ଭୁବନେଶ୍ୱର, ଜାନୁଆରୀ ୭(ଲୋକାଲ ୱାୟାର): ଆସନ୍ତା ୧୫ ତାରିଖରେ ଶ୍ରୀଲିଙ୍ଗରାଜ ମନ୍ଦିରରେ ସମସ୍ତ ପ୍ରକାର ମାଦକ ଦ୍ରବ୍ୟ ଉପରେ କଟକଣା ରହିବ ଏବଂ ଏହାକୁ କେହି ଉଲ୍ଲଂଘନ କଲେ ଶହେ ଟଙ୍କା ଜରିମାନା ହେବ ବୋଲି ମନ୍ଦିର ପ୍ରଶଶସନ ପକ୍ଷରୁ ସୂଚନା ଦିଆଯାଇଛି ।
ମନ୍ଦିର ବେଢ଼ା ମଧ୍ୟକୁ କେହି ପାନ, ଗୁଟଖା, ସିଗାରେଟ, ବିଡି଼, ଗଞ୍ଜେଇ, ମଦ ଆଦି ନେଲେ କିମ୍ବା ସେବନ କଲେ ଜରିମାନା ଗଣିବାକୁ ପଡ଼ିବ ।
ସମସ୍ତ ସେବାୟତମାନଙ୍କ ପ୍ରତି ମଧ୍ୟ ଏହି ନିୟମ ଲାଗୁ ହେବ । ଦେବୋତ୍ତର କମିଶନଙ୍କ ନିର୍ଦ୍ଦେଶରେ ଏହି ନିଷ୍ପତ୍ତି ନିଆଯାଇଛି ।
ଲୋକାଲ ୱାୟାର
Leave a Reply