ଭୁବନେଶ୍ବର, ଡିସେମ୍ବର ୧୭ (ଲୋକାଲ ୱାୟାର): ଆସନ୍ତା ଜାନୁଆରୀରେ ଅଲ୍ ଇଣ୍ଡିଆ କଂଗ୍ରେସ କମିଟି ଓଡ଼ିଶାର ନୂଆ ପ୍ରଦେଶ କଂଗ୍ରେସ କମିଟି ସଭାପତି ଓ ଜିଲ୍ଲା ସଭାପତିମାନଙ୍କର ନାମ ଘୋଷଣା କରିବ ବୋଲି ମଙ୍ଗଳବାର ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ସୂଚନା ଦେଇଛନ୍ତି।
ଦଳକୁ ତୃଣମୂଳ ସ୍ତରରୁ ସୁଦୃଢ଼ କରିବା ଲାଗି ପିସିସିର ପୁନର୍ଗଠନ ସାଙ୍ଗକୁ ଜିଲ୍ଲା କମିଟିଗୁଡ଼କ ପାଇଁ ଏଆଇସିସି ନୂଆ ସଭାପତି ଘୋଷଣା କରିବ ବୋଲି ସେ କହିଛନ୍ତି।
ସେହିପରି ଦେଶରେ ରାଜନୈତିକ ଓ ଅର୍ଥନୈତିକ ଅସ୍ଥିରତା ପ୍ରତିବାଦରେ କଂଗ୍ରେସ ରାଜରାସ୍ତାକୁ ଓହ୍ଲାଇବା ନିଷ୍ପତ୍ତି ନେଇଛି।
ଆସନ୍ତା ୨୮ ତାରିଖ ଦଳର ପ୍ରତିଷ୍ଠା ଦିବସରେ ଦଳ ସାରା ରାଜ୍ୟରେ ଏନେଇ ଆନ୍ଦୋଳନ କରିବ।
ଭାରତ ବଚାଓ କାର୍ଯ୍ୟକ୍ରମ ଅନ୍ତର୍ଗତ ଏହି ପ୍ରତିବାଦ କରାଯିବ ବୋଲି ପିସିସି ସଭାପତି କହିଛନ୍ତି।
ଲୋକାଲ ୱାୟାର
Leave a Reply