculture
    • Business
    • Government
    • Health
    • Heritage
    • Interview
    • Entertainment
  • Special
  • Bhubaneswar
  • Business
  • Agriculture
  • Education
  • Politics
ଆସନ୍ତାକାଲି ଠାରୁ ପୁଣି ଟିକାକରଣ, ସବୁ ମେଡିକାଲ କଲେଜରେ ଦିନକୁ ହଜାରେ ଡୋଜ୍ ଦିଆଯିବ

ଆସନ୍ତାକାଲି ଠାରୁ ପୁଣି ଟିକାକରଣ, ସବୁ ମେଡିକାଲ କଲେଜରେ ଦିନକୁ ହଜାରେ ଡୋଜ୍ ଦିଆଯିବ

January 17, 2021 By LocalWire Leave a Comment

ଭୁବନେଶ୍ୱର, ଜାନୁଆରୀ ୧୭(ଲୋକାଲ ୱାୟାର): ଆଜି ରବିବାର ବନ୍ଦ ଥିବା କୋଭିଡ ଟିକାକରଣ ପୁଣି ଆସନ୍ତାକାଲି ଠାରୁ ପୁରା ଦମରେ ଚାଲିବ ଏବଂ ସମସ୍ତ ମେଡିକାଲ କଲେଜରେ ୫ଟି ସେସନ ଟିକାକରଣ କରିବାକୁ ନିର୍ଦ୍ଦେଶ ଦିଆଯାଇଥିବା କହିଛନ୍ତି ରାଜ୍ୟ ସ୍ୱାସ୍ଥ୍ୟ ବିଭାଗର ବରିଷ୍ଠ ଅଧିକାରୀ ।

ସ୍ୱାସ୍ଥ୍ୟ ବିଭାଗ ନିଦେ୍ର୍ଦଶକ ବିଜୟ ପାଣିଗ୍ରାହୀ କହିଛନ୍ତି, ପ୍ରତ୍ୟେକ ମେଡିକାଲ କଲେଜରେ ପ୍ରତ୍ୟେକ ଦିନ ୧ ହଜାର ଲୋକଙ୍କ ଟିକାକରଣ ଲକ୍ଷ୍ୟ ରହିଛି ।

୫ଟି ସେସନରେ ଟିକାକରଣ ହେବ ଏବଂ ପ୍ରତ୍ୟେ ସେସନରେ ୨ଶହ ଡୋଜ୍ ଦିଆଯିବ ।

ପ୍ରତ୍ୟେକ ଜିଲ୍ଲା ହସପିଟାଲ ଓ ଉପଖଣ୍ଡ ହସପିଟାଲ ଗୁଡ଼ିକରେ ଦୈନିକ ୨ ଶହ ଜଣଙ୍କର ଟିକାକରଣ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି ।

ଏସବୁ ହସପିଟାଲରେ ଦୈନିକ ଦୁଇଟି ଲେଖାଏଁ ସେସନ୍ ହେବ ଏବଂ ପ୍ରତ୍ୟେକ ସେସନରେ ଶହେ ଡୋଜ୍ ଦିଆଯିବ ।

ସେହିପରି ପ୍ରତ୍ୟେକ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଏବଂ ସହରାଞ୍ଚଳ ସ୍ୱାସ୍ଥ୍ୟ କେନ୍ଦ୍ରରେ ଦୈନିକ ଶହେ ଜଣଙ୍କ ଟିକାକରଣ ପାଇଁ ନିଦେ୍ର୍ଦଶ ଦିଆଯାଇଛି ।

ପ୍ରତ୍ୟେକ ଟିକାକରଣ କେନ୍ଦ୍ର ଦାୟିତ୍ୱରେ ୬ ଜଣ ସୁପରଭାଇଜରଙ୍କୁ ରଖାଯାଇଛି ।

ଉଲ୍ଲେଖଯୋଗ୍ୟ, କୋଭିଡ ଟିକାକରଣ ଅଭିଯାନର ପ୍ରଥମ ଦିନରେ ଶନିବାର ରାଜ୍ୟରେ ମୋଟ ୧୩ ହଜାର ୯୮୦ ଜଣ ସ୍ୱାସ୍ଥ୍ୟକର୍ମୀଙ୍କ ଟିକାକରଣ ହୋଇଛି ।

ଆସନ୍ତା ୨୫ ତାରିଖ ପୂର୍ବରୁ ସ୍ୱାସ୍ଥ୍ୟ ବିଭାଗ ପୋର୍ଟାଲରେ ପଂଜିକୃତ ହୋଇଥିବା ୩.୨୮ ଲକ୍ଷ ସ୍ୱାସ୍ଥ୍ୟକର୍ମୀଙ୍କ ଟିକାକରଣ ପାଇଁ ଲକ୍ଷ୍ୟ ରହିଛି ।

ପ୍ରଥମ ପର୍ଯ୍ୟାୟରେ ୧ ଲକ୍ଷ ୯୨ ହଜାର ୫୫୫ ଜଣ ସ୍ୱାସ୍ଥ୍ୟ କର୍ମୀଙ୍କୁ ପ୍ରଥମ ଡୋଜ୍ ଦିଆଯିବ ଏବଂ ୨୮ ଦିନ ପରେ ସେମାନଙ୍କୁ ଦ୍ୱିତୀୟ ଡୋଜ୍ ଦିଆଗଲେ ପ୍ରକ୍ରିୟା ଶେଷ ହେବ ।

ଉଲ୍ଲେଖଯୋଗ୍ୟ, ରାଜ୍ୟର ୩୦ଟି ଜିଲ୍ଲାର ୧୬୧ଟି କେନ୍ଦ୍ରରେ ଟିକାକରଣ କରାଯାଉଛି ।

ରାଜ୍ୟ ସରକାରଙ୍କ କେନ୍ଦ୍ରରୁ ମିଳିଥିବା ୪.୦୮ ଲକ୍ଷ ଡୋଜ୍ କୋଭିସିଲ୍ଡ ଓ ୨୦ ହଜାର ଡୋଜ୍ କୋଭାକ୍ସିନ୍ ଟିକାକୁ କୋଲ୍ଡ ଚେନ୍ ଅନୁସାରେ ବିଭିନ୍ନ କେନ୍ଦ୍ରକୁ ପଠାଯାଇଛି ।

ଲୋକାଲ ୱାୟାର

Filed Under: Odia Tagged With: ଓଡିଶା, କରୋନା, ଭୁବନେଶ୍ୱର

Download LocalWire App for Hyperlocal  Odisha News any time anywhere

 

 

About LocalWire

Reader Interactions

Leave a Reply Cancel reply

Your email address will not be published. Required fields are marked *

This site uses Akismet to reduce spam. Learn how your comment data is processed.

Primary Sidebar

ଲୋକପ୍ରିୟ

ଶବହେବାକୁ ଭାବିଥିଲେ, ଏବେ ଶବକୁ ସାଥୀ କରିଛନ୍ତି ସାଥୀ ଋତୁରାଣୀ (ସ୍ୱତନ୍ତ୍ର)

ଏମିତି ଜଣେ ମହିଳା ହେଲେ ଋତୁରାଣୀ ସେନାପତି । ନିଜ ଘର ବାଲେଶ୍ୱର ହୋଇଥିଲେ ବି ରହୁଛନ୍ତି ପୁରୁଣା ଭୁବନେଶ୍ୱର ଅଞ୍ଚଳରେ ।

ଅନ୍ୟ ଝିଅମାନଙ୍କ ଭଳି ସେ ବି ସ୍ୱପ୍ନ ଦେଖିଥିଲେ । ବିବାହ କରିବେ, ସ୍ୱାମୀ, ପରିବାର, ପିଲାମାନଙ୍କ ସହ ସମୟ କାଟିବେ ।

ତିନି ହଜାର ବର୍ଷର ଇତିହାସର ଗନ୍ତାଘର- ଓଡ଼ିଶା ରାଜ୍ୟ ସଂଗ୍ରହାଳୟ

ସଂଗ୍ରହାଳୟର ସମୃଦ୍ଧ ତାଳପତ୍ର ପାଣ୍ଡୁଲିପି ଗ୍ୟାଲେରିରେ ୨୭ଟି ବିଷୟରେ ୨୦ ହଜାରରୁ ଅଧିକ ପାଣ୍ଡୁଲିପି ସ୍ଥାନ ପାଇଛି ।

ସେହିପରି ପ୍ରତ୍ୱତତ୍ତ୍ୱ ବିଭାଗରେ ଖ୍ରୀଷ୍ଟପୂର୍ବ ତୃତୀୟ ଶତାବ୍ଦୀରୁ ଆରମ୍ଭ କରି ମଧ୍ୟଯୁଗ ଶେଷ ପର୍ଯ୍ୟନ୍ତ ବିଭିନ୍ନ ସମୟର ସ୍ଥାପତ୍ୟ ତିନିଟି ବିରାଟ ହଲରେ ପ୍ରଦର୍ଶିତ ହେଉଛି ।

ସେଲିବ୍ରିଟି କହିଲେ ମେରି ଖ୍ରୀଷ୍ଟମାସ୍

କେହି କାହାକୁ ଦେଖା ନହୋଇପାରିଲେ କ’ଣ ହେଲା କିନ୍ତୁ ମେରି ଖ୍ରୀଷ୍ଟମାସ୍ କହିବାକୁ ଭୁଲି ନାହାନ୍ତି ।

ଖାସ୍ କରି ବଡ଼ଦିନ ପୂର୍ବରୁ ଆମ ଓଲିଉଡର ତାରକାମାନେ ପ୍ରଶଂସକଙ୍କୁ ମେରି ଖ୍ରୀଷ୍ଟମାସ୍ କହି ବଡ଼ଦିନର ଶୁଭେଚ୍ଛା ଓ ଶୁଭକାମନା ଜଣାଇଛନ୍ତି ।

ମାଓଗଡରେ ପିଲାଙ୍କୁ ଶିକ୍ଷିତ କରାଉଛନ୍ତି ଦୁଇ ଝିଅ

କଠିନ ପରିସ୍ଥିତିମଧ୍ୟରେ ଏହି ଝିଅମାନଙ୍କର ଦୃଢ ଆତ୍ମବିଶ୍ୱାସ ଓ ନିରନ୍ତର ପ୍ରୟାସ ସମସ୍ତଙ୍କ ପାଇଁ ଉଦାହରଣ ସୃଷ୍ଟି କରିଛି ।

ମାଓଗଡରେ ବୋମା ବନ୍ଧୁକର ଗର୍ଜନକୁ ନ ଡରି ସେମାନେ ସ୍ୱାଭାବିକ ଭାବେ ଶିକ୍ଷାର ବାତାବରଣ ଗଢି ତୋଳୁଛନ୍ତି ।

ଓଡ଼ିଶାରେ ଭୋକାଲ ଫର୍ ଲୋକାଲ କ୍ରେଜ୍

ଭୋକାଲ୍ ଫର ଲୋକାଲର ମନ୍ତ୍ରକୁ ଆପଣେଇ ବକୁଲ୍ ଫାଉଣ୍ଡେସନ୍ ଭିନ୍ନ ଅନ୍ଦାଜରେ ଏହି କ୍ୟାମ୍ପେନ୍ ଆରମ୍ଭ କରିଛି ।

ଯେଉଁଥିରେ ପ୍ରିୟଜନଙ୍କୁ ଉପହାର ଆକାରରେ ଓ ଅଭ୍ୟର୍ଥନା ସ୍ୱରୂପ ଗଛଟିଏ ଉପହାର ଦେବାକୁ ପ୍ରୋତ୍ସାହିତ କରାଯାଉଛି ।

ପାହାଡ଼ି ମହିଳାଙ୍କ ହସ୍ତତନ୍ତ ଏବେ ଫ୍ଲିପକାର୍ଟରେ, ସଫଳତାର କାହାଣୀ କହୁଛି ସିଲକ୍ ପାର୍କ

ଘରର ଚାରିକାନ୍ଥ ଡେଇଁ ଏମାନେ ବାହାରିଛନ୍ତି ବାହାରକୁ । ନିଜ ହାତରେ ନିଜେ ବୁଣିଛନ୍ତି ସ୍ୱପ୍ନର ମିନାର ।

କଠିନ ପରିଶ୍ରମ ଓ ବୃତ୍ତି ପ୍ରତି ଆସକ୍ତି ହିଁ ସେମାନଙ୍କୁ ରେଶମ ଦୁନିଆରେ ଦେଇଛି ନୂଆ ପରିଚୟ ।

ଅଧିକ ବିଶେଷ ଖବର

Newsletter






Copyright © 2021 · LocalWire