କଟକ, ଜାନୁଆରୀ ୯ (ଲୋକାଲ ୱାୟାର): ଆସନ୍ତା ବୁଧବାର କଟକ ବାଲିଯାତ୍ରା ଉପର ପଡିଆରେ ରସଗୋଲା ମହୋତ୍ସବ-୨୦୨୦ ଅନୁଷ୍ଠିତ ହେଉଥିବାବେଳେ ଏଥିରେ ଅନେକ କିସମର ମିଠା ପ୍ରଦର୍ଶିତ ହେବ ବୋଲି ଆୟୋଜକ ସୂଚନା ଦେଇଛନ୍ତି।
ସେଦିନ ସନ୍ଧ୍ୟା ୫ଟାରେ ଏହି କାର୍ଯ୍ୟକ୍ରମ ଆରମ୍ଭ ହେବ ଓ ଏଥିରେ ଅନେକ ଜଣାଶୁଣା କଣ୍ଠଶିଳ୍ପୀ ସଙ୍ଗୀତ ପରିବେଷଣ କରିବେ।
ଏଥିରେ ସାଲେପୁର ଓ ପାହାଳର ରସଗୋଲା, କେନ୍ଦ୍ରାପଡ଼ାର ରସାବଳି, ଭଦ୍ରକର ପାଳୁଅ ଲଡୁ, ନୟାଗଡ଼ର ଛେନାପୋଡ଼ ଓ ଝିଲ୍ଲି, ଟାଙ୍ଗୀର ଛେନା କାକରା, ପୁରୀର କ୍ଷୀରା ସମେତ ଅନ୍ୟ ସମସ୍ତ ପ୍ରସିଦ୍ଧ ମିଷ୍ଠାନ୍ନ ବିକ୍ରୟ କରାଯିବ।
ଉଲ୍ଲେଖଯୋଗ୍ୟ, ଗତବର୍ଷ ମଧ୍ୟ ମକର ସଂକ୍ରାନ୍ତିରେ ଭୁବନେଶ୍ବର ପଟିଆ ବିଗ୍ବଜାର ନିକଟ ପାଲଟ୍ରୋନିକ୍ସ ପଡ଼ିଆରେ ଏହି ମହୋତ୍ସବ ହୋଇଥିଲା ଓ ଏଥିରେ ରାଜ୍ୟର ବିଭିନ୍ନ ଜିଲ୍ଲାରୁ ୫୦ରୁ ଅଧିକ ରସଗୋଲା କାରିଗର ଯୋଗ ଦେଇଥିଲେ।
ଲୋକାଲ ୱାୟାର
Leave a Reply